June 29, 2024

ଝଙ୍କଡ଼ ସାରଳାଙ୍କ ମହାଷ୍ଟମୀ ପୂଜାରେ ଲକ୍ଷାଧିକ ଭକ୍ତସମାଗମ

Share

ଝଙ୍କଡ଼ ସାରଳାଙ୍କ ମହାଷ୍ଟମୀ ପୂଜାରେ ଲକ୍ଷାଧିକ ଭକ୍ତସମାଗମ

==================== ତିର୍ତ୍ତୋଲ :-ଓଡ଼ିଶାର ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ ବାଣୀ କ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀଙ୍କ ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜାର ଉଦଯାପନୀ ଦିବସରେ ପବିତ୍ର ମହାଷ୍ଟମୀ ପୂଜା ଉପଲକ୍ଷେ ଲକ୍ଷାଧିକ ଭକ୍ତସମାଗମ ପରିଲକ୍ଷିତ ହୋଇଥିଲା । ପ୍ରାତଃ ସମୟରେ ମାଆଙ୍କ ମଙ୍ଗଳ ଆଳତି ପରେ ମଧୁ ସ୍ନାନରେ ହଳଦୀ ଚୁଆ ଚନ୍ଦନ ଓ ପଞ୍ଚାମୃତ ର ମହ ମହ ବାସନା ରେ ମାର୍ଜନା କରାଯାଇ , ଅଭିନବ ବେଶରେ ମାଆଙ୍କୁ ସଜ୍ଜିତ କରାଯାଇ ସ୍ୱର୍ଣ୍ଣଅଳଙ୍କାର ରେ ମଣ୍ଡିତ କରାଯାଇଥିଲା । ଶ୍ରୀଜଗନ୍ନାଥ ଙ୍କ ମହାପ୍ରସାଦ ସମର୍ପଣ ପରେ , ଦଶଦିଗପାଳ ପୂଜା , ପାର୍ଶ୍ଵ ଦେବଦେବୀପୂଜା , ଦ୍ଵାରପାଲ ପୂଜା ସହିତ ଦୈନିକ ପାଞ୍ଜି ପାଠ , ସୂର୍ଯ୍ୟ ପୂଜା , ଓ ସମୂହ ଚଣ୍ଡୀ ପାଠ ସମୟରେ ସପ୍ତଶତୀ ଚଣ୍ଡିର ମନ୍ତ୍ର ଧ୍ଵନୀ ର ସୁରଝଙ୍କାର ରେ ଏକ ଅପୂର୍ବ ଆଧ୍ୟାତ୍ମିକ ଭକ୍ତି ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ବିଶ୍ଵଶାନ୍ତି ଯଜ୍ଞ ରେ ଆହୁତି ପ୍ରଦାନ , ଷୋଡଶ ଉପଚାର ପୂଜା , ବଡ଼ସିଂହାର , ପ୍ରଥମ ପ୍ରହର ଓ ଦ୍ୱିତୀୟ ପ୍ରହର ଧୂପ ପରେ ମାଆଙ୍କ ପହୁଡ଼ ପଡ଼ିଥିଲା। ଅପରାହ୍ନ ୩ ଟାରେ ପୁନଶ୍ଚ ପହୁଡ଼ ଖୋଲାଯାଇ ,ମାର୍ଜନା ପରେ ସମ୍ପୂର୍ଣ୍ଣ ଚାନ୍ଦିରେ ମହିଷ୍ମ ମର୍ଦ୍ଦିନି ବେଶ ରେ ସନ୍ଧ୍ୟାଆରତୀ ବେଳେ ମାଆ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ । ଚଣ୍ଡୀ ପୁରାଣ ପାଠ , ଚଣ୍ଡିଧୂପ ପରେ ସମ୍ପୂର୍ଣ ସୁନାବେଶ ଓ କାଲିକା ନୃତ୍ୟ ବେଢ଼ା ପରିକ୍ରମା କରିଥିଲା । ପରେ ପରେ ଏକ ବର୍ଣ୍ଣାଢ଼୍ୟ ପଟୁଆର ମଧ୍ୟରେ , ମାଆଙ୍କର ଚଳନ୍ତି ପ୍ରତିମା ପ୍ରାଚୀନ ପୀଠ ସ୍ଥଳୀ , ବଡ଼ଶାରୋଳ ଗ୍ରାମର ,ଲଣ୍ଡା ଦେଉଳ ପୀଠ ସ୍ଥଳୀ କୁ ଦାଣ୍ଡ ଯାତ୍ରା ରେ ଯାତ୍ରା କରି ସେଠାରୁ ଫେରିବା ପରେ ମନ୍ଦିର ସୌଧ କରାଯାଇ , ସନ୍ଧିପୂଜା ବସିଥିଲା । ସୂଚନା ଯୋଗ୍ୟ ବହୁପୂର୍ବରୁ ଏହି ସନ୍ଧିପୂଜା ରେ ଏକ ଜୀବନ୍ତ ମହିସ କୁ ହତ୍ୟା କରି ବଳି ଭୋଜ୍ୟ ଦିଆଯାଉଥିଲା । ମାତ୍ର ୧୯୨୬ ମସିହାରେ ଏହି ବଳି ପ୍ରଥା ବନ୍ଦ ହେବାପରେ , ଏକ ବଳି ପଣା ହାଣ୍ଡି ସହିତ ଶହେ ଆଠ ପ୍ରକାରର ବିଭିନ୍ନ ସୁମିଷ୍ଟ ଭୋଗ ମାଆଙ୍କ ପୂଜାରେ ନୈବେଦ୍ୟ ଅର୍ପଣ କରାଯାଉଅଛି । ପ୍ରାତଃ ସମୟରେ ସନ୍ଧିପୂଜାର ଶେଷ ହେବା ସହିତ, ଦୀର୍ଘ ୧୬ ଦିନ ଧରି ଚାଲିଥିବା ବିଶ୍ଵଶାନ୍ତି ଯଜ୍ଞ ରେ ମଧ୍ୟ ପୂର୍ଣ୍ଣାହୂତି ପ୍ରଦାନ କରାଯାଇଥାଏ । ତେବେ ରବିବାର ଓ ସୋମବାର ଦୁଇଦିନ ବିଶ୍ରାମ ପଡୁଥିବାରୁ , ମନ୍ଦିରର ସମ୍ମୁଖ ଦ୍ଵାର ବନ୍ଦରହିବ ଓ ଦକ୍ଷିଣ ପଶ୍ଚିମ ଦ୍ଵାର ଦେଇ , ଯାତ୍ରୀମାନଙ୍କ ପ୍ରବେଶ ପ୍ରସ୍ଥାନ ସହିତ ସମସ୍ତ ନୀତି କାନ୍ତି ମଧ୍ୟ ସମ୍ପନ୍ନ ହୋଇଥାଏ । କିନ୍ତୁ ଘଣ୍ଟ ଘଣ୍ଟା କାହାଳୀ ବାଜେ ନାହିଁ , ନିଶବ୍ଦ ପୂଜା କରାଯିବ ବୋଲି , ସାରଳା ସାହିତ୍ୟ ସଂସ୍କୃତି ଓ ମହିମା ପ୍ରଚାରକ ରମାକାନ୍ତ ରାଉଳ ସୂଚନା ପ୍ରଦାନ କରିଅଛନ୍ତି
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୁଜ ଉପାନ୍ତ ଓଡିଶା !