March 12, 2026
IMG-20230621-WA0048
Share

ବନ୍ତିଲୋ ରେ ରଥ ଯାତ୍ରା ।
ଅସ୍ତରଙ୍ଗ,,ପୁରୀ ଜିଲ୍ଲାର ର ଉପାନ୍ତ ଅଞ୍ଚଳ ତଥା ଅସ୍ତରଙ୍ଗ ବ୍ଲକ ଅଧୀନ କୋରଣା ଗ୍ରାମପଞ୍ଚାୟତ ର ବନ୍ତିଲୋ ଗ୍ରାମ ଠାରେ କୋଉ ଆବାହନ କାଳରୁ ହେଇ ଆସୁଥିବା ରଥ ଯାତ୍ରା ,ପୁରୀ ରଥ ଯାତ୍ରାର ପରଦିନ ଅନୁଷ୍ଠିତ ହୋଇ ଯାଇ ଅଛି । ଏହି ରଥ ଜାତ୍ରାଟି ଜିଲ୍ଲାରେ ଦ୍ବିତୀୟ ରଥଯାତ୍ରା ହୋଇଥିବା ବେଳେ, ରଥଯାତ୍ରା ଦିନ ରଥଟ୍ଟି ବନ୍ତିଲ ଗ୍ରାମ ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ କୋଡ଼ିଏ ହାତ ଟଣାଯାଇ ରଖି ଦିଆଯାଇ ଥାଏ । ତା ପରଦିନ , ରଥ ଟିର ନୀତି କାନ୍ତି ସରିଲା ପରେ ରଥ ଟଣା ଆରମ୍ଭ ହୁଏ । ଏହି ଯାତ୍ରାରେ ଅସ୍ତରଙ୍ଗ,କାକଟପୁର,କୋଣାର୍କ ଆଦି ଅଞ୍ଚଳ ର ହଜାର ହଜାର ମହିଳା ଓ ପୁରୁଷ ରଥ ଟଣାରେ ଭାଗ ନେଇ,ହରିବୋଲ ,ହୂଳ ହୁଳି ସହ ନାମ ସଂକ୍ରିତନ କରି ରଥକୁ ଟାଣି ବନ୍ତିଲୋ ରଥ ପଡିଆ ନିକଟ ମାଉସୀ ମା ମନ୍ଦିର କୁ ଆଣି ଥାନ୍ତି । ରଥ ଟି ମାଉସୀ ମା ମନ୍ଦିର ନିକଟରେ ପହଞ୍ଚିଲା ପରେ,ଭକ୍ତ ମାନେ ଧାଡ଼ି ବାନ୍ଧି ରଥା ରୁଢ଼ ଦାରୁ ଦେବତା ଙ୍କୁ ପୂଜକ ଙ୍କ ଦ୍ଵାରା ପୂଜା ଅର୍ଚ୍ଚନା କରିଥିବା ସହ, ରଥ ପଡ଼ିଆରେ ପଡ଼ିଥିବା ମୀନା ବଜାର ମଜା ଉଠାଇ ଥିବାର ଦେଖା ଯାଇ ଥାଏ । ହଜାର ହଜାର ଭକ୍ତ ଙ୍କ ସମାଗମ କୁ ଆଖି ଆଗରେ ରଖି ଅସ୍ତରଙ୍ଗ ପୋଲିସ ତରଫରୁ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ବନ୍ଦୋବସ୍ତ କରା ଯାଇଥିବା ର ଦେଖା ଯାଇଥିଲା । ବନ୍ତିଲୋ ଗ୍ରାମ କମିଟି ସଭାପତି,ମଙ୍ଗୁଳି ନାୟକ,ପୂର୍ବତନ ସରପଂଚ ନିର୍ମଳ ମଲ୍ଲ,ସୁରେନ୍ଦ୍ର ବାରିକ,ଦୁର୍ଯୋଧନ ନାୟକ ପ୍ରମୁଖ ଉପସ୍ଥିତ ରହି ରଥ ଟଣା ଓ ଠାକୁର୍ ଙ୍କର ନୀତି କାନ୍ତି ସମ୍ବଧିୟ ସମସ୍ଥ କାର୍ଯ୍ୟ ସମାପନ କରିଥିଲେ ।