July 1, 2024

ସମନ୍ତିଆପଲି ମିନି ଷ୍ଟାଡିୟମ୍ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ।

Share

ଚିକିଟି ୨୧/୦୬/୨୪
ପାତ୍ରପୁର ବ୍ଳକ ପ୍ରଶାଶନ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ କରଯାଇଛି।କାର୍ଯ୍ୟକ୍ରମ ରେ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦୈନନ୍ଦିନ ଜୀବନ ରେ
ଯୋଗ ର ଉପାଦେୟତା ସଂପର୍କରେ ଉଦବୋଧନ ଦେଇଥିଲେ । ଏହାସହ ଦୈନିକ ଯୋଗ କରିବା ସ୍ବାସ୍ଥ୍ୟ ପ୍ରତି ହିତକର ଅଟେ। ଏଥି ନିମନ୍ତେ ସମସ୍ତ କର୍ମଚାରୀ ଓ ଉପସ୍ଥିତ ବ୍ୟକ୍ତି ବିଶେଷ ମାନେ ଶପଥ ପାଠ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଧକ୍ଷା ୱାଈ ସଂଯୁକ୍ତା , ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ ବି ଡି ଓ ସୁମନ ସୁଦ୍ଧା କୁଣ୍ଡୁ ,ତହସିଲଦାର ଅଶୋକ ପଟ୍ଟନାୟକ , ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ଦେହୁରୀ ସି ଡ଼ି ପି ଓ ସ୍ୱର୍ଣ୍ଣପ୍ରଭା ସାହୁ ଙ୍କ ସମେତ
ଅନେକ ସରପଞ୍ଚ ସମିତି ସଭ୍ୟ ଯୋଗ ଦେଇଥିଲେ। ଯୋଗ ପ୍ରଶିକ୍ଷକ ଭାବରେ ଅରୁଣ କୁମାର ମହାନ୍ତି ପ୍ରଶିକ୍ଷଣ ଦେଇଥିବା ବେଳେ ମହନ୍ତ ଶ୍ରୀ ପରାଙ୍କୁଶ ବିଦ୍ୟାପୀଠ ର ଶିକ୍ଷକ ମୋହନ ରାଓ ପରିଚାଳନା କରିଥିଲେ।

You may have missed