October 5, 2024

ବାଇକ ଚୋରି ଘଟଣାର ପର୍ଦ୍ଦାଫାସ  ୨ ନାବାଳକ ସହ ମୁଖ୍ୟ ଅଭିଯୁକ୍ତ ଗିରଫ ୪ ବାଇକ ଜବତ

Share

 

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁଣୁପୁର ପୁଲିସ ବାଇକ ଚୋରି ଘଟଣାର ପର୍ଦ୍ଦାଫାସ କରିଛି । ପୁଲିସର ସୂଚନା ଅନୁଯାୟୀ ଗୁଣୁପୁର ଆମ୍ବେଦକର ନଗର ର କୁନାଲ ମିଶାଲ ନାମକ ଜଣେ ଯୁବକ ଓ ଦୁଇ ଜଣ ନାବାଳକ ବିଭିନ୍ନ ସ୍ଥାନରୁ ବାଇକ ଚୋରି କରିବା ଘଟଣାରେ ସଂପୃକ୍ତ ଥିଲେ । ବିଶାଖାପାଟଣା, ପାରଳାଖେମୁଣ୍ଡି ଓ ଗୁଣୁପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟ,ଲକ୍ଷ୍ମଣ ଢେପ ଗୁଣୁପୁର ପ୍ରଭୃତି ସ୍ଥାନରୁ ବିଭିନ୍ନ ପ୍ରକାରର ମଟର ସାଇକେଲ ଚୋରି କରିଥିଲେ । ମଟର ସାଇକେଲ ଚୋରି କରି ବେଆଇନ ଭାବେ ବିକ୍ରି କରୁଥିବା ଏମାନଙ୍କ ବୃତ୍ତି ହୋଇ ଯାଇଥିଲା । ଗୁଣୁପୁର ପୁଲିସ ପକ୍ଷରୁ ଅଭିଯୋଗ ପାଇବା ପରେ ଏକ ସ୍ୱତନ୍ତ୍ର ସ୍ୱ।ର୍ଡ଼ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ସହ ଚୋରି ହୋଇଥିବା ବାଇକ ଉଦ୍ଧାର କରିଛି । ଗୁଣୁପୁର ଉପଖଣ୍ଡ ଆରକ୍ଷୀ ଅଧିକାରୀ ବାବୁଲି ନାୟକ, ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ ।