July 1, 2024
Share

*ଖବର ଆଜିର*
*ତାରିଖ ୨୧/୧୦/୨୩, ଶନିବାର*

*୧-ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି, ମହଙ୍ଗା ଭତ୍ତା ୪% ବୃଦ୍ଧି କଲେ ରାଜ୍ୟ ସରକାର।ଏହା ପିଛିଲା ଭାବେ ଜୁଲାଇ ପହିଲାରୁ ଲାଗୁ ହେବ।*

*୨-ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଆସନ୍ତା ୩୧ ତାରିଖ ଯାଏ ଧର୍ମଘଟକୁ ସ୍ଥଗିତ ରଖିଲା ସଂଘ, ଏବେ ଠାରୁ ସ୍ୱାଭାବିକ ହେବ ବସ ଚଳାଚଳ।*

*୩-୪ରେ ସବୁ ଉଚ୍ଚ ବିଦ୍ୟାଳୟରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ:ଦଶମ ଛାତ୍ରଛାତ୍ରୀଙ୍କୁ ଦିଆଯିବ ବୋର୍ଡ ପରୀକ୍ଷା ଟିପ୍ସ।*

*୪-ଭୁବନେଶ୍ୱର:ଏମ୍ସରେ ଆରମ୍ଭ ହେଲା ଇ-ପେମେଣ୍ଟ ବ୍ୟବସ୍ଥା।*

*୫-ସରକାରୀ ଡାକ୍ତରଖାନାର କାର୍ଯ୍ୟରତ ଡାକ୍ତର ଖୋଲିପାରିବେନି କ୍ଲିନିକ, ରୁଜ୍ଜୁ ହେଲା ଜନସ୍ୱାର୍ଥ ମାମଲା।*

*୬-ପାର୍ବଣ ପୂର୍ବରୁ ଆକ୍ସନ ମୋଡ଼ରେ ଅବକାରୀ ବିଭାଗ, ସାଲିଆ ସାହିରୁ ଜବତ କଲା ୧୦ ହଜାର ଲିଟର ପୋଚ।*

*୭-ବହୁଚର୍ଚ୍ଚିତ ବରମୁଣ୍ଡା ଟ୍ରିପଲ ମର୍ଡର ମାମଲା। ୨୭ ବର୍ଷ ପରେ ଆସିଲା ରାୟ । ୩ ଅଭିଯୁକ୍ତଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ।*

*୮-ଯାଜପୁର:ରେଳ ଧାରଣା ପାର୍ କରୁଥିବାବେଳେ ଘଟିଲା ବଡ଼ ଅଘଟଣ, ଟ୍ରେନ୍‌ ଧକ୍କାରେ ସ୍ୱାମୀ-ସ୍ତ୍ରୀ ମୃତ।*

*୯-୫ ନୂଆ ସହରରେ ‘ଡ୍ରିଙ୍କ ଫ୍ରମ ଟ୍ୟାପ୍’, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।*

*୧୦-ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଦଶହରା ଅବକାଶ,ଗୋଟେ ସପ୍ତାହ ଲାଗି ବନ୍ଦ ରହିବ ଅଦାଲତ।*

*୧୧-ଟିଟିଲାଗଡ଼: ଦୁଇ ପିଲାଙ୍କୁ ନେଇ ଭୁଲ୍‌ ଟ୍ରେନ୍‌ରେ ଚଢ଼ିଯାଇଥିଲେ, ଓହ୍ଲାଇବା ପାଇଁ ଡେଇଁବା ବେଳେ ଘଟିଲା ଅଘଟଣ, ମାଆ ମୃତ।*

*୧୨-ଗଜପତିବାସୀଙ୍କୁ ମିଳିଲା ସେବା: ଗଡିଲା ଲକ୍ଷ୍ମୀ ବସ୍ , ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ।*

*୧୩-ଯୁଦ୍ଧ ଭୂମିରୁ ୫ଟି ପର୍ଯ୍ୟାୟରେ ସ୍ୱଦେଶ ଫେରିଲେଣି ୧୨ଶହରୁ ଅଧିକ ଭାରତୀୟ । ଯୁଦ୍ଧ ପ୍ରଭାବରେ ଆକାଶଛୁଆଁ ହେଲାଣି ସୁନା ଓ ରୂପା ଦର।*

*୧୪-ଏବେବି ବଜାରରେ ମହଜୂଦ ଅଛି ୧୦ ହଜାର କୋଟି ମୂଲ୍ୟର ୨୦୦୦ ଟଙ୍କା ନୋଟ୍: RBI*

*୧୫-ଦେଶର ପ୍ରଥମ ଆଞ୍ଚଳିକ ରାପିଡ୍‌‌ ଟ୍ରେନ୍‌‌ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।*

*୧୬-ଓ୍ଵାର୍ଣ୍ଣର ଓ ମାର୍ଶଙ୍କ ଶତକ ପରେ ଜାମ୍ପାଙ୍କ ଘାତକ ବୋଲିଂ, ପାକିସ୍ତାନକୁ ହରାଇ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ଅଷ୍ଟ୍ରେଲିଆ।*

*୧୭-ହମାସକୁ ସମର୍ଥନ ଅଭିଯୋଗରେ ‘ଅଲ-ଜଜୀରା’ ଉପରେ ଇସ୍ରାଏଲରେ ଲାଗିବ ବ୍ୟାନ୍।*

*୧୮-ମାନବିକତା ଦୃଷ୍ଟିରୁ ବନ୍ଦୀ ରଖିଥିବା ଦୁଇ ଆମେରିକୀୟ ନାଗରିକଙ୍କୁ ଛାଡ଼ିଲା ହମାସ।*

. *🙏 ସୁପ୍ରଭାତ, ଗୁଡମର୍ଣିଂ 🙏*