November 21, 2024

ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା । ଦ୍ଵିତୀୟ ଦିନରେ ପ୍ରଶିକ୍ଷଣ ନେଲେ ୫୦ଚାଷୀ ..

Share

 

ଗୁଣପୁର ତା:-(ସୁରେନ୍ଦ୍ର ମହାନ୍ତି )୨୧.୧୧.୨୦୨୪ରିଖ, ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ଦ୍ଵତୀୟ ଦିନରେ ୫୦ଜଣ ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥି ଭାବେ ବିଷମକଟକ ବ୍ଳଜ ଉପାଧ୍ୟକ୍ଷ ଦେବୀପ୍ରସାଦ ପଟ୍ଟନାୟକ, ବୃନ୍ଦାବନ ବେହେରା, ଚିତ୍ତ ରଞ୍ଜନ ଶତପଥି, ମୁଖ୍ୟବକ୍ତା ଭାବେ ସମ୍ପଦ ସ୍ୱରୂପ ସାମଲ APD ଯୋଗ ଦେଇଥିବା ବେଳେ ଉଦ୍ୟାନ ବିଭାଗ ଉପ ନିର୍ଦ୍ଦେଶକ ଦୟାନିଧି ରାଉତ ସଭାପତିତ୍ୱ କରିଥିଲେ ।

ପ୍ରଦର୍ଶନୀରେ ୨୪ଟି ଷ୍ଟଲ ଖୋଲି, କୃଷି ବିଭାଗର ବିଭିନ୍ନ କୃଷି ଯନ୍ତ୍ରପାତି ପ୍ରଦର୍ଶିତ କରିବା ସହ କାର୍ଯ୍ୟକାରିତା ବିଷୟରେ ଚାଷୀଙ୍କୁ ଅବଗତ କରାଯାଇଥିଲା । ଦ୍ଵତୀୟ ଦିନରେ ବିଷମକଟକ, ମୁନିଗୁଡା, ଚନ୍ଦ୍ରପୁର ଅଞ୍ଚଳର ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ବିଭିନ୍ନ ପ୍ରକାର ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଥିବା ଚାଷୀଙ୍କୁ ଏହି ଉତ୍ସବରେ ସମ୍ମାନିତ କରାଯାଇଥିଲା । ଜି ରାମରାଓ, କେଶବ କାଶୀ, ସିଦ୍ଧାର୍ଥ କୁମାର ଚୌଧୁରୀ, କେଶବ କିଲାକା, ପରିଆ ମଉସିକା, ହରିବନ୍ଧୁ ପିଡ଼ିସିକା, ନରି କୁଟୁରୁକା, ଜଗନ୍ନାଥ, ସିତ୍ରି ମୂତ୍ରାଙ୍ଗା, ସୁବାଷ କୁମାର ସିଂ, ରଞ୍ଜିତ ମାଦଳା, ରାମଚନ୍ଦ୍ର ବ୍ରେଡେକା ପ୍ରମୁଖଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । କେବଳ ଧାନ, କପା, ଆଦି ଚାଷ କରିବା ସହ ଅର୍ଥକରି ଫସଲ ଚାଷ କରିବା ନିମନ୍ତେ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଦ୍ଵତୀୟଦିବସରେ ଟ୍ରାକ୍ଟର, ବହୁ କୃଷି ଯନ୍ତ୍ରପାତି ବିକ୍ରୟ ହୋଇଥିଲା । ଭରସିଂ ଆଶ୍ରମ ବିଦ୍ୟାଳୟ ଛାତ୍ର ଛାତ୍ରୀ, ଏମଆର୍ଟ ଅନୁଷ୍ଠାନର ଛାତ୍ର ଛାତ୍ରୀ, ବିଟବକ୍ସ ଅନୁଷ୍ଠାନର ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଭାଗ୍ୟଶ୍ରୀ ମଲ୍ଲିକ, ଅକ୍ଷୟ ପଣ୍ଡା, ଉତ୍ତମ କୁମାର ଦାସ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପରିଶେଷରେ ଗୁଣପୁର କୃଷି ଜିଲ୍ଲା ଅଧିକାରୀ ବୃନ୍ଦାବନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।