February 22, 2025

ନଗେନ୍ଦ୍ର ନାଥ ଆଚାର୍ଯ୍ୟ ଙ୍କ ଦ୍ଵାଦଶାହ ଉପଲକ୍ଷେ ସ୍ମୁତି ଶ୍ରଦ୍ଧାଞ୍ଜଳୀ ସଭା

Share

 

ତିର୍ତ୍ତୋଲ

 

“ବାଂସାସୀ ଜିର୍ଣ୍ଣାନୀ ଯଥା ବିହାୟ ନବାନି ଗୃଣହାତି ନରୋପରାଣୀ, ତଥା ଶରୀରାଣୀ ବିହାୟ ଜୀର୍ଣ୍ଣା,ନ୍ୟନ୍ୟାନି ସଂଯାତୀ ନବାହ୍ନି ଦେହୀ ” ଆତ୍ମା ଅମର ଅଟେ l ମଣିଷର ଦେହରୁ ଆତ୍ମା ବାହାରି ଗଲେ ଅନ୍ୟ ଘଟରେ ସ୍ଥାନିତ ହୁଏ, ପୁରାତନ ଶରୀର ମର୍ତ୍ତ୍ୟରେ ରହିଯାଏ l ଧୂଳିମାଟିର ଶରୀର ବିଲୀନ ହୁଏ ଧୂଳିରେ l କିନ୍ତୁ ମଣିଷର ଉତ୍ତମ କର୍ମ ଏଇ ସଂସାରରେ ମଣିଷକୁ ଚିର ଅମର କରି ରଖେ l ସେହିପରି ଉତ୍ତମ ମଣିଷଟିଏ ଥିଲେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୋଲର ପଞ୍ଚାୟତ ର ଅଢାପତି ଗ୍ରାମର ସ୍ବର୍ଗତଃ ନଗେନ୍ଦ୍ର ନାଥ ଆଚାର୍ଯ୍ୟ l ସେ ଏକାଧାରରେ ଥିଲେ ଜଣେ ବିଶିଷ୍ଟ ପାଲା ଗାୟକ, ଖ୍ୟାତନାମା କର୍ମକାଣ୍ଡ ପୁରୋହିତ,ଶାରଳା ଟ୍ରଷ୍ଟ ର ପୁରାଣପଣ୍ଡା,ମା’ଶାରଳା ଙ୍କ ବରପୁତ୍ର ବାଗ୍ମୀ ପୁରୁଷ l ଆଜି ସ୍ବର୍ଗତଃ ଆଚାର୍ଯ୍ୟ ଙ୍କ ଦ୍ୱାଦଶାହ ଉପଲକ୍ଷେ,ଅଢାପତି ସ୍ଥିତ ମା ବଜ୍ରମହାକାଳୀ ମନ୍ଦିର ପ୍ରାଙ୍ଗଣ ରେ ଏକ ସ୍ମୃତି ଶ୍ରଦ୍ଧାଞ୍ଜଳୀ ସଭା ପଣ୍ଡିତ ଅଭୟ କୁମାର ଦାଶ (ବୁଲୁନନା) ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇ ଯାଇଛି । ଘୋଡ଼ା ନାଚ ଗୁରୁ ହେମନ୍ତ କୁମାର ରାଉତ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁନୀଲ କୁମାର ଆଚାର୍ଯ୍ୟ ନିମନ୍ତ୍ରିତ ଅତିଥି ମାନଙ୍କୁ ସ୍ଵାଗତ କରିଥିବା ବେଳେ, ଅଧ୍ୟାପକ ଅରୁଣ କୁମାର ପଣ୍ଡା , ଡଃ ନିମାଇଁ ଚରଣ ପରିଜା , ଗାୟକ ଶିଶିରକୁମାର ପଣ୍ଡା, ଗାୟକ ଅଭିମନ୍ୟୁ ନାୟକ, ମାୟାଧର ରାଉତ, ଶିଳ୍ପପତି ତପନ ଦାସ, ସଙ୍କୀର୍ତ୍ତନମଣ୍ଡଳୀ ସମ୍ପାଦକ ଭଗବାନ ଦାସ, ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ, ପ୍ରହ୍ଲାଦ ଦାଶ, ରାମକଥା ବିଶାରଦ ରବିନ୍ଦ୍ରନାଥ ମିଶ୍ର, ନଳିନୀ ସିଂହ , ପ୍ରଭାକର ଦାଶ ଓ ନାରାୟଣ ପତି ପ୍ରମୁଖ ଯୋଗଦେଇ ସ୍ବର୍ଗତଃ ଆଚାର୍ଯ୍ୟ ଙ୍କ ସ୍ମୃତିକୁ ମନେପକେଇ ଥିଲେ l ବାସ୍ତବରେ ସ୍ବର୍ଗତଃ ଆଚାର୍ଯ୍ୟ ଏ ଅଞ୍ଚଳର ଜଣେ ବହୁମୁଖୀ ପ୍ରତିଭାବାନ, ସରଳ ମିଷ୍ଟଭାଷୀ ପରୋପକାରୀ ଓ ଖ୍ୟାତନାମା ପାଲା ଗାୟକ ଭାବରେ ସୁଖ୍ୟାତି ଅର୍ଜ୍ଜନ କରିଥିଲେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ କେତେକ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି, କଳାକାର ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ, ସ୍ମୁତିକମିଟି ତରଫରୁ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ତେବେ ଏହି ସମସ୍ତ କାର୍ଯ୍ୟକ୍ରମକୁ ସୁଶୀଲ କୁମାର ଆଚାର୍ଯ୍ୟ , ଜୟଶ୍ରୀ ଆଚାର୍ଯ୍ୟ , ତ୍ରିଲୋଚନ ଆଚାର୍ଯ୍ୟ , ଅଭୟ ଆଚାର୍ଯ୍ୟ , ଅପର୍ଣ୍ଣା ଆଚାର୍ଯ୍ୟ , ମିଲି, ମାମା, ଲୋନି, ଦେବେନ୍ଦ୍ର ଆଚାର୍ଯ୍ୟ , ତ୍ରିଲୋଚନ ଆଚାର୍ଯ୍ୟ , ଭ୍ରମର ଆଚାର୍ଯ୍ୟ , ଅଭୟ ଆଚାର୍ଯ୍ୟ , ରବିନ୍ଦ୍ର ଆଚାର୍ଯ୍ୟ ଓ ମଞ୍ଜୁଲତା ଆଚାର୍ଯ୍ୟ ଙ୍କ ସମେତ ସମସ୍ତ ଗ୍ରାମବାସୀ ମାନେ,ପରିଚାଳନା କରିବା କ୍ଷେତ୍ରରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା । ପରିଶେଷରେ ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଗାୟକ ଅଭିମନ୍ୟୁ ନାୟକ ଓ ସାଥୀମାନେ ପାଲା ପରିବେଷଣ ମାଧ୍ୟମରେ ଶ୍ର

ଦ୍ଧାଞ୍ଜଳି ଅର୍ପଣ କରିଥିଲେ l

 

ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ସହିତ ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର…..।