November 21, 2024

ଉମରକୋଟ ର ଶାଶ୍ଵତ ପଟ୍ଟନାୟକ ରାଜ୍ୟ ସ୍ତରୀୟ ବିଜ୍ଞାନ ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଗ୍ରହଣ…….

Share

 

 

ଉମରକୋଟ :-(ଏମ୍.ଦିନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଶାଶ୍ୱତ କୁମାର ପଟ୍ଟନାୟକ ପୁଣି ନିଜ ଜଲୱା ଦେଖାଇବା ରେ ସଫଳ ହେଇଛନ୍ତି। ଗତ ବର୍ଷ କୌନ ବନେଗ। କୋରଡ ପତି ର ଜୁନିୟର ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି ସମଗ୍ର ଓରିଶା ରେ ଚର୍ଚ୍ଚା କୁ ଆସିବା ବେଳେ ଆଜି ରାଜ୍ୟ ରାଜ୍ୟ ସ୍ତରୀୟ ବିଜ୍ଞାନ କୁଇଜ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଉମରକୋଟ ଆଦର୍ଶ ବିଦ୍ୟାଳୟ ର ନବମ ଶ୍ରେଣୀ ର ଛାତ୍ର ଶାଶ୍ୱତ ପଟ୍ଟନାୟକ ଆଜି ଭୁବନେଶ୍ୱର ର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ଅନୁଷ୍ଠିତ ଏହି ପ୍ରତିଯୋଗିତା ରେ ର।ଜ୍ୟର ଅନ୍ୟ ଜିଲ୍ଲାର ପ୍ରତିଯୋଗୀ ମାନଙ୍କୁ ପଛରେ ପକାଇ ସେ ଚାମ୍ପିଅନ ହୋଇଛନ୍ତି। ପୁରସ୍କାର ବିତରଣ ଉତ୍ସବ ରେ ଶିକ୍ଷା ଓ ଶିଖା ନିର୍ଦ୍ଦେଶାଳୟ ର ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ,ଓ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ କପିଲ ଜୈନ ଓ ବରିଷ୍ଠ ଅଧିକାରୀ ଶ୍ରୀ ହିମାଂଶୁ ଶେଖର ଶତପଥୀ ପ୍ରମୁଖ ଉପସ୍ଥିତିରେ ଶାଶ୍ଵତ କୁ ପ୍ରମାଣ ପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ଥିଲ। ତାଙ୍କର ଏହି ସଫଳତା ପରେ ଜିଲ୍ଲା ଶିକ୍ଷ। ଅଧିକାରୀ ଶ୍ରୀ ଛତ୍ରପତି ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରେଶମ ଲାଲ୍ ନାୟକ ଓ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଚିତ୍ତରଞ୍ଜନ ପଟ୍ଟନାୟକ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ଶାଶ୍ଵତ ବକୋଦା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେଶ ଚନ୍ଦ୍ର ପଟ୍ଟନାୟକ ଓ ଝରିଗାଁ ମହାବିଦ୍ୟାଳୟ ର ଅର୍ଥନୀତି ଅଧ୍ୟାପିକା ତୁଷ।ରି କୁମାରୀ ପଟ୍ଟନାୟକଙ୍କ ପୁତ୍ର ଅଟନ୍ତି ଓ ରାଇଘର ପଞ୍ଚାୟତ ସମିତି ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗର ବରିଷ୍ଟ ଅଧ୍ୟାପକ ରମେଶ ଚନ୍ଦ୍ର ପଟ୍ଟନାୟକ ଙ୍କ ପୁତୁରା ଅଟନ୍ତି। ଶାଶ୍ଵତ ଙ୍କ ଏହି ସଫଳତା ହାସଲ ପରେ ବିଭିନ୍ନ ମହଲରୁ ଶୁଭେଚ୍ଛା ମିଳିବାରେ ଲାଗିଛି।