କେ ବାଳୀପାଲ୍ ଠାରେ ବିଶ୍ଵ ବନ ଦିବସ ପାଳନ ,

ହାଟଡିହି ତା ୨୧/୦୩ : ଜଙ୍ଗଲ ସମ୍ପଦ ଓ ଆଦିବାସୀ ଙ୍କ ନିବିଡ଼ ସମ୍ପର୍କ କୁ ନିରିକ୍ଷେଇ ଦେଖିଲେ ଜଣାଯାଏ ସୃଷ୍ଟି ଆରମ୍ଭ ରୁ ହିଁ ଏ ଭାବ ରହି ଆସିଛି,ଏହି ସମ୍ପର୍କ ଓ ଭାବ କୁ ଆହୁରି ଦୃଢ଼ କରିବାକୁ ଆଜିର ବିଶ୍ଵ ବନ ଦିବସ ପାଳନ ଅବସରରେ କେ ବାଲିପାକ ଗ୍ରାମ ଠାରେ ବନବାସୀ ମାନେ ପ୍ରତିଜ୍ଞା କରିଥିଲେ,ସ୍ବେଛାସେବୀ ସଂଗଠନ ଆର୍ ସି ଡ଼ି ସି ଦ୍ଵାରା ଆଜି ହଦଗଡ଼ ହସ୍ତୀ ଅଭୟାରଣ୍ୟ ମଧ୍ୟରେ ଥିବା ଗ୍ରାମ ବାସୀ ମାନେ ଜଙ୍ଗଲ ସୁରକ୍ଷା ପରିଚାଳନା ସହ ଜଙ୍ଗଲ ନିଆଁ ନିୟନ୍ତ୍ରଣ ଉପରେ ନିରନ୍ତର ଦୃଷ୍ଟି ଦେବାପାଇଁ ଶପଥ ନେଇଥିଲେ,ଲଘୁବନ୍ ଜାତ ଦ୍ରବ୍ଯ ସଂଗ୍ରହ ଓ ପକ୍ରୀୟାକରନ୍ ବେଳେ ଜଙ୍ଗଲ ର କିଛି କ୍ଷତି ନ ହେବା ପାଇଁ ଗୁରୁତ୍ବ ଦୀୟା ଯାଇଥିଲା,ଲୋକ ଜଙ୍ଗଲ ଜଗାରଖା କୁ ନିୟମିତ କରିବା ସହ ଗୋଚାରଣ ବେଳେ ଜଙ୍ଗଲ ର ଛୋଟ ଗୁଳ୍ମ ଲତା ଯେପରି ନଷ୍ଟ ନ ହେବ ସେଥିପାଇଁ ଯତ୍ନବାନ ହେବାକୁ ଚର୍ଚା କରାଯାଇଥିଲା, ଏଥି ସହିତ ଲଘୁବନ ଜାତ ଦ୍ରବ୍ଯ ସଂଗ୍ରହ ବେଳେ ଯଥେଷ୍ଟ ସାବଧାନ ହେବାକୁ ପରାମର୍ଶ ଦିଆଯାଇଥିଲା, ଆର୍ ସି ଡ଼ି ସି ଅନୁଷ୍ଠାନ ର କାର୍ଯ୍ୟକ୍ରମ ପରିଚାଳକ ଆନନ୍ଦ ସେଠୀ ଙ୍କ ସଂଯୋଜନା ରେ ଆଜିର କାର୍ଯ୍ୟକ୍ରମ ରେ ସର୍ବଶ୍ରୀ ବୁଦ୍ଧିରାମ ପୂର୍ତ୍ତୀ ,ସପା ମହାକୁଡ ଗୁଣ୍ଡେ ବଦ୍ରା, ଇନ୍ଦ୍ରମଣି ହୋ ,ଓ ରାମ ପୂର୍ତ୍ତି ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ,ଗ୍ରାମ ପାଖ ଖୋଲା ଅଞ୍ଚଳ ରେ ବୃକ୍ଷ ରୋପଣ ସହ ଜଙ୍ଗଲ ସମ୍ପଦ ପରିଚାଳନା ପାଇଁ ଗ୍ରାମ ବାସୀ ମାନେ ଏକ ମନ୍ ହେବାପାଇଁ ସର୍ବ ସମ୍ମତି କ୍ରମେ ନିଷ୍ପତି ନେଇଥିଲେ,ସବୁ ଜଙ୍ଗଲ ଅଞ୍ଚଳ ର ସମ୍ପଦ କୁ ସଠିକ୍ ଆକଳନ ସହ ଜୈବ୍ୟ ବିବିଧତା କୁ ଗୁରୁତ୍ବ ଓ ଏହାର ପଞ୍ଜିକରଣ କୁ ଗ୍ରାମ ବାସୀ ମାନେ କିପରି କରିବେ ଏହା ଉପରେ ବିଶେଷ ଚର୍ଚା ହୋଇଥିଲା,ଶେଷରେ ଶ୍ରୀ ରାମୟୀ ପୂର୍ଟି ଧନ୍ୟବାଦ୍ ଅର୍ପଣ କରିଥିଲେ,