July 3, 2024

ଯୁଯୋମରା ବ୍ଲକରେ ଉନ୍ନୟନ କାର୍ଯ୍ୟ ବନ୍ଦନେଇ କ୍ଷୋଭ ପ୍ରକାଶ କଲେ ସାମାଜିକ କର୍ମୀ ତ. ରାଜାରାମ ଷଡଙ୍ଗୀ*

Share

 

ସମ୍ବଲପୁର:ଯୁଯୋମୁରା ବ୍ଲକ୍ ର ୧୮ଟି ପଞ୍ଚାୟତରେ ଚାଲିଥିବା ଉନ୍ନୟନ କାମ ବନ୍ଦ ହୋଇଥିବା ଓ ଏହାର ବିଲ୍ କୁ ସ୍ଥଗିତ ରଖାଯାଇଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପଶ୍ଚିମ ଓଡ଼ିଶାର ବିଶିଷ୍ଟ ସାମାଜିକ କର୍ମୀ ଡ. ରାଜାରାମ ଷଡଙ୍ଗୀ। ସେ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଯୁଯୋମରା, ଙ୍କୁ ପ୍ରଦାନ କରିଥିବା ଦରଖାସ୍ତରୁ ଜଣାଯାଏ ଯେ ଗତକାଲି ୨୦ ତାରିଖରେ ଏକ ଗୋଷ୍ଠୀ ବିଡିଓଙ୍କ ସହିତ ଆଲୋଚନା କରିଥିବା ନେଇ ଆଜି ବିଭିନ୍ନ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ ଯେ ବ୍ଲକର ଯୁଯୋମୁରା ବିଜେଡି ନେତୃତ୍ଵ ଏହି ଆଲୋଚନା କରିଥିବା ସଂପର୍କରେ ନାମ,ଫଟୋ ସହ ଖବର ପ୍ରକାଶ ପାଇଛି। କିନ୍ତୁ ଏମାନଙ୍କ ମଧ୍ୟରୁ ହାତଗଣତି କେତେ ଜଣଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ନିର୍ବାଚିତ ଜନ ପ୍ରତିନିଧି। ଡ.ଷଡଙ୍ଗୀ ଦରଖାସ୍ତରେ ଉଲ୍ଲେଖ କରିଛନ୍ତି ଯେ ପଞ୍ଚାୟତ ରାଜ ଅଧିନିୟମରେ ସ୍ପଷ୍ଟ ସୂଚନା ରହିଛି କୌଣସି ଜନ ପ୍ରତିନିଧି କିମ୍ବା ପ୍ରତ୍ୟକ୍ଷ ବା ପରୋକ୍ଷରେ ଥିବା ନେତୃ ମଣ୍ଡଳି କିମ୍ବା ସେମାନଙ୍କ କୌଣସି ସଂପର୍କୀୟ ନିଜେ ନେତୃତ୍ୱ ନେଉଥିବା ଅଞ୍ଚଳରେ କୌଣସି ଲାଭ ଦାୟକ କାମରେ ଅଂଶୀଦାର ହୋଇ ପାରିବେ ନାହିଁ।କିନ୍ତୁ ଯୁଯୋମୁରା ବ୍ଲକ୍ ରେ ଏହାର ନିୟମ ଉଲଙ୍ଘନ ହୋଇଛି। ଜନ ପ୍ରତିନିଧିମାନେ ବିକାଶ ମୂଳକ କାମର ତଦାରଖ କରି ଏହା କିଭଳି ଲୋକଙ୍କ କାମରେ ଆସିପାରିବ ସେ ଦିଗରେ ସେମାନଙ୍କର ଭୂମିକା ରହିଛି। କିନ୍ତୁ ଯୁଯୋମୁରା ବ୍ଲକରେ ଏହାର ବ୍ୟତିକ୍ରମ ଘଟିଛି। ଦୀର୍ଘ ବର୍ଷ ଧରି ନିର୍ଦ୍ଦିଷ୍ଟ ଏକ ଗୋଷ୍ଠୀ ହାତରେ ବିକାଶ କାମ ଟେକିଦେଇ ବହୁ ଅର୍ଥ ଦୂରୁପଯୋଗ ହେବା ଭଳି ଅନେକ ଦୃଷ୍ଟାନ୍ତ ରହିଛି। ବର୍ଷ ବର୍ଷ ଧରି ହୋଇଥିବା କାମର ଲୋକାର୍ପିତ ହୋଇଥିଲେ ମଧ୍ୟ ତାହା ଲୋକଙ୍କ କାମରେ ଆସି ପାରିନି କିମ୍ବା ସଂପୃକ୍ତ ଅଞ୍ଚଳର ସରପଞ୍ଚ କିମ୍ବା ବ୍ଲକ୍ କର୍ତ୍ତୁପକ୍ଷ ଏଦିଗରେ ନିଜର ଦକ୍ଷତା ସାବ୍ୟସ୍ତ କରି ପାରିନାହାଁନ୍ତି। ଫଳରେ ପାର୍କ,ପାଠାଗାର,କଲ୍ୟାଣ ମଣ୍ଡପ ଭଳି ବହୁ ଜନ ହିତକର ଅନୁଷ୍ଠାନ ଗୁଡିକୁ ଲୋକଙ୍କ ପାଇଁ ଉତ୍ସର୍ଗିତ କରି ନପାରି ବର୍ଷ ବର୍ଷ ଧରି ନିଜ କବ୍ଜାରେ ସରପଞ୍ଚମାନେ ରଖିଛନ୍ତି। ଫଳରେ ଏହି ବିକାଶ ଯୋଜନା ବର୍ତ୍ତମାନ ବିନାସରେ ପରିଣତ ହେବାକୁ ଲାଗିଛି। ଏପରିକି ବ୍ଲକରେ ଜଗନ୍ନାଥ ସଂସ୍କୃତି ନାମରେ ଯେତେ ସବୁ ମନ୍ଦିର, ଗିର୍ଜାକୁ ଅର୍ଥ ଦିଆଗଲା ଏହାର ବାସ୍ତବ ଚିତ୍ର ବିକାଶ ଠାରୁ ଭିନ୍ନ।କୌଣସି କାମ ସଂପୂର୍ଣ୍ଣ ହୋଇପାିନି। ବ୍ଲକର ବିଭିନ୍ନ ସ୍ଥାନରେ ହୋଇଥିବା ଆଦର୍ଶ ବନ୍ଧ ମଧ୍ୟ ତାଜୁବ୍ ସ୍ଥିତିରେ ରହିଛି। ବ୍ଲକ୍ ର କୌଣସି ଏକ ପଞ୍ଚାୟତରେ ଆଦର୍ଶ ବନ୍ଦକୁ ଆଖି ଲାଖି ପାରୁନି।ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସହକାରୀ ଅବା କନିଷ୍ଠ ଯନ୍ତ୍ରୀ ଏହାର ବାସ୍ତବ ଚିତ୍ରକୁ ନିଜେ ପରଖିବା ପରେ ବିଲ ମଧ୍ୟ କରାଯିବା କଥା। କିନ୍ତୁ କାମର ୱାର୍କ ଅର୍ଡର କୌଣସି ଠିକାଦାର ନାମରେ ଥିଲେ ସେ ଉତ୍ତର ଦାୟୀ ହୋଇପାରିଥାନ୍ତେ ।ଏହାର ବ୍ୟତିକ୍ରମ ଘଟାଇ ବିଭାଗୀୟ କାମ ନାମରେ ଜନପ୍ରତିନିଧିଙ୍କୁ ସନ୍ତୁଷ୍ଟ କରିବା ନାମରେ ଯେଉଁ ଷଡଯନ୍ତ୍ର ହୋଇଛି ବର୍ତ୍ତମାନ ସେଥିରୁ କିଏ କିଭଳି ମୁକୁଳିବ ତାକୁ ନେଇ ମଧ୍ୟ ସନ୍ଦେହ ଦେଖା ଦେଇଛି। ଏହି ସବୁ ଦିଗ ପ୍ରତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଣଦେଖା କରିବା ଅର୍ଥ ନିଜ ଚାକିରି ସର୍ତ୍ତାବଳୀକୁ ଉଲ୍ଲଙ୍ଘନ କରି ନାଗରିକମାନଙ୍କୁ ସେମାନଙ୍କ ମୌଳିକ ଅଧିକାରରୁ ବଞ୍ଚିତ କରିବା ସହ ସମାନ। ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ପଞ୍ଚାୟତରାଜ, ପାନୀୟଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବିନାରାୟଣ ନାୟକଙ୍କ ନିକଟକୁ ପଠେଇଥିବା ଦରଖାସ୍ତର ନକଲରେ ଉଲ୍ଲେଖ କରାଯାଇଛି ଯେ ବ୍ଲକରେ ହୋଇଥିବା ଅଧିକାଂଶ କାମ ବିଭାଗୀୟ କାମ। ୱାର୍କ ଅର୍ଡର ଦେଇ ବିକାଶ କାମକୁ ତ୍ୱରାନ୍ୱୀତ କରିବାରେ ବ୍ଲକ୍ ପ୍ରଶାସନ ବିଫଳ ହୋଇଛନ୍ତି। ବିଭାଗୀୟ କାମ ନାମରେ ନେତୃତ୍ୱ ସହିତ ଥିବା କିଛି ତୋଷାମଦିଆ ଠିକାଦାର ନେତାଙ୍କୁ ଧରି ଏଭଳି ସବୁ ଚାଲିଥିବା ଯୋଗୁଁ ଯୁଯୋମୁରା ବ୍ଲକର ବାସ୍ତକ ବିକାଶ ଲୋକଙ୍କ ନିକଟରେ ଅପହଞ୍ଚ ହୋଇ ପଡିଛି। ଦଳୀୟ ବିଚାରଧାରା ରଖି ଉନ୍ନୟନ କାମ ନାମରେ ଦୁର୍ନୀତି ମୂଳ କାରଣ କୁହାଯାଇପାରେ। କୌଣସି ଠିକାଦାର କିମ୍ବା ବିକାଶ ମୂଳକ ଚିନ୍ତାଧାରା ବ୍ୟକ୍ତିଙ୍କୁ କୌଣସି କାମ ନଦେଇ ରାଜନୈତିକ ଚାପ ଓ ନିଜକୁ ସୁହାଇଲା ଭଳି ନିର୍ବାଚିତ ଜନ ପ୍ରତିନିଧିମାନଙ୍କୁ ଧରି ବ୍ଲକ୍ ପ୍ରଶାସନ ଅଧିକାଂଶ ବିକାଶ ମୂଳକ କାମରେ ଅଯଥା ହସ୍ତକ୍ଷେପ କରିଥିବା ଭଳି ନଜିର ଦୃଶ୍ୟମାନ ହେଉଛି। ବ୍ଲକ୍ ମଧ୍ୟରେ ଏଭଳି ଅନେକ ଦୃଷ୍ଟାନ୍ତ ରହିଛି। ୨୦ ବର୍ଷ ଧରି ଚାରିଥିବା କାମବି ଅଧୁରା ପଡିଥିବା ଅବା କାମ ଶେଷ ହୋଇଥିଲେ ବି ଲୋକଙ୍କ କାମରେ ଆସିନଥିବା ନଜିର ରହିଛି। ପ୍ରଶ୍ନ ଉଠିଛି ବିଜେପି ନେତାମାନେ ଏଥିରେ ହସ୍ତକ୍ଷେପ କରି କାମ ଓ ବିଲ୍ ବନ୍ଦ କରିଛନ୍ତି। ଏହା ସତ କି ମିଛ ବିଡିଓ ନିଜେ ଜାଣିବା ଆଗରୁ ନବୀନଙ୍କ ସ୍ୱଚ୍ଛତା ଉପରେ ନିଜର ଭୂମିକାର ସ୍ୱଚ୍ଛତା ଓ ଦକ୍ଷତା ପ୍ରଦର୍ଶନ କରିବା ଆବଶ୍ୟକତା ଅନୁଭବ କରାଯାଉଛି। ଆଲୋଚନାରେ ଭାଗ ନେଇଥିବା ଜଣେ ଦି’ଜଣଙ୍କୁ ବାଦ ଦେଲେ ପ୍ରାୟ ସମସ୍ତେ ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିର୍ବାଚିତ ଜନପ୍ରତିନିଧି ମାନଙ୍କ ସହିତ ସଂଶ୍ଲିଷ୍ଟ। ଠିକାଦାରି କରୁଥିବା ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କ ଏଭଳି ଆଲୋଚନାକୁ ଖୁବ୍ ଗୁରୁତ୍ୱ ଦିଆଯିବା ସହିତ ଏମାନଙ୍କ ଦ୍ୱାରା ବିକାଶର ପ୍ରକୃତ ଚିତ୍ର ବର୍ତ୍ତମାନ ସାର୍ବଜନୀନ ହେବାର ମଧ୍ୟ ଆବଶ୍ୟକ ରହିଛି। କାରଣ ପଞ୍ଚାୟତ ଭାଙ୍ଗିଯିବାର ଭୟ ଆଳରେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବିଡିଓଙ୍କ ଉପରେ ଚାପ ପକାଇ ବିଲ୍ ଆଗତୁରା କରିବାକୁ କୌଶଳ ଆପଣେଇଛନ୍ତି। ଏହାକୁ ନେଇ ବର୍ତ୍ତମାନ ବଡ ଆଲୋଚନା ଓ ଚର୍ଚ୍ଚା ଆରମ୍ଭ ହେଲାଣି। ଏଣୁ ଏଭଳି ଏକ ସ୍ପର୍ଶକାତର ଗୁରୁତର ପ୍ରସଙ୍ଗ ଅଭିଯୋଗକୁ ବ୍ଲକ୍ ପ୍ରଶାସନ ଅଣଦେଖା ନକରି ବାସ୍ତବତା ଉପରେ ନଜର ଦେଇ ଅପହଞ୍ଚ ବିକାଶରେ କଣ୍ଟା ସାଜିଥିବା ଓ ଯେଉଁ ମାନଙ୍କୁ ପ୍ରଶାସନ ବିଶ୍ୱାସକୁ ନେଇ ବିଭାଗୀୟ କାମ ସବୁ ତାଙ୍କ ହାତରେ ଟେକି ଦେଇ ବ୍ଲକ୍ ବିକାଶରେ ବାଧକ ସାଜିଛନ୍ତି ସେମାନଙ୍କ ଠାରୁ ଅନେକ ଯୋଜନା ଅର୍ଥ ଭରଣା ଆଣିବାକୁ ମଧ୍ୟ ବର୍ତ୍ତମାନ ସମୟ ଆସିଛି। ତେଣୁ ବିକାଶ ତା ବାଟରେ କାମ କରୁ। କୌଣସି ପାତର ଅନ୍ତର ନରଖି ବିକାଶର ଦିଗପ୍ରତି ବିଡିଓ ମହାଶୟ ଯତ୍ନବାନ ହେବାକୁ ନିଜ ଦରଖାସ୍ତରେ ସାମାଜିକ କର୍ମୀ ଡା.ଷଡଙ୍ଗୀ ବିଡିଓଙ୍କ ନିକଟରେ ଅନୁରୋଧ କରିବା ସହ ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଏ ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି।