ଉମରକୋଟ ହସ୍ପିଟାଲ କର୍ମଚାରୀଙ୍କ ମହାନତା , ରକ୍ତ ଭଣ୍ଡାର ରେ ରକ୍ତ ଅଭାବ ଯୋଗୁ ୨୬ ଜଣ ସ୍ଵାସ୍ଥ୍ୟ କର୍ମଚାରୀଙ୍କ ରକ୍ତ ଦାନ…….

ଉମରକୋଟ :- (ଏମ.ଦିନା°ଶୁ ଆଚାରୀ) ଉମରକୋଟ ଉପ ଖଣ୍ଡ ହସ୍ପିଟାଲ ଠାରେ ଥିବା ରକ୍ତ ଭଣ୍ଡାର ରେ ରକ୍ତ ର ଘୋର ଅଭାବ ଦେଖା ଯାଇଥିଲା। ଏଥି ପାଇଁ ରକ୍ତ ଆବଶ୍ୟକ କରୁଥିବା ରୋଗୀ ମାନେ ନାନା ଅସୁବିଧା ରେ ସମ୍ମୁଖୀନ ହେଉ ଥିଲେ। ପରିସ୍ଥିତି ଗମ୍ଭୀର ଆଡ଼ କୁ ଯାଉ ଥିବା ଦେଖି ଜିଲ୍ଲାମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ସନ୍ତୋଷ କୁମାର ପଣ୍ଡା ଙ୍କ ନିର୍ଦ୍ଧେଶରେ ଆଜି ସ୍ୱଳ୍ପ ସମୟ ଭିତରେ ଆମ ଉପଖଣ୍ଡ ଚିକିତ୍ସାଳୟର ସମସ୍ତ କର୍ମଚାରୀ ଙ୍କ ପ୍ରୟାସ ରେ ୨୬ ୟୁନିଟ ରକ୍ତ ସଂଗ୍ରହ କରି ଦେଲେ l ଯେଉଁଥିରେ କି ଅଛନ୍ତି ୨ ଜଣ ଡକ୍ଟର, ଆକାଉଣ୍ଟ ମ୍ୟାନେଜର , ଫ।ର।ମାସିଷ୍ଟ, ଲିଫ୍ଟ ମେନ , ସେକୁରେଟି କର୍ମଚାରୀ, ଲେବ ଟେ କ ନି ସି ଆ ନ ପ୍ରମୁଖ ରହିଛନ୍ତି। ରକ୍ତ ସଂଗ୍ରହ ସମୟରେ ଉପଖଣ୍ଡ ଚିକିତ୍ସାଳୟ ର ସୁପରିଡେଣ୍ଟ ଡା. ଶରତ ଚନ୍ଦ୍ର ସେଠି, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡକ୍ଟର ସୁମନ୍ତ କୁମାର ରାଉଳ, ରକ୍ତ ଭଣ୍ଡ।ର ଅଧିକାରୀ ଡା. ସବ୍ୟସାଚୀ ଦାସ ଏବଂ ଅନ୍ୟାନ୍ୟ ଡାକ୍ତର ମାନେ ଓ ହସ୍ପିଟାଲ ର କର୍ମଚାରୀ ମାନେ ଉପସ୍ଥିତ ଥିଲେ l ସର୍ବ ପ୍ରଥମେ ଶ୍ରୀ ବିଶ୍ୱଜିତ ସୁନା (BAM), ତତପରେ ଡା. ଦେବବ୍ରତ ପାଢ଼ୀ, ଡା. ଅର୍ପିତା ପ୍ରିତମ ନାୟକ ପ୍ରମୁଖ ଏବଂ ଅନୁଷ୍ଠାନ ର ଅନ୍ୟାନ୍ୟ କର୍ମଚାରୀ ସ୍ଵେଛାକୃତ ଭାବେ ରକ୍ତ ଦାନ ଏକ ମହତ ଦାନ ବୋଲି ଏକ ଉଦାହରଣ ସୃଷ୍ଟି କଲେ। ସ୍ୱେଚ୍ଛାକୃତ ରକ୍ତ ଦାନକାରୀ ମାନେ ଯେପରି ଶୃଙ୍ଖଳିତର ସହ ରକ୍ତଦାନ କରିପାରିବେ ସେଥିପାଇଁ ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ ମଧ୍ୟ କରାଯାଇଥିଲା । ରକ୍ତ ର ଅଭାବ କୁ ଲକ୍ଷ୍ୟ କରି କର୍ମଚାରୀ ମାନଙ୍କ ମଧ୍ୟରେ ରକ୍ତଦାନ କରିବା ପାଇଁ ଉତ୍ସାହ ନିଶ୍ଚିତ ଭାବ ରେ ଏକ ଉମରକୋଟ ବାସୀ ଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଛି ସମସ୍ତ ରକ୍ତ ଦାତା ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ସଂତୋଷ କୁମାର ପଣ୍ଡା ଆନ୍ତରିକ ଶୁଭେଚ୍ଛା ଜଣେଇବା ସହ ଆଗାମୀ ଦିନରେ ରକ୍ତ ଭଣ୍ଡାର ରେ ଯେପରି ରକ୍ତ ର ଅଭାବ ନ ହେବ ସେଥିପ୍ରତି ଦୃଷ୍ଟି ଦେବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି।