September 29, 2024

ବିଭିନ୍ନ ସମସ୍ୟା ଘେରରେ ଉମରକୋଟ ସହର ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ

Share

ବିଭିନ୍ନ ସମସ୍ୟା ଘେରରେ ଉମରକୋଟ ସହର ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ

 

ଉମରକୋଟ ( ଆ.ପ୍ର) ଉମରକୋଟ ଠାରେ ଅବସ୍ଥାପିତ ଥିବା ପ୍ରଶାସନକୁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ।ଦିନ କୁ ଦିନ ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ଦୁର୍ନୀତି,ଅପରାଧ, ଦୁର୍ଘଟଣା, ଜମି ମାଫିଆଙ୍କ ରାଜରେ ପରିପୂର୍ଣ ଦେଖିବାକୁ ମିଳୁଛି।କିନ୍ତୁ ପ୍ରଶାସନ କୌଣସି ପଦକ୍ଷେପ ନେଇପାରୁନାହିଁ!ସହରରେ ବିଭିନ୍ନ ଅସାମାଜିକ ଲୋକଙ୍କ ଦ୍ୱାରା ଜନସାଧାରଣ ସାଇବର ଠକର ଶିକାର ହେଉଛନ୍ତି ଚୋରି ଦିନ କୁ ଦିନ ବଢ଼ିବାରେ ଲାଗିଛି।ଭାରି ଯାନବାହାନ ମୁଖ୍ୟ ରାସ୍ତା ଦେଇ ଯାତାୟାତ ହେବା ଦ୍ୱାରା ସକାଳ ୯ ଘଂଟିକା ସମୟ ଠାରୁ ସନ୍ଧ୍ୟା ୫ ଘଂଟିକା ପର୍ଯ୍ୟନ୍ତ ରାସ୍ତା ପ୍ରାୟ ଯାମ ରହୁଥିବା ଦେଖିବାକୁ ମିଳିଛି।କେତୋଟି ସ୍ଥାନରେ ରାସ୍ତା ଖରାପ ଥିବାରୁ ଦୁର୍ଘଟଣା ଘଟୁଛି। କିଛି ଗାଈ ମାଲିକ ମାନେ ନିଜ ଫାଇଦା ସରିବା ପରେ ଗାଈ ମାନଙ୍କୁ ରାସ୍ତାରେ ଛାଡିଦିଅନ୍ତି ଯାହାଫଳରେ ଲୋକେ ରାସ୍ତାରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଗାଈଗୋରୁଙ୍କ ଦୁର୍ଘଟଣାରେ ମୃତ୍ୟୁ ହେବା ସହ ଜନସାଧାରଣଙ୍କ ମଧ୍ୟ ଅନେକ କ୍ଷତି ହେଉଛି।ଗାଈଗୋରୁଙ୍କ ସମସ୍ୟାକୁ ଦୂର କରିବା ନିମନ୍ତେ ଗୋ ସମ୍ପଦ ବିକାଶ ପ୍ରତିଷ୍ଠାନ (ଉମରକୋଟ), ଏବଂ ଉତ୍କଳ ଗୋଶାଳା ସମିତି(ଉମରକୋଟ)ର ସଭ୍ୟବୃନ୍ଦ ଜିଲ୍ଲାପାଳ କମଳ ଲୋଚନ ମିଶ୍ର, ଉମରକୋଟ ତହସିଲଦାର ତୁଳା ମୁଦୁଲି, ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଋଷି ମାଝୀ ଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି।ଉମରକୋଟ ପୌର ପରିଷଦ ନିକଟବର୍ତ୍ତୀ ଦୁଇଟି ଗୋଶାଳା ପ୍ରତିଷ୍ଠା ନିମନ୍ତେ ଜମି ଚିହ୍ନଟ କରି ୫ ଏକର ଲେଖାଏଁ ଜମି ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି କିନ୍ତୁ ପ୍ରଶାସନ ଏ ପର୍ଯ୍ୟନ୍ତ ଜମି ପ୍ରଦାନ କରିନାହାନ୍ତି ବିଭିନ୍ନ ଜମି ମାଫିଆ ମାନେ ସରକାରୀ ଜମିରେ ବଡ଼ ବଡ଼ କୋଠା ନିର୍ମାଣ କରି ବସବାସ କରୁଥିବା ବେଳେ କିଛି ବ୍ୟବସାୟୀ ଇଣ୍ଡଷ୍ଟ୍ରି ନାମରେ ଜମି ନେଇ ଅଟୋ ସାର୍ବିସିଂ ସେଣ୍ଟର ଓ ଏମେନିଟି ସେଣ୍ଟର ଖୋଲିବା ବାହାନାରେ ବଡ଼ ବଡ଼ ଷ୍ଟଲ ତିଆରି କରି ବ୍ୟବସାୟ କରୁଛନ୍ତି ସେସବୁ ପ୍ରଶାସନ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନେଉ ନାହାଁନ୍ତି।
ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି. ଆପଙ୍ଗ ଆଓ ଉମରକୋଟ ଗସ୍ତ କରି ବିଭିନ୍ନ ସରକାରୀ ଜମିକୁ ହଡପ କରାଯାଇଥିବା ଲୋକ,ଖଣି ମାଫିଆ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ କିନ୍ତୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାଁନ୍ତି। ସେ କେବଳ ଉମରକୋଟ ସହର କିପରି ଦେଖାଯାଉଛି ଏବଂ ତହସିଲ କିପରି ଅଛି ତାହା ଦେଖିବାକୁ ଆସିଥିଲେ ସେପଟେ ସ୍ଥାନୀୟ ନେତାମାନେ ମଧ୍ୟ ସବୁ ଜାଣିଶୁଣି ଚୁପ ରହୁଛନ୍ତି।ବିଭିନ୍ନ ମନ୍ଦିର, ଚର୍ଚ୍ଚ,ବଡ଼ ବଡ଼ କୋଠା ନିର୍ମାଣ ପ୍ରଶାସନଙ୍କ ଜଣାଶୁଣା ରେ ହେଉଛି କିନ୍ତୁ ପ୍ରଶାସନର ହାତ ଖାଲି।ଆମ ଦେଶରେ ଗାଈକୁ ଗୋମାତା ବୋଲି ଆକ୍ଷା ଦିଆଯାଇଛି କିନ୍ତୁ ସେହି ଗୋମାତା ପାଇଁ ସହରରେ ଗୋଟିଏ ଗୋଶାଳା ନ ଥିବା ଦୁଃଖ ର ବିଷୟ!ପ୍ରଶାସନ ଯଦି ତତ୍ପରତା ଦେଖାନ୍ତି ତାହାହେଲେ ଉମରକୋଟ ସହର ନିକଟରେ ଗୋଶାଳା ନିର୍ମାଣ ହୋଇପାରିବ ଯାହାଫଳରେ ରାସ୍ତା ମଧ୍ୟରେ ଗାଈଗୋରୁଙ୍କ ଭିଡ଼ ରହିବ ନାହିଁ କି କୌଣସି ଦୁର୍ଘଟଣା ମଧ୍ୟ ଘଟିବାର ସମ୍ଭାବନା ରହିବ ନାହିଁ ।ଏ ବିଷୟରେ ଜିଲ୍ଲାପାଳ ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଜନସାଧାରଣରେ ଚର୍ଚ୍ଚ| ଚାଲିଛି।