March 12, 2026

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁ ର ମୃତଦେହ ଉଦ୍ଧାର…….

IMG-20240621-WA0028
Share

ନବରଙ୍ଗପୁର:- (ଏମ୍.ଦିନା°ଶୁ ଆଚାରୀ (:ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ମେଡିକାଲ ପରିସରରେ ଥିବା ଟିକେଟ କାଉଣ୍ଟର ନିକଟରେ ଏକ ନବଜାତ ଶିଶୁର ମୃତଦେହ ପଡିରହିଥିବା ଦେଖିବାକୁ ମିଳିଛି।ଶିଶୁଟିର ମୁଣ୍ଡରେ ଗଭୀର କ୍ଷତଚିହ୍ନଥିବା ଦେଖିବାକୁ ମିଳିଛି। ବିଳମ୍ବିତ ରାତି ରେ କିଏ ପ୍ରସବକରି ଫିଙ୍ଗି ଦେଇ ଥିବା ଅନୁମାନ କରାଯାଉଛି। ଅବାଞ୍ଛିତ ଗର୍ଭ ଧାରଣ କିମ୍ବା ଅନ୍ୟ କେଉଁକାରଣ ବଶତଃ କିଏ ଏହିଭଳି କାର୍ଯ୍ୟ କରିଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।
ଘଟଣା ସ୍ଥଳରେ ନବରଙ୍ଗପୁର ସିଡ଼ିଏମଓ ପହଞ୍ଚି ନବରଙ୍ଗପୁର ପୋଲିସକୁ ଏସମ୍ପର୍କରେ ଜଣାଇଛନ୍ତି । ତେବେ ମେଡ଼ିକାଲ ରେ ଜନ୍ମିତ ସମସ୍ତ ଶିଶୁ ସୁରକ୍ଷିତ ଥିବା ବେଳେ ଏହା ମେଡିକାଲ ବାହାର ଜନ୍ମିତ ଛୁଆ ନା ମେଡିକାଲ ପରିସର ର ଛୁଆ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ଏହାସହ ମେଡିକାଲ ରେ ଲାଗିଥିବା ସିସିଟିଭି କାର୍ଯ୍ୟକ୍ଷମ ଥିବାରୁ ସିସିଟିଭି ଯାଞ୍ଚ କରାଯିବ । ତଦନ୍ତ ପରେ କିଏ ଏସବୁ କାଣ୍ଡ କରିଛି ତାହା ଜଣାପଡିବ ବୋଲି ଭାରପ୍ରାପ୍ତ ସିଡ଼ିଏମଓ ମଳୟ ରଞ୍ଜନ ତ୍ରିପାଠୀ ପ୍ରକାଶ କରିଛନ୍ତି l