June 7, 2025

ନୂତନ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

Share

 

 

ବେଲଗୁଣ୍ଠା,୨୨/୦୪, ଗଂଜାମ ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ଅଜୟ କୁମାର ପାତ୍ର ଆଜି ବେଲଗୁଣ୍ଠା ବ୍ଳକ୍ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିବା ସହିତ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ପ୍ରଦାନ ସମ୍ପର୍କରେ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ସାହୁଙ୍କ ସହିତ ଆଲୋଚନା କରିଛନ୍ତି I ସୂଚନା ପ୍ରକାରେ ଆଜି ଜିଲ୍ଳା ଶିକ୍ଷା ଅଧିକାରୀ ଶ୍ରୀ ପାତ୍ର ଭଞ୍ଜନଗରରେ ଯୁଗ୍ମ ଜନ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିବା ସମୟରେ ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ବିଦ୍ୟାଳୟର ପରିବେଶ ଏବଂ ଶିକ୍ଷା ଦାନ କୌଶଳ ସମ୍ପର୍କରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କ ସହ ଆଲୋଚନା କରି ସନ୍ତୋଷ ପ୍ରକାଶ କରିଥିଲେ I ଏହା ସହିତ ଯେଉଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରୁ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟକୁ ଆସୁଛନ୍ତି, ସେହି ବିଦ୍ୟାଳୟ ଗୁଡି଼କ ସମ୍ପର୍କରେ ଆଲୋଚନା କରିଥିଲେ I ଛାତ୍ରଛାତ୍ରୀଙ୍କ ଡ଼୍ରପ୍ ଆଉଟ୍ କମାଇବା ଦିଗରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଣୟନ ବିଭିନ୍ନ ଯୋଜନା ଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ସମ୍ପର୍କରେ ଆଲୋଚନା କରିଥିଲେ I ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ସମସ୍ତଙ୍କର ବ୍ୟକ୍ତିଗତ ପ୍ରୟାସର ଆବଶ୍ଯକ ରହିଥିବା ବେଳେ ଏଦିଗରେ ଆବଶ୍ଯକ ପଦକ୍ଷେପ ଗ୍ରହଣ ପାଇଁ ପ୍ରଧାନ ଶିକ୍ଷକଙ୍କୁ ପରାମର୍ଶ ଦେଇଥିଲେ I ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ବିଦ୍ୟାଳୟ ପରିଦର୍ଶନ ସମୟରେ ପ୍ରଧାନ ଶିକ୍ଷକ ଶ୍ରୀ ସାହୁଙ୍କ ସମେତ କ୍ରୀଡ଼ା ଶିକ୍ଷକ ଆଶୁତୋଷ ସ୍ଵାଇଁ ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ