September 29, 2024

ମାଣିବନ୍ଧ ଗ୍ରାମରେ ମା ଦୁର୍ଗାଦେବୀଙ୍କ ପୂଜା ଉତ୍ସବ

Share

ମାଣିବନ୍ଧ ଗ୍ରାମରେ ମା ଦୁର୍ଗାଦେବୀଙ୍କ ପୂଜା ଉତ୍ସବ
ବୁଗୁଡ଼ା : ତା ୨୧/୧୦/୨୩ : ଚଳିତ ଆଶ୍ବିନ ଶୁକ୍ଲ ଷଷ୍ଠୀଠାରୁ ବୁଗୁଡ଼ା ବ୍ଲକର ମାଣିବନ୍ଧ ଗ୍ରାମରେ ମା ଦୁର୍ଗାଦେବୀଙ୍କ ୧୨ତମ ପୂଜା ଉତ୍ସବ ମହାସମାରୋହରେ ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇଯାଇଛି । ଜଗଜ୍ଜନନୀ ଦୁର୍ଗାଦେବୀଙ୍କ ପୂଜାପାଠ ପୁରୋହିତ ମାନସ ରଞ୍ଜନ ରଥ ଓ ପ୍ରଦୀପ ଚନ୍ଦ୍ର ମିଶ୍ରଙ୍କ ଦ୍ଵାରା ସମ୍ପାଦନ ହୋଇଥିବା ବେଳେ କର୍ତ୍ତା ଭାବେ ଭଗବାନ ଜେନା ଦାୟିତ୍ବ ନିର୍ବାହ କରିଥିଲେ । ମା’ଙ୍କ ପୂଜା ଉତ୍ସବ ହେତୁ ଗ୍ରାମରେ ଆଧ୍ଯାତ୍ମିକ ପରିବେଶ ସୃଷ୍ଟି ହେବା ସାଙ୍ଗକୁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ସମାବେଶ ଘଟୁଛି । ଉପାସକ ଓ ମାନସିକଧାରୀମାନେ ମଧ୍ୟ ଦୀପ ବସାଇ ପୂଜା କରୁଛନ୍ତି । ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଉକ୍ତ ଉତ୍ସବକୁ ପୂଜା କମିଟି ସଭାପତି ଭଜରାମ ସ୍ବାଇଁ ଓ ସମ୍ପାଦକ ଗୟାଚାନ୍ଦ ସ୍ବାଇଁ ପରିଚାଳନା କରୁଥିବା ବେଳେ ଆସନ୍ତା ୨୪ ତାରିଖରେ ପୂର୍ଣ୍ଣାହୁତି ଓ ୨୫ ତାରିଖ ଦିନ ମା’ଙ୍କ ବିସର୍ଜନ ଉତ୍ସବ ଅନୁଷ୍ଠିତ ହେବା ନେଇ ପୂଜା କମିଟି ପକ୍ଷରୁ ପ୍ରକାଶ ପାଇଛି ।