ଶୀତୁଆ ସକାଳ ହେଉ ଅବା ସଂଧ୍ୟା ମାଟି ତିଆରି କପ୍ ରେ ଗରମ ଚା’ର ମଜା କିଛି ନିଆରା…

ବୋଲଗଡ଼,(ଉପାନ୍ତ ଖବର): ଯେ କୌଣସି ଋତୁ ହେଉନା କାହିଁକି ଚା’ ନିହାତି ଦରକାର ବିଶେଷ କରି ଶୀତୁଆ ପାଗରେ ସକାଳ ହେଉ ଅବା ସଂଧ୍ୟାରେ ଚା’ ପିଇବା ନିଆରା ହିଁ ଅଲଗା ଏପରିକି ମାଟିରେ ତିଆରି କପ୍ ରେ ଚା’ ପିଇବା ନିଆରା ଆହୁରି ଅଲଗା। ଶୀତୁଆ ପାଗରେ ଚା’ ପିଉନଥିବା ଲୋକହିଁ ଚା’ ର ଚାହିଦା କରିଥାନ୍ତି। ପ୍ରାୟତଃ ଚା ଦୋକାନ ମାନଙ୍କରେ ମାଟି ତିଆରି କପ୍ ରେ ଚା’ ଦେବାର ପରିଲକ୍ଷିତ ହେଲାଣି। ଗ୍ରାହକ ମାନେ ମାଟିରେ ତିଆରି କପ୍ ରେ ଚା’ ପିଇବା ପାଇଁ ଅଧିକ ପସନ୍ଦ ମଧ୍ୟ କରୁଛନ୍ତି। ପ୍ଲାଷ୍ଟିକ ଏବଂ କାଗଜ କପ୍ ରେ ଚା ପିଇବା ଅପେକ୍ଷା ମାଟିରେ ତିଆରି କପ୍ ରେ ଚା’ ପିଇବାପାଇଁ ଲୋକ ମାନେ ଅଧିକ ପସନ୍ଦ କରୁଛନ୍ତି। କାରଣ ସ୍ୱାସ୍ଥ୍ୟ ପାଇଁ ଯେତିକି ହିତକର ପାଟିକୁ ମଧ୍ୟ ସ୍ୱାଦିଷ୍ଠ ହୋଇଥାଏ। ଲୋକ ମାନଙ୍କର ଚାହିଦା ଦେଖି ପ୍ରାୟତଃ ଚା’ ଦୋକାନୀ ମାନେ ପ୍ଲାଷ୍ଟିକ ଓ କାଗଜ କପ୍ ପରିବର୍ତ୍ତେ ମାଟିରେ ତିଆରିଛୋଟପାତ୍ର(କପ୍)ବ୍ୟବହାରକରିବା ସହିତ, ଚା’ ପିଉଥିବା ଲୋକମାନେ ମଧ୍ୟ ମାଟିକପ୍ ରେ ଚା’ ପିଇବା ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
