ବଂଶଧାରା ପୋଲ ଉପରେ ମର୍ମନ୍ତୁଦ ଦୁର୍ଘଟଣା ଅଜଣା ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁ

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ରାୟଗଡା ଜିଲ୍ଲା ଗୁମୁଡା ବଂଶଧାରା ପୋଲ ଉପରେ ଗତକାଲି ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଛି । ଗୁଡାରି ଥାନା ଅଞ୍ଚଳର ବୁଲୁ ଶବର, ସୁବ୍ରତ ଶବର ଓ ବାଳକୃଷ୍ଣ ଆରକା କାରିଣୀ ଗ୍ରାମକୁ ଠାକୁରାଣୀ ଯାତ୍ରା ଦେଖିବାପାଇଁ ଗୋଟିଏ ବାଇକରେ ଯାଉଥିବା ବେଳେ ଗୁମୁଡା ବଂଶଧାରା ପୋଲ ଉପରେ ଅଜଣା ଗାଡି ଧକ୍କା ଦେଇଥିବା ସୁଚନା ମିଳିଛି । ଘଟଣା ସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟ କୁ ଅଣାଯାଇଥିଲା । ଚିକିତ୍ସା ଅବସ୍ଥାରେ ଉକ୍ତ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।