March 22, 2025

ପିପୁଲ୍ସ କଲେଜ ପ୍ରାଣୀ ବିଜ୍ଞାନ ବିଭାଗର ପୂର୍ବତନ ଛାତ୍ରଛାତ୍ରୀ ସମ୍ମିଳନୀ, ହେରିଡିଟି ବାଇଓସାଇନ୍ସ ସହ ଏମ୍ଓୟୁ ସ୍ବାକ୍ଷରିତ 

Share

      ବୁଗୁଡ଼ା :ତା ୨୧/୦୩/୨୫ : ସ୍ଥାନୀୟ ପିପୁଲ୍ସ କଲେଜର ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ପଞ୍ଚମ ଥର ପାଇଁ ପୂର୍ବତନ ଛାତ୍ରଛାତ୍ରୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଲେଜ ପରିସରସ୍ଥ ସଭାଗୃହରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ହେରିଡିଟି ବାଇଓସାଇନ୍ସ ସିଇଓ ଗୋପାଳକୃଷ୍ଣ ପୁରୋହିତ, ସମ୍ମାନିତ ଅତିଥି ଭାବେ ରିସର୍ଚ୍ଚ କୋଅର୍ଡିନେଟର ଶ୍ରୀରାମ ବେହେରା ଓ ସୁଶ୍ରୀ ସଙ୍ଗୀତା ଶୁଭଦର୍ଶିନୀ ଯୋଗ ଦେଇ ବିଭାଗର ପ୍ରାକ୍ତନ ଛାତ୍ରଛାତ୍ରୀଙ୍କୁ ମାର୍ଗ ଦର୍ଶନ ପୂର୍ବକ ସେମାନଙ୍କ ଉଜ୍ଜ୍ବଳମୟ ଭବିଷ୍ୟତ କାମନା କରିଥିଲେ। ପ୍ରାରମ୍ଭରେ ଛାତ୍ରୀ କ୍ରିଷ୍ଣାଶ୍ରୀ ମିଶ୍ର ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ସେମିନାର ସେକ୍ରେଟାରୀ ସ୍ମୃତି ସୁଚରିତା ନାୟକ ବାର୍ଷିକ ବିବରଣୀ ପଠନ କରିଥିଲେ।

ଏ ଅବସରରେ ସହଯୋଗିତା ଭିତ୍ତିରେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଓ ପରୀକ୍ଷଣ ଜ୍ଞାନର ବୃଦ୍ଧି ଲକ୍ଷ୍ୟରେ ପିପୁଲ୍ସ କଲେଜ, ବୁଗୁଡ଼ା ଏବଂ ହେରିଡିଟି ବାଇଓସାଇନ୍ସ, ଭୁବନେଶ୍ଵର ମଧ୍ୟରେ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଥିଲା। ଏଥି ସହ ଅଧ୍ଯୟନ ସାଙ୍ଗକୁ ଅନ୍ଯାନ୍ଯ କ୍ଷେତ୍ରରେ ପାରଙ୍ଗମତା ହାସଲ କରିଥିବା ବିଭାଗୀୟ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଡେମୋନଷ୍ଟେଟର୍ ରାମକୃଷ୍ଣ ନାୟକ ଓ ଅଧ୍ୟାପିକା ପ୍ରତୀକ୍ଷା ସାହୁଙ୍କ ଦ୍ବାରା ପରିଚାଳିତ ଉକ୍ତ କାର୍ଯ୍ୟକ୍ରମର ଆରମ୍ଭରେ ବିଭାଗୀୟ ମୁଖ୍ୟ ଅଧ୍ୟାପିକା କ୍ରିଷ୍ଣା କୁମାରୀ ବାର୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶେଷରେ ଅଧ୍ୟାପିକା ମଧୁସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed