March 10, 2026

ଅଦିନିଆ ବର୍ଷା ରେ ମୁଗ ବିରି ଓପନିପରିବା ଫସଲ ନଷ୍ଟ….

fust1
Share

 


ବୋଲଗଡ଼,( ଉପାନ୍ତ ଖବର) ଅଦିନିଆ ବର୍ଷାରେ ବୋଲଗଡ଼ ବ୍ଲକ ଅଞ୍ଚଳରେ ଏକର ଏକର ବିଲରେ ମୁଗ ଓ ବିରି ଫସଲ ନଷ୍ଟ ହୋଇଛି। ଧାନ ଫସଲ ପରେ ଦୋଫସଲି ମୁଗ ବିରି ଚାଷ କରିଥିଲେ। ତତସହିତ କିଛି ଚାଷୀ ପନିପରିବା ଚାଷ କରିଥିଲେ। କିନ୍ତୁ ବର୍ତ୍ତମାନ ମୁଗ ବିରି ଅମଳ ର ସମୟ। କିଛି ଚାଷୀ ମୁଗବିରି ଓପାଡି ବିଲରେ ପକାଇଥିବା ବେଳେ କିଛି ଚାଷୀ ନିଜର ବାରିକୁ ଆଣି ଅମଳ କରିବା ପାଇଁ ରଖିଥିବା ବେଳେ ଅଦିନିଆ କାଳ ବୈଶାଖୀ ବର୍ଷା ଦୁଇଦିନ ଧରି ଲାଗି ରହିଥିବା ଯୋଗୁଁ ମୁଗ ବିରି ଗଜା ହେଇଯାଇଥିବାର ଦେଖିବାକୁ ମିଳିଛି। ଯେଉଁ ପଛଟିଆ ମୁଗ ବିଲରେ ଅଛି ତାହା ପାଣି ଜମି ଗଜା ହେବା କୁ ଲାଗିଲାଣି। ସେହି ଭଳି ଜହ୍ନି,କାକୁଡି,ଭେଣ୍ଡି ଭଳି ଫସଲ ନଷ୍ଟ ହୋଇଛି। ଏଭଳି ପରିସ୍ଥିତିରେ ଚାଷୀ କୁଳ ମୁଣ୍ଡରେ ହାତ ଦେଇ ବସିଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)