ବ୍ଲକ ସ୍ତରୀୟ ବିଷୟ ଭିତ୍ତିକ ପ୍ରଶିକ୍ଷଣ ଶିବିର ଉଦଯାପିତ

କୋଲନରା:(ସଞ୍ଜୀବ କୁମାର କଣ୍ଡାଗରୀ ) କୋଲନରା ବ୍ଲକ କାର୍ଯ୍ୟାଳୟ ସଦ ଭାବନା ସଭା ଗୃହରେ ଚାଲିଥିବା ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ସ୍ଥାନୀୟ କରଣ ନିମନ୍ତେ ବ୍ଲକ ସ୍ତରୀୟ ବିଷୟ ଭିତ୍ତିକ ପ୍ରଶିକ୍ଷଣ ଶିବିର ଆଜି ଉଦଯାପିତ ହୋଇଯାଇଛି। ବିଡ଼ିଓ ରୀନା ପ୍ରଧାନଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପରିଚାଳିତ ଏହି ଶିବିର ଗତ ମାସ ୨୭ ତାରିଖରେ ଆରମ୍ଭ ହୋଇଥିବା ବେଳେ, ଆଜି ୨୦ ତାରିଖରେ ଉଦଯାପିତ ହୋଇଛି। ୪ ଦିବସୀୟ ଏହି କର୍ମଶାଳାରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ପର୍ଯ୍ୟାୟ କ୍ରମେ ସରପଞ୍ଚ, ପିଇଓ, ଜି ଆର ଏସ, ଏମ ବି କେ, ଶିକ୍ଷକ / ଶିକ୍ଷୟିତ୍ରୀ, ଏସ ଏଚ ଜି ସଦସ୍ୟା ଓ ଏ ଡିଇଓ ମାନେ ଉପସ୍ଥିତ ରହି ତାଲିମ ନେଉଥିଲେ। ତାଲିମ ଶିବିରରେ ଆର ପି ଭାବେ ରାୟଗଡ଼ାରୁ ଇ ଆର ପି ରବି ନାରାୟଣ ଶତପଥୀ , ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ପାଢୀ , ଆର ଡବ୍ଲ୍ୟୁ ଏସ ଏସ ସହକାରୀ ଯନ୍ତ୍ରୀ ଶୁଭଦର୍ଶିନୀ ପଟ୍ଟନାୟକ, ଏଫ ସି କୃପାସିନ୍ଧୁ ବିଡ଼ିକା, ଅକ୍ଷୟ କୁମାର ବିଡ଼ିକା ତାଲିମ ଯୋଗଦେଇ ତାଲିମ ପ୍ରଦାନ କରିଥିଲେ। ଏଥିରେ ବିଷୟ ଭାବେ ଥିମ ୧- “ ନାରୀ ସଶକ୍ତିକରଣ ” ଓ ଲିଙ୍ଗଗତ ସମାନତା, ଥିମ ୨ “ ପଞ୍ଚାୟତ ଉନ୍ନତିକରଣ ସୂଚୀ”, ଥିମ ୩ ଜନସାଧାରଣଙ୍କ ସେବା ଓ ଥିମ ୪- ଗ୍ରାମ୍ୟ ଜଳ ଓ ପରିମଳ କମିଟି ଗଠନ,ପରିଚାଳନା କୁ ନେଇ ତାଲିମ ଦିଆ ଯାଇଛି। ଦିନକୁ ୫୦ଜଣ ସଦସ୍ୟ ସଦସ୍ୟା ମାନଙ୍କୁ ତାଲିମ ଦିଆ ଯାଇଥିଲା। ତାଲିମ ଦେଉଥିବା ଟ୍ରେନରଙ୍କ ସମେତ ସମସ୍ତ ସଦସ୍ୟଙ୍କ ନିମନ୍ତେ ଚାହା, ଜଳଖିଆ ଓ ଭୋଜନ ବ୍ୟବସ୍ଥା କରାଯାଇଥିଲା। ତାଲିମ ଶିବିରକୁ ଜିପିଡ଼ିଓ ଶ୍ରୀ ପାଢ଼ୀ ପରିଚାଳନା କରୁଥିବା ବେଳେ, ପେସା କୋର୍ଡିନେଟର ଅମିତ ଗାଣ୍ଟ। ପରିଚାଳନାରେ ସହଯୋଗ କରିଥିଲେ।