May 21, 2025

ରେଳବାଇ ଜାଗାରୁ ଜବରଦଖଲ ଉଚ୍ଛେଦ.

Share

 

ବସ୍ତା,ଅମର୍ଦା ( ଦେବାଶିଷ ଦାଶ )

ବହୁବର୍ଷ ଧରି ଅମର୍ଦାରୋଡ ରେଳ ବାଇ ଜାଗାକୁ ଜବରଦଖଲ କରି ଛୋଟବଡ ବାସଗୃହ ଓ (ଦୋକାନ) ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ।ମାତ୍ର ରେଳବାଇ ବିଭାଗ ପକ୍ଷରୁ ଷ୍ଟେସନ ଉନ୍ନତି କରଣ ପାଇଁ ନୂତନ ତୃତୀୟ ଲାଇନ ସମ୍ପ୍ରସାରଣ,ଡ୍ରେନ,ରାସ୍ତା,ଷ୍ଟେସନ ଉନ୍ନତି କରଣ ଓ ଷ୍ଟେସନ ସମ୍ମୁଖରେ ବିଭିନ୍ନ କାର୍ଯ୍ୟ ପାଇଁ ଆସିଥିବା କାର୍ଯ୍ୟାଦେଶ ଯୋଗୁଁ ବିଭାଗ ପକ୍ଷରୁ ଜବରଦଖଲକାରୀଙ୍କୁ ଆବଶ୍ୟକ ଥିବା ସ୍ଥାନ ଗୁଡିକୁ ନିଜ ତରଫରୁ ଛାଡ଼ିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ନିଜ ତରଫରୁ ଉଚ୍ଛେଦ ନକଲେ ରେଳବାଇ ବିଭାଗ ଆଇନ ବଳରେ ଉଚ୍ଛେଦ କରିବା ପାଇଁ କଡା ଚେତାବନୀ ଦେଇଥିଲେ।ତେବେ ଆଜି ରେଳ ବିଭାଗ ନିର୍ଦ୍ଦେଶ କ୍ରମେ ଆଇ ଡବ୍ଲୁ ଜିତୁ ବ୍ରହ୍ମ ଓ ପୋଲିସ ଫୋର୍ସ(ରେଳ ସୁରକ୍ଷାବଳ) ନେଇ ବେଆଇନ ଭାବେ ଜବରଦଖଲ କାରି ନିର୍ମାଣ କରିଥିବା ଘର ଓ ଦୋକାନକୁ ଜେସିବି ଦ୍ୱାରା ଭାଙ୍ଗି ଦେଇଛନ୍ତି ଅଧିକାରୀ। ହେଲେ ଗତ ୨ ବର୍ଷ ହେବ ଜବର ଦଖଲ କାରୀମାନେ ନିର୍ଦ୍ଦେଶକୁ ଭୃକ୍ଷେପ ନକରି ନିଜର ବ୍ୟବସାୟ ଚଳାଇ ନିଜର ଗୁଜୁରାଣ ମେଣ୍ଟାଉ ଥିଲେ।ତେବେ ଦୀର୍ଘ ୨/୩ ବର୍ଷ ଧରି ବାରମ୍ବାର ରେଳ ବିଭାଗୀୟ ଅଧି କାରୀ ଉଚ୍ଛେଦ ନିର୍ଦ୍ଦେଶ ଦେଇଆଉଥିଲେ ହେଁ ବ୍ୟବସାୟୀ ମାନେ ନିର୍ଦ୍ଦେଶକୁ ବେଖାତୀର କରି ଉଚ୍ଛେଦ କରୁନଥିଲେ।ଜବରଦଖଲ କାରୀ ଯୋଗୁଁ ଟ୍ରାଫିକ ଦେଖା ଯାଇଥିଲା l ଆଜି ସମ୍ପୂର୍ଣ୍ଣ ଜବରଦଖଲ ଉଚ୍ଛେଦ କରିବା ପାଇଁ ନୋଟିସ ମାଧ୍ୟମରେ ଅବଗତ କରାଇଥିଲେ।ନଚେତ ବାଲେଶ୍ଵର ପରି ଆଇନ ବଳରେ ଉଚ୍ଛେଦ କରାଯିବ ବୋଲି କଡା ଚେତାବନୀ ଦେଇଥିଲେ।ତେବେ ଆଜି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦାରୋଡ ସିଦ୍ଧେଶ୍ୱର ମହାବିଦ୍ୟାଳୟ କଡ଼ରେ ଥିବା ବସ୍ତି ବାସୀଙ୍କୁ ଉଚ୍ଛେଦ କରିବାକୁ କିଛି ସମୟ ଦେଇ ଥିବା ବେଳେ ଷ୍ଟେସନ ଠାରୁ ଗେଟ ବଜାର ପ୍ରାର୍ଯ୍ୟନ୍ତ ଥିବା ସମସ୍ତ ଦୋକାନ ଘର ଜେସିବି ଦ୍ୱାରା ଉଚ୍ଛେଦ କରାଯାଇଥିଲା।ଆଜିର ଏହି ଉଚ୍ଛେଦ ବେଳେ ଆଇ ଡବ୍ଲୁ ଜିତୁ ବ୍ରହ୍ମ, ରେଳ ସୁରକ୍ଷାବଳର ଆଇ ଆଇ ସି କେ.କେ ଝା,ଓ ଆଇ ସି ପି.କେ ରାୟ ,ଏ ଏସ ଆଇ ମହେନ୍ଦ୍ର ବାରିକ ଓ ବିଭାଗୀୟ ଜେ.ଇ,ଆଇ ଓ ଡବ୍ଲୁ ଓ ପିଡ଼ବ୍ଲୁ ଷ୍ଟାଫ ମାନେ ଉପସ୍ଥିତ ଥିଲେ।