July 1, 2024

ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଯୋଗ ଦିବସ*….

Share

ନୀଳଗିରି… ବାଲେଶ୍ବର

ନୀଳଗିରି ମହିଳା ଡିଗ୍ରୀମହାବିଦ୍ୟାଳୟରେ ଆନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଯାଇଛି । ସ୍ବାସ୍ଥ୍ୟ ହିଁ ସମ୍ପଦ । ଯମ, ନିୟମ, ଆସନ, ପ୍ରାଣାୟମ, ଧ୍ୟାନ, ଧାରଣା, ପ୍ରତ୍ୟାହାର ଓ ସମାଧୀ ଆଦି ଭେଦରେ ଯୋଗ ଆଠ ପ୍ରକାର। ଏହାକୁ ଅଷ୍ଟାଙ୍ଗ ଯୋଗ କୁହାଯାଇଥାଏ । ଯୋଗ ମାନସିକ ସ୍ଥିରତା ଓ ଆଧ୍ୟାତ୍ମିକ ଉନ୍ନତିର ପ୍ରମୁଖ ସୋପାନ ସହ ଶାରୀରିକ ସୁସ୍ଥତା ପ୍ରଦାନ କରେ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ସର୍ବପ୍ରଥମେ ଯୋଗାସନରେ ଯୋଗଗୁରୁ ତଥା ଅଧ୍ୟାପକ ଡ. ପ୍ରଦୀପ୍ତ କୁମାର ମିଶ୍ର ସୂର୍ଯ୍ୟନମସ୍କାର ଠାରୁ ଯୋଗ ଆରମ୍ଭ କରି ଅଷ୍ଟାଙ୍ଗଯୋଗର ଅନ୍ତିମଯୋଗ ସମାଧୀସନ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଙ୍କୁ ଯୋଗ ଅଭ୍ୟାସ ଓ ଯୋଗର ଉପକାରିତା ସଂପର୍କରେ ଆଲୋଚନା କରିଥିଲେ । ଏଥିରେ ମହାବିଦ୍ୟାଳୟର ଏନ୍. ଏସ୍. ଏସ ଓ ୟୁଥ୍ ରେଡ଼କ୍ରସର ବିଭାଗୀୟ ଅଧିକାରୀ ଅଧ୍ୟାପିକା ମୌସୁମୀ ଭୋଳ ଓ ଅଧ୍ୟାପିକା ସୁଷମା ସିଂହ ଯୋଗଦାନକରି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସର୍ବୋପରି ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏଥିରେ ଉପସ୍ଥିତ ରହିବାସହ ଯୋଗାଭ୍ୟାସ ମଧ୍ୟ କରିଥିଲେ । ଶେଷରେ ଉକ୍ତ କାର୍ଯ୍ୟକ୍ରମର ସଂଯୋଜକ ଡ଼ ହରିପଦ ଦାଶ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।।

 

ଦେବାଶିଷ ଦାଶ ‌କ୍କ ରିପୋର୍ଟ,,,

You may have missed