July 1, 2024

ବୁଗୁଡ଼ାରେ ବିଜେପିର ବିଜୟ ଶୋଭାଯାତ୍ରା , ମନ୍ତ୍ରୀଙ୍କୁ ଭବ୍ଯ ସମ୍ବର୍ଦ୍ଧନା

Share

  • ବୁଗୁଡା : ତା ୨୧/୦୬/୨୪ : ବିପୁଳ ବିଜୟ ସହ ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ବିଜେପି ସରକାର ଗଠନ ହୋଇଥିବା ବେଳେ ଆଜି ବୁଗୁଡା ସହରରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବିଶାଳ ଶୋଭାଯାତ୍ରାରେ ପୋଲସରା ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ବିଧାୟକ ତଥା ରାଜ୍ୟ ସରକାରଙ୍କ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଆସ୍କା ସାଂସଦ ଅନୀତା ଶୁଭଦର୍ଶିନୀ , ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ ନାୟକ , ସୋରଡା ବିଧାୟକ ନୀଳମଣି ବିଷୋୟୀ , କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ , ଘୁମୁସର ସାଂଗଠନିକ ଜିଲ୍ଲା ଉପସଭାପତି ପ୍ରଭାକର ପଣ୍ଡା ଓ ଯୁବମୋର୍ଚ୍ଚା ସଭାପତି ଦୀପକ ପ୍ରଧାନ , ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଏନ୍ଏସି ସଭାପତି କେଦାର ମହାରଣାଙ୍କ ସମେତ ଦଳୀୟ ଜନପ୍ରତିନିଧି , କର୍ମକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ । ବୁଗୁଡା ଉପକଣ୍ଠସ୍ଥ ସନ୍ତୋଷୀ ମନ୍ଦିର ନିକଟରୁ ବାଦ୍ଯ ବାଜଣା ଓ ବାଣ ପଟୁଆର ସହ ଏହି ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଥିଲା ବେଳେ ଏ ଅବସରରେ ମନ୍ତ୍ରୀ ଗୋକୁଳାନନ୍ଦଙ୍କୁ ଅନେକ ସ୍ଥାନରେ ବିଭିନ୍ନ ସଂଗଠନ ଓ ବ୍ଯକ୍ତି ବିଶେଷଙ୍କ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ ଏବଂ ମାଲ୍ଯାର୍ପଣ ପୂର୍ବକ ଭବ୍ଯ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।

You may have missed