April 3, 2025

ବୁଗୁଡ଼ାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Share

ବୁଗୁଡ଼ାରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବୁଗୁଡ଼ା : ତା ୨୧/୦୬/୨୩ : ସ୍ଥାନୀୟ ପିପୁଲ୍ସ କଲେଜ
ପରିସରସ୍ଥ ସମ୍ମିଳନୀ କକ୍ଷରେ ନବମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । କଲେଜର ଆଥଲେଟିକ୍ସ ଆସୋସିଏସନ୍ ଏବଂ ଏନସିସି ଆର୍ମି ଓ୍ବିଙ୍ଗ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ କଲେଜ ଗଭର୍ଣ୍ଣିଂ ବଡି ପ୍ରେସିଡେଣ୍ଟ ରଜନୀ କାନ୍ତ ଭଟ୍ଟ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ବାସୁଦେବ ନାୟକ ଓ ସମ୍ମାନିତ ଅତିଥି ଭାବେ ଅଧ୍ଯାପକ ଜୟରାମ ବିଷୋୟୀ , ପ୍ରଦୀପ କୁମାର ଦାଶ ଓ ଆତ୍ମପ୍ରକାଶ ନାୟକ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଭାରତୀୟ ଯୋଗ ଦର୍ଶନ ଏବଂ ଯୋଗର ଉପଯୋଗିତା ବିଷୟରେ ଆଲୋକପାତ କରିଥିଲେ । ଏ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଆସିଥିବା ଛାତ୍ରଛାତ୍ରୀଙ୍କ ଦ୍ବାରା ଯୋଗାସନ ପ୍ରଦର୍ଶନ କରାଯାଇଥିଲା । ଏଥିରେ କଲେଜର ସ୍କାଉଟ ଏଣ୍ଡ ଗାଇଡ୍ସ, ଏନସିସି,ଏସ୍ଏସ୍ଏସ ସ୍ବେଛାସେବୀ ଓ ଛାତ୍ରଛାତ୍ରୀ ଯୋଗଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ କଲେଜର କ୍ରୀଡା ଶିକ୍ଷକ କ୍ରିଷ୍ଣା ରାଓ ପାତ୍ର ଓ ଶ୍ରୀନିବାସ ଦୋରା ପରିଚାଳନା କରିଥିଲେ । ସେହିପରି ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରିସରରେ ସାତ୍ତ୍ବିକ୍ ସାଉଲ୍ ଫାଉଣ୍ଡେସନ ପକ୍ଷରୁ ପାଳିତ ଯୋଗ ଦିବସରେ ଏନସିସି ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ, କ୍ରୀଡା ଶିକ୍ଷକ ବିଶ୍ବେଶ୍ବର ଗିରି ଓ କବିରାଜ ସାହୁ, କାଉନସିଲର ବିନୋଦିନୀ ନାୟକ ପ୍ରମୁଖ ଯୋଗ ଦେଇ ଉପସ୍ଥିତ ଏନସିସି ଛାତ୍ର ଏବଂ ସ୍କାଉଟ୍ ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ସମ୍ପର୍କେ ମାର୍ଗ ଦର୍ଶନ କରିଥିଲେ । ଫାଉଣ୍ଡେସନର ସଦସ୍ୟା ଇପ୍ସିତା ଦାଶ ଓ ସଦସ୍ଯ ବିନାୟକ ପାଢୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଅନ୍ୟପକ୍ଷରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଓ ତାଳସାକର ମହାମାୟୀ ଉଚ୍ଚ ବିଦ୍ୟାଳୟ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଥିଲା ।