March 22, 2025

ପିପୁଲ୍ସ କଲେଜରେ ବିଶ୍ବ ବନ ଦିବସ ପାଳିତ, ଜଙ୍ଗଲ ଓ ଖାଦ୍ୟ ବିଷୟରେ ଆଲୋଚନାଚକ୍ର 

Share

ବୁଗୁଡ଼ା : ତା ୨୧/୦୩/୨୫ : ସ୍ଥାନୀୟ ପିପୁଲ୍ସ କଲେଜ ପକ୍ଷରୁ ସ୍ବପରିସରରେ ବିଶ୍ବ ବନ ଦିବସ ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏସିଏଫ୍ ରଜତ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ପରିବେଶବିତ୍ ଶୁଳପାଣି ଶତପଥୀ, ସମ୍ମାନିତ ଅତିଥି ଭାବେ ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ର ଓ ପ୍ରକୃତି ମିତ୍ର ପୁରସ୍କୃତା ସାଇ ସନ୍ତୋଷିନୀ ପ୍ରଧାନ ପ୍ରମୁଖ ଯୋଗ ଦେଇ ବିଶ୍ବ ବନ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କେ ନିଜ ନିଜର ମତବ୍ୟକ୍ତ କରିବା ସାଙ୍ଗକୁ ଆଲୋଚନାର ଶୀର୍ଷକ “ଜଙ୍ଗଲ ଓ ଖାଦ୍ୟ” ବିଷୟରେ ଆଲୋକପାତ କରିଥିଲେ। ଏ ଅବସରରେ କଲେଜର ଏନସିସି, ଓ୍ବାଇଆରସି, ଏନ୍ଏସ୍ଏସ୍ ଛାତ୍ରଛାତ୍ରୀଙ୍କ ଦ୍ଵାରା ଜଙ୍ଗଲ ସୁରକ୍ଷା ପାଇଁ ଏକ ଜନସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏଥି ସହ ଜଙ୍ଗଲର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କେ ଆୟୋଜିତ ସଚେତନାଭିମୁଖ୍ଯ ପ୍ରଚାରପତ୍ର ଉପସ୍ଥାପନା ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଉର୍ମିଳା ମହାନ୍ତି (୧ମ),ସଂହିତା ରାଉତ (୨ୟ) , ଇତିଶ୍ରୀ ନାୟକ (୩ୟ) ଓ ପୂଜା ଗୌଡ (୩ୟ) ପ୍ରମୁଖଙ୍କୁ ପ୍ରମାଣ ପତ୍ର ପ୍ରଦାନ ସହ ପୁରସ୍କୃତ କରାଯାଇଥିଲା। ୟୁଥ୍ ରେଡ୍ କ୍ରସ୍ ସଂଯୋଜକ ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ଓ ଜାତୀୟ ସେବା ଯୋଜନା ସଂଯୋଜିକା ସସ୍ମିତା ସାମନ୍ତରାୟଙ୍କ ଦ୍ବାରା ପରିଚାଳିତ ଉକ୍ତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଅଧ୍ୟାପକ ଆତ୍ମ ପ୍ରକାଶ ନାୟକ ଏବଂ ପରିଶେଷରେ ଏନସିସି ଲେଫ୍ଟନାଣ୍ଟ ଅଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି ସ୍ଥାନୀୟ ବନ ବିଭାଗ ପକ୍ଷରୁ ସ୍ବକାର୍ଯ୍ଯାଳୟ ପରିସରରେ ମଧ୍ୟ ବିଶ୍ବ ବନ ଦିବସ ପାଳନ ହୋଇଥିଲା।

You may have missed