March 12, 2026

ଆବାସ ଗୃହ ଟିଏ ପାଇଁ ଅସହାୟ ସସ୍ମୀତା ଙ୍କର ଗୁହାରୀ

IMG-20251121-WA0042
Share

 

ଭଞ୍ଜନଗର (ସୁକାନ୍ତ କୁମାର ନାୟକ) ଉପାନ୍ତ ଖବର

ଆବାସ ଟିଏ ପାଇଁ ସରକାରଙ୍କ ପାଖରେ ଗୁହାରି କରିଛନ୍ତି ଅସହାୟ ସସ୍ମୀତା । ଜଗନ୍ନାଥ ପ୍ରଶାଦ ବ୍ଲକ କୁଡୁତାଇ ଗ୍ରାମପଞ୍ଚାୟତ ଗୁଡ଼ିପଲ୍ଲୀ ଗ୍ରାମର ଝିଅ ସସ୍ମୀତା ବିଶୋଇ ପିତା ବାବୁଲା ନାୟକ | ୧୮ ବର୍ଷ ପୁର୍ବେ ନିକଟ ପାଟରାପଲ୍ଲୀ ଗ୍ରାମରେ ବିବାହ କରିଥିଲେ । ଗତ ଦଶ ବର୍ଷରୁ ଅଧିକ ସମୟ ଧରି ସ୍ଵାମି ସ୍ତ୍ରୀ ଙ୍କ ମଧ୍ୟରେ ବିଛେଦ ହୋଇ ଯାଇଛି ସେ ସ୍ୱାମି ପରିତ୍ୟକ୍ତ ଅସହାୟ ଜିବନ କାଟୁଛନ୍ତି । ୧୫ ବର୍ଷର ଝିଅକୁ ନେଇ ଭୁବନେଶ୍ଵରରେ ଏକ ଗ୍ରୋସରି ଦୋକାନରେ କାମ କରି ଜାହା ରୋଜଗାର କରନ୍ତି ସେଥିରେ ନିଜ ପେଟ ପୋସିବା ସହ ଝିଅକୁ ପାଠ ପଢ଼ାଉଥିଲେ । ଏବେ ଚ଼ଳିବା ଅସୁବିଧା ହେବାରୁ ବାପଘରକୁ ଫେରିଛନ୍ତି । ବାପ ମଧ୍ୟ ଘରକୁ ଲାଗି ଏକ ଚାଳ ଘରଟିଏ ଝିଅକୁ ଦେଇଛନ୍ତି । ମା ଝିଅ ବହୁ କଷ୍ଟରେ ଏହି ଚାଳ ଘରେ ପଲିଥିନ୍ ଟାଣି ରହୁଛନ୍ତି | କୁଡୁତାଇ ପଞ୍ଚାୟତରେ ସରପଞ୍ଚଙ୍କ ମୁତ୍ୟୁ ପରେ ମୁରବି ବିହିନ ହୋଇପଡ଼ିଥିବାରୁ ତାଙ୍କ ଗୁହାରି କାହାକୁ ଜଣାଇଲେ ମଧ୍ୟ କେହି ସୁଣୁନାହାନ୍ତି | ବ୍ଳକ୍ ପ୍ରଶାସନ ଏବଂ ସ୍ତାନୀୟ ବିଧାୟକ ଏଥିପ୍ରତି ନଜର ଦେଇ ଆବାସ ଯୋଜନାରେ ସାମିଲ୍ କରିବାକୁ ସସ୍ମିତା ନେହୁରା ହୋଇଛନ୍ତି । ସସ୍ମିତା ପ୍ରତି ନଜର ଦେବା ଆବଶ୍ୟକ ବୋଲି ସାହି ବାସିନ୍ଦା ମଧ୍ୟ କହିଛନ୍ତି ।