March 12, 2026

ବେଲଗୁଣ୍ଠା ବ୍ଲକରେ ଓଷ୍ଟlର ଶିଶୁ ଉତ୍ସବ 

IMG-20251121-WA0048
Share

 

ବେଲଗୁଣ୍ଠା, ୨୧/୧୧,ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ, ଓଷ୍ଟl, ବେଲଗୁଣ୍ଠା ବ୍ଲକ ର ଶିଶୁଉତ୍ସବ ଡ଼. ସଦାନନ୍ଦ ତ୍ରିପାଠୀ ଉଚ୍ଚ ବିଦ୍ୟାଳୟ, ଘୁ. ନୂଆଗାଁ ଠାରେ ସଭାପତି ରବିନାରାୟଣ ଗୌଡ଼ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ ଯୋଗଦେଇଥିବାବେଳେ ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ପ୍ରଫେସର କୃତିବାସ ବିଶ୍ୱାଳ, ସନମାନିତ ଅତିଥିଭାବେ ନିମ୍ମ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ଗୋଷ୍ଠୀ ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ,ଜିଲ୍ଳା ଓଷ୍ଟl ସଭାପତି ସନ୍ତୋଷ କୁମାର ଜେନା,ସରପଞ୍ଚ ଅଚୁତlନନ୍ଦ ସାହୁ, ଆବାହକ ତଥା ପ୍ରଧାନଶିକ୍ଷକ ସ୍ନେହଲତା ବିଷୋୟୀ, ସମିତିସଭ୍ୟା ଭାଗ୍ୟଲତା ସେଠି, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ମମିତା ପାତ୍ର, ବ୍ଲକ ସମ୍ପାଦକ ତଥା ପ୍ରଧାନଶିକ୍ଷକ ସୂର୍ଯ୍ୟ ନାରାୟଣ ସେଠି ମଂଚାସୀନ ହୋଇ ଓଷ୍ଟl ର ସମସ୍ତ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରିଥିଲେ l ପ୍ରାରମ୍ଭରେ ଛାତ୍ରୀ ଶ୍ରାବଣୀ ସ୍ୱାଇଁ ଓଡିଶୀ ମାଧ୍ୟମରେ ପ୍ରାରମ୍ଭିକ ସଂଗୀତ ଗାନ କରିବାପରେ ସମ୍ପାଦକ ସୂର୍ଯ୍ୟନାରାୟଣ ସେଠି ବିବରଣୀ ପାଠ କରିଥିଲେ l ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ବିଷୋୟୀ ବାର୍ଷିକ ବିବରଣୀ ପାଠ କରିଥିଲେ l ଏହି ଅବସରରେ ଓଷ୍ଟl ସଂଗଠନକୁ ସୁଦୃଢ ସ୍ଥିତିରେ ପହଞ୍ଚାଇଥିବା ହେମନ୍ତ କୁମାର ତ୍ରିପାଠୀ, ଗୋବିନ୍ଦ ଚନ୍ଦ୍ର ଲେଙ୍କା, ଗାୟତ୍ରୀ ମିଶ୍ର, ବିଷ୍ଣୁ ପ୍ରସାଦ ପଣ୍ଡା, ନୀଳମଣି ସ୍ୱାଇଁ ଙ୍କୁ ବିଧାୟକ ଶ୍ରୀ ବିଷୋୟୀଙ୍କ ଦ୍ୱାରା ସମ୍ବର୍ଦ୍ଧନା କରl ଯାଇଥିଲେ l ପରେ ବିଧାୟକ ଓ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଓଷ୍ଟl ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମରେ ବ୍ଲକର ଦଶଟି ବିଦ୍ୟାଳୟ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ତିନିଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଦଶଟି ବିଭାଗରେ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମରେ ପlଞ୍ଚଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାବିତ, ବୁଦ୍ଧିଯିବି ଯୋଗଦେଇଥିଲେ l ଶେଷରେ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ବିଷୋୟୀ ଧନ୍ୟବାଦ ପ୍ରଦାନ କରିଥିଲେ l କୃତୀ ପ୍ରତିଯୋଗୀ ଡିସେମ୍ବର କୋଡିଏ ଓ ଏକୋଇଶି ଦୁଇଦିନ ଜିଲ୍ଳା ସ୍ତରୀୟ କାର୍ଯ୍ୟକ୍ରମ ଉପେନ୍ଦ୍ର ଭଞ୍ଜ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗର ଠାରେ ଭାଗ ନେବାପାଇଁ ଘୋଷଣା କରାଯାଇଛି l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ lବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ