March 10, 2026
press-button-sign-key-push-banner-180927603
Share

ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ନାମ ଅନ୍ତର୍ଭୁକ୍ତ କରିବା ନେଇ ସାମ୍ବାଦିକ ବନ୍ଧୁ ମାନଙ୍କ ପାଇଁ  ଆଗୁଆ ସୂଚନା

_______________________

ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ବାରା ଅନୁମୋଦିତ ଗଣମାଧ୍ୟମ ରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ନାମ ପଞ୍ଜିକରଣ କରି ତାଲିକା ଭୁକ୍ତ କରାଯିବା ପାଇଁ ଆଗାମୀ ଜୁନ୍ ପ୍ରଥମ ସପ୍ତାହରେ ପ୍ରକ୍ରିୟା ଆରମ୍ଭ କରାଯିବା ନେଇ ସୂଚନା ପ୍ରାପ୍ତ ହୋଇଛି । ସୂଚନା ଯୋଗ୍ୟକି ଏଥି ନିମନ୍ତେ ଚଳିତ ବର୍ଷ ପ୍ରଥମ ଥର ପାଇଁ ସାମ୍ୱାଦିକ ଗଣ ନିଜ ପାଇଁ ଅନଲାଇନରେ ୱେବ୍ ଆପ୍ଲିକେସନ ଜରିଆରେ ଆବେଦନ କରିବା ବ୍ୟବସ୍ଥା ପ୍ରଚଳନ କରାଯାଉଛି। ଏହି ଉଦ୍ଦେଶ୍ୟରେ ଜେନେରେଟ କରାଯାଇଥିବା ମଡୟୁଲ୍  ବିଭାଗୀୟ କର୍ତ୍ତୃକ୍ଷଙ୍କ ଠାରୁ ପ୍ରାପ୍ତି ପରେ ପୂର୍ଣ୍ଣାଙ୍ଗ ବିବରଣୀ ସହ ସାମ୍ବାଦିମାନଙ୍କୁ ଅବଗତ କରାଇ ଦିଆଯିବ। ତେବେ ଆବେଦନ ପ୍ରକ୍ରିୟାରେ ଫର୍ମ ପୂରଣ ଓ ଅପଲୋଡ଼ ପାଇଁ ଆବଶ୍ୟକ ହେବାକୁ ଥିବା ନିଜର ଭେଲିଡ ପ୍ରେସ ପରିଚିତ ପତ୍ର , ସମ୍ପୃକ୍ତ ଗଣ ମାଧ୍ୟମ ସମ୍ପାଦକ/ଏଡିଟରଙ୍କ ଠାରୁ ନିଯୁକ୍ତି ପତ୍ର, ଭୋଟର ପରିଚିତ ପତ୍ର, ଆଧାର କାର୍ଡ, ସ୍କୁଲ ସାର୍ଟିଫିକେଟ, ଫଟୋ, ଶିକ୍ଷାଗତ ଯୋଗ୍ୟତା ପ୍ରମାଣ ପତ୍ର ଆଦି ପୂର୍ବରୁ ପ୍ରସ୍ତୁତ କରି ରଖିବା ପାଇଁ ସାମ୍ବାଦିକ ବନ୍ଧୁ ମାନଙ୍କୁ ଏହି ଆଗୁଆ ସୂଚନା ପ୍ରଦାନ କରାଗଲା ।

ଆପଣଙ୍କ

ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଗଞ୍ଜା ମ ।