ଆଜିର ଖବର..
➡️ ୧- ଦେଶରେ ଆଦିବାସୀଙ୍କ ଶିକ୍ଷାର ଅବସ୍ଥା ଦୟନୀୟ ସ୍ଥିତିରେ ଥିବା କେନ୍ଦ୍ର ଆଦିବାସୀ ବ୍ୟପାର ମନ୍ତ୍ରୀ ବିଶେଶ୍ୱର ଟୁଡୁ ସ୍ୱୀକାର କରିଛନ୍ତି। ଆଦିବାସୀଙ୍କ ଗୁଣାତ୍ମକ ଶିକ୍ଷା ଦେବାପାଇଁ କେନ୍ଦ୍ର ସରକାର ଓଡିଶାରେ ଆଉ ୮୭ଟି EMRS ନିର୍ମଣ କରୁଛନ୍ତି ବୋଲି ସେ କହିଛନ୍ତି।
➡️ ୨- ପରିବେଶର ସୁରକ୍ଷା କବଚକୁ ଅଣଦେଖା ।ଆଜି ବିଶ୍ୱ ଘର ଚଟିଆ ଦିବସ । ପରିବେଶ ସନ୍ତୁଳନ ଦିଗରେ ଘର ଚଟିଆର ଭୂମିକା ଅତୁଳନୀୟ ।
➡️ ୩- ୫ ସେକଣ୍ଡରେ ୫ ଲକ୍ଷ ଚୋରୀ। ବ୍ରହ୍ମପୁର ଜୟପ୍ରକାଶ ନଗରର ଘଟଣା । ବ୍ୟକ୍ତିଙ୍କ ବାଇକ୍ ଡିକିରୁ ଗାଏବ କରିଦେଲେ ୫ ଲକ୍ଷ । ଡିକିରେ ଟଙ୍କା ରଖି ଚା’ ପିଇବାକୁ ଯାଇଥିଲେ ।
➡️ ୪- ଇଲେକ୍ଟୋରାଲ ବଣ୍ଡକୁ ନେଇ ବିଜେଡିକୁ କଂଗ୍ରେସର ଟାର୍ଗେଟ। ବିଜେଡିକୁ ଏତେ ଟଙ୍କା କାହିଁକି ମିଳିଲା: ବିଜୟ ପଟ୍ଟନାୟକ । ‘ଏହାପଛର କାରଣ କଣ?’ କଂଗ୍ରେସ ଅଭ୍ୟାସଗତ ଅଭିଯୋଗକାରୀ: ବିଜେଡି ।
➡️ ୫- ମେଂଟ ସସପେନ୍ସ ବଢ଼ାଇଲେ ଶାହା: କହିଲେ, ‘କିଛି ବି ହୋଇପାରେ’ ।
➡️ ୬- ରାଏବରେଲୀରେ କଂଗ୍ରେସକୁ କଡା ଟକ୍କର ଦେବାକୁ ବିଜେପି ପ୍ରସ୍ତୁତ । ନୁପୂର ଶର୍ମା ହୋଇପାରନ୍ତି ପ୍ରାର୍ଥୀ ।
➡️ ୭- ବିହାରରେ ବଢିଲା କଂଗ୍ରେସର ଶକ୍ତି । କଂଗ୍ରେସରେ ଯୋଗଦେଲେ ପପୁ ଯାଦବ । କଂଗ୍ରେସରେ ବିଲୟ ହେଲା ଜନ ଅଧିକାର ପାର୍ଟି ।
➡️ ୮- ଆଇକ୍ୟୁ ଏୟାର ଜାରି କଲା ରିପୋର୍ଟ । ଭାରତ ତୃତୀୟ ସର୍ବାଧିକ ପ୍ରଦୂଷିତ ଦେଶ ।
➡️ ୯- ମୋଦୀଙ୍କ ଉପରେ ବିଶ୍ୱାସଘାତକତାର ଅଭିଯୋଗ ଲଗାଇଲେ ମଲ୍ଲିକାର୍ଜୁନ ଖଡଗେ । ପ୍ରଧାନମନ୍ତ୍ରୀଙ୍କ ଗ୍ୟାରେଣ୍ଟିକୁ କହିଲେ ଚାଇନା ଗ୍ୟାରେଣ୍ଟି ।
➡️ ୧୦- ଡିଜିଟାଲ ଯୁଗରେ ବିଜୁଳି ଆଲୁଅ ଦେଖିନଥିବା ଗାଁର ଅସରନ୍ତି ଦୁଃଖ । କାଠ ଜାଳିଲେ ହଟୁଛି ଅନ୍ଧାର, ସଂଧ୍ୟା ୬ଟା ସୁଦ୍ଧା ସରୁଛି ଖିଆପିଆ ଅଭାବନୀୟ ଚିତ୍ର ଆସିଲା ରାୟଗଡା ସଦର ବ୍ଳକ ତଳକଣି ଗ୍ରାମରୁ ।
➡️ ୧୧- ଆସିଲା ଏଡିଆର ରିପୋର୍ଟ: ମୁଖ୍ୟମନ୍ତ୍ରୀଙ୍କ ସମ୍ପତ୍ତି ୬୩ କୋଟି । ଝାରସୁଗୁଡ଼ା ଦୀପାଳି ଦାସ ସବୁଠାରୁ ଧନୀ ବିଧାୟିକା ।
➡️ ୧୨- ୨୦୨୪ ନିର୍ବାଚନ ଆଗରୁ ଗଂଜାମରେ ବଳ ଗୋଟାଉଛନ୍ତି ୩ ପ୍ରମୁଖ ରାଜନୈତିକ ଦଳ । ବିଜେଡି ପାଇଁ ଅଡୁଆ ଏକାଧିକ ଟିକେଟ୍ ଆଶାୟୀ ।
➡️ ୧୩- ଭଲ ହୋଇଯିବ ଗୋଦରା ଗୋଡ଼ ! ଏସସିବିରେ କରାଯାଉଛି ଭାସ୍କୁଲା-ରାଇଜଡ ଲିମ୍ଫାନୋଡ଼ ଟ୍ରାନ୍ସପ୍ଲାଂଟ । ଯାଜପୁରର ମହିଳାଙ୍କର ହେଲା ପ୍ରଥମ ଅପରେସନ ।
➡️ ୧୪- ତେଲେଙ୍ଗାନା ରାଜ୍ୟପାଳ ପଦରୁ ଇସ୍ତଫା ଦେବାର ୨ ଦିନ ପରେ ବିଜେପିରେ ସାମିଲ ହେଲେ ତାମିଲସାଇ ସୁନ୍ଦରରାଜନ, ବିଜେପି ଟିକେଟରୁ ଲଢିପାରନ୍ତି ଲୋକସଭା ନିର୍ବାଚନ ।
➡️ ୧୫- ୨୨ ତାରିଖରେ ବସିବ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ତୃତୀୟ ପର୍ଯ୍ୟାୟରେ ଆସିପାରେ ଓଡିଶାର ତାଲିକା ।
➡️ ୧୬- ଢେଙ୍କାନାଳ କପିଳାସ ବନାଞ୍ଚଳ ରଗଡ଼ି ସାହିରେ ହାତୀ ଆତଙ୍କ: ହାତୀ ଭାଙ୍ଗିଥିବା କାନ୍ଥ ତଳେ ଚାପି ହୋଇ ନାବାଳକର ମୃତ୍ୟୁ ।
➡️ ୧୭- ଛତିଶଗଡ ଦାନ୍ତେୱାଡାରେ ଏନକାଉଣ୍ଟର । ୨ମାଓବାଦୀ ନିପାତ ।
➡️ ୧୮- ମାଛ ଖାଇବାରେ ଦ୍ୱିତୀୟରେ ଓଡିଶା । ସପ୍ତାହରେ ଦ୍ୱିତୀୟ ସର୍ବାଧିକ ମାଛ ଖାଆନ୍ତି ଓଡିଆ । ତାଲିକାର ପ୍ରଥମରେ ଆସାମ ଓ ତ୍ରିପୁରା ।
➡️ ୧୯- ପୁଲିସ ହାବୁଡ଼ରେ ରାଜଧାନୀର ଠକ ଯୋଡ଼ି: ଓଏଲଏକ୍ସରେ କାର ବିକିବାକୁ ବିଜ୍ଞାପନ ଦେଇ ଲୋକଙ୍କୁ ଲଗାଉଥିଲେ ଚୁନା ।
➡️ ୨୦- ପଖାଳ: ଛପନ ଭୋଗରେ କାଳିଆ ଖାଏ, ଛପର ଘରେ ଗରିବଟିଏ ପ୍ରତିଦିନ ଖାଏ । ପଖାଳ ଦିବସରେ ନେତାମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସେଲିବ୍ରେଟି ଖାଇଲେ ପଖାଳ ।