ଆଜିର ଖବର
*ଖବର ଆଜିର*
ତାରିଖ ୨୧/୦୩/୨୦୨୩ ମଙ୍ଗଳବାର ।
୧-ଯୁଦ୍ଧ ପରେ ପୁଟିନ୍ଙ୍କ ପ୍ରଥମ ୟୁକ୍ରେନ୍ ଗସ୍ତ; ମାରିୟୁପୋଲ୍ରେ କାର୍ ଚଳାଇଲେ, ଲୋକଙ୍କୁ ଭେଟିଲେ ।
୨-ଆସନ୍ତା ଆର୍ଥିକ ବର୍ଷରେ ଉଡାଣ ଭରିବ ଆଉ ୧୩୨ ବିମାନ, ୨୦ ପ୍ରତିଶତ ବଢ଼ିବ ଏୟାର ଟ୍ରାଫିକ୍: ରିପୋର୍ଟ ।
୩-ନବଦାସ ହତ୍ୟା ମାମଲା; ସୁଶାନ୍ତ ସିଂଙ୍କ ବାସଭବନ ଘେରିବା ସହିତ ଅଣ୍ଡା, ଟମାଟୋ ମାଡ଼ କଲା ଛାତ୍ର କଂଗ୍ରେସ ।
୪-ପଳାତକ ଅମ୍ରିତପାଲଙ୍କୁ ନେଇ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ: ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଥିଲା ଅମ୍ରିତପାଲଙ୍କ ସମ୍ପର୍କ ।
୫-ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଚିହ୍ନଟ ହେଲା ରଥ କାଠ, ଘୁମୁସର ବନଖଣ୍ଡରୁ ୨୯ଟି ଗଛ ଚିହ୍ନଟ କଲେ ସେବାୟତ ।
୬-ଏପ୍ରିଲ ୩ରୁ ଆରମ୍ଭ ହେବ ମାଟ୍ରିକ ଖାତା ଦେଖା: ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଦେଖାଯିବ ଖାତା।
୭-କେନ୍ଦ୍ରର ଅନୁମତି ନ ମିଳିବାରୁ ମଙ୍ଗଳବାର ଉପସ୍ଥାପନ ହେବନି ଦିଲ୍ଲୀ ବଜେଟ୍ ।
୮-ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କଲେ ଫୁମିୟୋ କାସିଦା।
୯-କର୍ଣ୍ଣାଟକରେ ରାହୁଲଙ୍କ ଯୁବ କ୍ରାନ୍ତି ସମାବେଶ। ସରକାର ଆସିଲେ ପ୍ରତି ସ୍ନାତକଙ୍କୁ ମିଳିବ ମାସକୁ ତିନି ହଜାର।
୧୦-ସଂସଦରେ ଥମୁନି ଆଦାନୀ ଝଡ଼। ଜେପିସି ତଦନ୍ତ ଜିଦରେ ବିରୋଧୀ, ଅଧାରୁ ବନ୍ଦ ହେଲା ଗୃହକାର୍ଯ୍ୟ।
୧୧-ମା ଭଗବତୀ, ମା ମଙ୍ଗଳା ଓ ମା ଉଗ୍ରତାରାଙ୍କ ପୀଠର ମାଷ୍ଟର ପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ। ୫ଟି ଯୋଜନାରେ କାର୍ଯ୍ୟକାରୀ ହେବ ପ୍ରକଳ୍ପ ।
୧୨-ଡିଜେ ଆଜେକ୍ସ ଅକ୍ଷୟ ମୃତ୍ୟୁ ଘଟଣାରେ ମୋଡ଼: ପ୍ରେମିକା ଓ ପ୍ରେମିକାଙ୍କ ସାଙ୍ଗଙ୍କ ନାଁରେ ମାମଲା ରୁଜୁ କଲା ପୁଲିସ ।
୧୩-ନିବେଶକଙ୍କୁ ପୁଣି କନ୍ଦାଇଲା ସେୟାର ବଜାର, ଗୋଟିଏ ଦିନରେ ବୁଡିଲା ୨ ଲକ୍ଷ କୋଟି ଟଙ୍କା, ୩୬୦ ଅଙ୍କ ଖସିଲା ସେନସେକ୍ସ ।
୧୪-ଭାରତରେ ପ୍ରଥମ ଥର ୬୦,୦୦୦ ଡେଇଁଲା ସୁନା ମୂଲ୍ୟ, ରୂପା ୧୮୬୦ ଟଙ୍କା ବଢ଼ିଲା ରୂପା ।
୧୫-କଂଗ୍ରେସ ବିନା କୌଣସି ବିରୋଧୀ ମେଣ୍ଟ ଅସମ୍ଭବ: ଜୟରାମ ରମେଶ ।
୧୬-ଶ୍ରୀଲଙ୍କା ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ସହ ଶେଷ ହୋଇଛି ବିଶ୍ୱ ଟେଷ୍ଟ ଚମ୍ପିଆନସିପ ୨୦୨୩ର ଯାତ୍ରା । ଟୁର୍ଣ୍ଣାମେଣ୍ଟର ଶେଷ ଭିତରେ ଫାଇନାଲରେ ପହଞ୍ଚିଛନ୍ତି ବିଶ୍ୱର ଦୁଇ ସର୍ବଶ୍ରେଷ୍ଠ ଦଳ ଭାରତ ଏବଂ ଅଷ୍ଟ୍ରେଲିଆ ।
୧୭-ଫିନ୍ଲ୍ୟାଣ୍ଡ ବିଶ୍ବର ସବୁଠୁ ଖୁସି ଦେଶ: ୧୨୫ତମ ସ୍ଥାନରେ ଭାରତ ।
୧୮-ସାହାରା ଜମାକାରୀଙ୍କୁ ଅର୍ଥ ଫେରସ୍ତ ମାମଲା: ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ହେବ କମିଟି ।
୧୯-ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷାରେ ତ୍ରୁଟିକୁ ନେଇ ପଞ୍ଜାବ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ।
୨୦-ଦେଶରେ ବର୍ଷକୁ ୧୭ ଲକ୍ଷ ଟନରୁ ଅଧିକ ଇ-ୱେଷ୍ଟ ହୋଇପାରିବ ରି-ସାଇକଲ, ଏପ୍ରିଲ ୧ରୁ ଲାଗୁ ହେବ ନୂଆ ନିୟମ ।
୨୧-ଟ୍ରପଲାଇନ୍ ପ୍ରଭାବରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ; ୨୫ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ।
୨୨-ପଳାତକ ମେହୁଲ ଚୋକସୀଙ୍କୁ ଇଣ୍ଟରପୋଲରୁ ଆଶ୍ବସ୍ତି, ହଟିଲା ରେଡ୍ କର୍ଣ୍ଣର ନୋଟିସ୍ ।
୨୩-ରାଜ୍ୟ ସରକାରଙ୍କ ଶ୍ୱେତପତ୍ର ପ୍ରକାଶ; ୨୦୨୨ରେ କେମିତି ଥିଲା ଆଇନ୍ ଶୃଙ୍ଖଳା ଦେଲେ ବିବରଣୀ ।
୨୪-ଭାରତୀୟ ବାଣିଜ୍ୟିକ ଦୂତାବାସ ଉପରେ ଖଲିସ୍ତାନୀ ଆକ୍ରମଣ; ଆମେରିକା ଉପରେ ଅସନ୍ତୋଷ ଝାଡ଼ିଲା ଭାରତ ।
ସୁପ୍ରଭାତ ,ଶୁଭ ସକାଳ ।