April 20, 2025

୨ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Share

୨ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ରାମନାଗୁଡା ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ପଞ୍ଚାୟତ ସମିତି ସଭାଗୃହ ଠାରେ ୨ଦିନଧରି ପିଡିଆଇ ପ୍ରଶୀକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ସରପଞ୍ଚ, ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ,ଏଏନ୍ଏମ ,ଆଶା,ଏମବିକେ,ପ୍ରତି ପଞ୍ଚାୟତରୁ ୨ ଜଣ ଶିକ୍ଷକ, ବାଲ୍ୟବିବାହ ନିଷେଧ କିମିଟି ସଭ୍ୟ, ପ୍ରାକୃତିକ ପରିବେଶ ସୁରକ୍ଷା ସଭ୍ୟ ମାନେ ଯୋଗ ଦେଇଥିଲେ। ଏଥିରେ ଜିଲ୍ଲାପରିଷଦ ରାୟଗଡାରୁ ସାଧନ ଅଧିକାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର ପାତ୍ର ଯୋଗ ଦେଇ ଏଲଏସଡିଜେର ୯ଟି ବିଷୟ ଉପରେ ପ୍ରାଞ୍ଜଳ ଭାବରେ ବୁଝାଇଥୁଲେ ଓ ତତ୍‌ସମ୍ବନ୍ଧୀୟ ଉତ୍‌ଥିତ ପ୍ରଶ୍ନ ଉପରେ ଚର୍ଚ୍ଚା କରିଥିଲେ । କାର୍ଯ୍ୟକ୍ରମରପ୍ରଥମ ଦିନରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ ଉପସ୍ଥିତ ରହି କାର୍ଯ୍ୟକ୍ରମର ତଦାରଖ କରିଥିବା ବେଳେ ଡବ୍ଲୁଇଓ ବାସୁଦେବ ତ୍ରିପାଠୀ ସହାୟତା କରିଥିଲେ । ଦ୍ବିତୀୟ ଦିନ ପ୍ରଶିକ୍ଷଣ ଶିବିରରେ ସାଧନ ଅଧିକାରୀ ଶ୍ରୀ ପାତ୍ର ପ୍ରଶୀକ୍ଷଣ ଦେବା ସମୟରେ ଶ୍ରୀ କୃପାସିନ୍ଧୁ ବିଡିକା,ଡବ୍ଲୁଇଓ ଶ୍ରୀ ବାସୁଦେବ ତ୍ରିପାଠୀ,ବିପିସିଶ୍ରୀମତୀ ଅନୁରାଧା ଶବର ସଞ୍ଚାଳନା କରିଥିଲେ ତଥା ଏମବିକେ ଶ୍ରୀମତୀ ସୁରମ୍ଯା ବଡରଇତ ,ସୁଶ୍ରୀ ଚଞ୍ଚଳା ଶବର ଓ ବ୍ଲକ କର୍ମଚାରୀ ମାନେ ସକ୍ରୀୟ ସହଯୋଗ କରିଥିଲେ।।

ରିପୋର୍ଟ ରାକେଶ କୁମାର ବେହେରା