୨୪ଘଣ୍ଟା ଭିତରେ ଦୁର୍ବୁତ୍ତଙ୍କୁ ଗିରଫ କର, ଦାବିକଲା କଂଗ୍ରେସ l

ପୁରୀଜିଲ୍ଲା ନିମାପଡା ବ୍ଲକ ବଳଙ୍ଗା ଥାନା ଅନ୍ତର୍ଗତ ବିଅବାର ଗ୍ରାମରେ ୧୬ ବର୍ଷୀୟା ଝିଅ ସମିଦା ଖାତୁନ ସହ ଘଟିଥିବା ବର୍ବୋର୍ଚିତ ଓ ଅତ୍ୟନ୍ତ ଅମାନୁଷିକ ଘଟଣା ସମ୍ପର୍କରେ ପୁରୀ ଜ଼ିଲ୍ଲା କଂଗ୍ରେସ ସଂଯୋଜକ ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱ ରେ ସତ୍ୟବାଦୀ ବିଧାନସଭା ପ୍ରାର୍ଥୀ ଶ୍ରୀ ମନୋଜ କୁମାର ରଥ, ପୁରୀ ସହର କଂଗ୍ରେସ ସଭାପତି ଶ୍ରୀ ଅମରେନ୍ଦ୍ର ପାଇକରାୟ, ଉମା କାନ୍ତ ବେହେରା, ନିମାପଡ଼ା ବ୍ଲକ କଂଗ୍ରେସ ସଂଯୋଜକ ଶ୍ରୀ କାଳନ୍ଦୀ ବାରିକ, ନିମାପଡ଼ା କଂଗ୍ରେସର ବରିଷ୍ଟ ନେତା ଓ ପୂର୍ବତନ ସରପଞ୍ଚ ଶ୍ରୀ ଗୋବିନ୍ଦ ମଲିଆ, ପୂର୍ବତନ ସମିତି ସଭ୍ୟ ଶ୍ରୀ ନରେନ୍ଦ୍ର ବେହେରା, ପ୍ରଦୀପ ମହାନ୍ତି, ନିଶିକାନ୍ତ ସ୍ୱାଇଁ,ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ପ୍ରଧାନ, ପ୍ରଭାକର ପାଟଶାଣୀ ଏବଂ ପର୍ଶୁରାମ ପରିଡା ଏବଂ ଅନେକ ବରିଷ୍ଟ କର୍ମୀ ପ୍ରମୁଖ ବଳଙ୍ଗା ଥାନାରେ ପହଞ୍ଚି ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଘଟଣା ବିଷୟରେ ଏବଂ ଅନୁସନ୍ଧାନର ଅଗ୍ରଗତି ବିଷୟରେ ପୁଙ୍ଖାନୂପୁଖକ ଆଲୋଚନା କରି ଅପରାଧୀ ମାନଙ୍କୁ ଚିହ୍ନଟ ଏବଂ ୨୪ ଘଣ୍ଟା ମଧ୍ୟର ଗିରଫ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ. ଏହି ଜ଼ିଲ୍ଲା କଂଗ୍ରେସ ପ୍ରତିନିଧି ଦଳ ମଧ୍ୟ ସେଠାରେ ଉପସ୍ଥିତ ଥିବା ପୀଡ଼ିତାଙ୍କ ନିକଟସମ୍ପର୍କୀୟ ମାନଙ୍କୁ ଭେଟି ଶାନ୍ତନା ପ୍ରଦାନ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
