ରୋଟାରୀ ଆଇ ହସ୍ପିଟାଲ ଏବଂ ବାମଦେବ ସାର୍ ଫାଉଣ୍ଡେସନ ର ମିଳିତ ଆନକୂଲ୍ୟରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ,ରୁଆ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହେଇଯାଇଛି

ରୋଟାରୀ ଆଇ ହସ୍ପିଟାଲ ଏବଂ ବାମଦେବ ସାର୍ ଫାଉଣ୍ଡେସନ ର ମିଳିତ ଆନକୂଲ୍ୟରେ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ,ରୁଆ ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହେଇଯାଇଛି ।ଏଥିରେ ଶତାଧିକ ଚକ୍ଷୁ ପରୀକ୍ଷା କରାଯାଇ ଥିଲା ।ତନ୍ମଧ୍ୟରୁ ୧୦ ଜଣଙ୍କୁ ଅଧିକା ଚିକିତ୍ସା ପାଇଁ କଟକ ରୋଟାରୀ ଆଇ ହସ୍ପିଟାଲ କୁ ନିଆଯାଇଛି ।
ବାମଦେବ ସାର୍ ଫାଉଣ୍ଡେସନ ର ସଦସ୍ୟ ରୋଜାଲିନ ନାଠି,ବିଶ୍ୱଜିତ୍ ପଟ୍ଟନାୟକ,ନୀଳକଣ୍ଠ ସାହୁ ଉପସ୍ଥିତ ଥିଲେ ସେହିପରି ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ର ଦୀପ୍ତି ମିଶ୍ର,ଜିତେନ୍ଦ୍ର ସାମଲ,ତୁଷାର ସାହୁ,ବିଶ୍ଵନାଥ ବେହେରା,ଲୋଚନ ନାୟକ,ସଂଘମିତ୍ରା ସାହୁ ପ୍ରମୁଖ ପରିଚାଳନା କରିବାରେ ପୂର୍ଣ୍ଣ ସହଯୋଗ କରିଥିଲେ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ