May 12, 2025

ଓଡ଼ିଶା ଜୀବିକା ମିଶନ ଓ ଉଦ୍ୟାନ ବିଭାଗ ସହଯୋଗରେ ରାମନାଗୁଡ଼ାରେ ଷ୍ଟ୍ରବେରୀ ଚାଷ ଆରମ୍ଭ

Share

ଓଡ଼ିଶା ଜୀବିକା ମିଶନ ଓ ଉଦ୍ୟାନ ବିଭାଗ ସହଯୋଗରେ ରାମନାଗୁଡ଼ାରେ ଷ୍ଟ୍ରବେରୀ ଚାଷ ଆରମ୍ଭ

ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ଵାରା ଷ୍ଟ୍ରବେରୀ ଚାଷ ଉଦଘାଟିତ

ରାମନାଗୁଡା ରାୟଗଡ ଜିଲ୍ଲାରେ ପ୍ରଥମଥର ପାଇଁ ରାମନାଗୁଡ଼ାବ୍ଲକ ପାଲୁପାଇରେ ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଛି। ରାମନାଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓଡ଼ିଶା ଜୀବିକା ମିଶନ ଓ ଉଦ୍ୟାନ ବିଭାଗର ମିଳିତ ପ୍ରୟାସରେ ପ୍ରାରମ୍ଭିକ ଏହି ଷ୍ଟ୍ରବେରୀ ଚାଷ ଆରମ୍ଭ ହୋଇଛି।ସୂଚନା ଅନୁସାରେ ଏହି ଚାଷ ନିମନ୍ତେ ପ୍ରଥମେ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ନେଇ ପ୍ରଶିକ୍ଷଣ ଦିଆଯାଇଥିଲା। ଉନ୍ନତ ଜ୍ଞାନ କୌଶଳ ଯଥା ବୁନ୍ଦା ଜଳସେଚନ ,ମଲ୍ଚିଂ ବ୍ୟବହାର କରି ଏହି ଷ୍ଟ୍ରବେରୀ ଚାଷ କରାଯାଉଛି।ଆଜି ଷ୍ଟ୍ରବେରୀ ଚାଷ ଚାରାରୋପଣ କାର୍ଯ୍ୟକ୍ରମ ଆନୁଷ୍ଠାନିକ ରୂପେ ଅତିରିକ୍ତ ଜିଲ୍ଲାପାଳ ରାୟଗଡ଼ ରାମେଶ୍ବର ପ୍ରଧାନଙ୍କ ଉପସ୍ଥିତିରେ ଆରମ୍ଭ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଲପାଳ ଲଳିତ କହଁର ,ପ୍ରକଳ୍ପ ପ୍ରଶାସିକା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଗୁଣପୁର ଶାନ୍ତିପ୍ରଭା ପ୍ରଧାନ ,ବ୍ଲକ ଅଧ୍ୟକ୍ଷ ରବିଶଙ୍କର ଗମାଙ୍ଗ , ଉପ ଉଦ୍ୟାନ ନିର୍ଦ୍ଦେଶକ ଦୟାନିଧି ରାଉତ ,ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଜଗନ୍ନାଥ ବିନ୍ଧାଣି,ବିପିଏମ୍ ଜସ୍ମିନ ମୁଟିକା ,ସହକାରୀ ଉଦ୍ୟାନ ଅଧିକାରୀ ଏମ ସୁଚିତ୍ରା , ସରପଞ୍ଚ , ସମିତିସଭ୍ୟ କମଳ ମୁଟିକା ପ୍ରମୁଖ ଯୋଗ ଦେଇଥିଲେ।ଏଥି ସହିତ ରାମନାଗୁଡ଼ା ବ୍ଲକ ର ଟାସ୍କି ଓ ଜିଞ୍ଜିରିବାଡି ରେ ମଧ୍ୟ ୨ଏକର ଷ୍ଟ୍ରବେରୀ ଚାଷ ହେବା ନେଇ ବ୍ଲକ ପ୍ରଶାସନ ସୂଚନା ଦେଇଛି।ଏହି ଚାରା ରୋପଣ କାର୍ଯ୍ୟକ୍ରମ ରେ ମିଶନ ଶକ୍ତିର ଏମ୍ ବି କେ,ସିଆରପି,ପଞ୍ଚାୟତ ନିର୍ବାହୀ ଅଧିକାରୀ ରମାକାନ୍ତ ମାଣ୍ଡାଙ୍ଗି,ଜିଆରଏସ୍ ଦିଲ୍ଲୀପ ପଣ୍ଡା,ପ୍ରଦୀପ ବେହେରା ଓ ଉଦ୍ୟାନ ବିଭାଗର ଅକ୍ଷୟ କୁମାର ପଣ୍ଡା ପରିଚାଳନା କରିଥିଲେ।

ରିପୋର୍ଟ ସଞ୍ଜିବ କୁମାର ଦାଶ

You may have missed