November 23, 2024
Share

ତାରିଖ ୨୧/୦୨/୨୦୨୩ ମଙ୍ଗଳବାର ।

କର୍ଣ୍ଣାଟକରେ ଡେଲିଭରି ବୟକୁ ଆଇଫୋନ୍ ପାଇଁ ହତ୍ୟା। ପେଟ୍ରୋଲ ଢାଳି ପୋଡିଦେଲେ ହତ୍ୟାକାରୀ।

ଉତ୍ତରାଖଣ୍ଡ ପରେ ଜମ୍ମୁକାଶ୍ମୀରରେ ଆଁ କରିଛି ରାସ୍ତାଘାଟ, ଫାଟୁଛି ଘରଦ୍ୱାର ।

ଛତିଶଗଡ଼ରେ ଏଆଇସିସି ଅଧିବେଶନ ପୂର୍ବରୁ କଂଗ୍ରେସକୁ ଝଟକା। ୧୪ଟି ସ୍ଥାନରେ ଚଢାଉ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଗୋପାଳର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ରାଇମ୍‌ବ୍ରାଞ୍ଚ ଆବେଦନକୁ ଖାରଜ କଲେ ଜେଏମଏଫସି କୋର୍ଟ ।

ସୁପ୍ରିମକୋର୍ଟରେ ପହଁଚିଲା ଶିବସେନା ଲଢ଼େଇ: ଉଦ୍ଧବ ଠାକରେଙ୍କ ଆବେଦନ ଉପରେ ତୁରନ୍ତ ଶୁଣାଣି ପାଇଁ ମନା କଲେ ସୁପ୍ରିମକୋର୍ଟ ।

ମାର୍ଚ୍ଚ ୨୬ ରେ ଓଡିଶାରେ ମାଗଣା UPSC କୋଚିଂ ପାଇଁ ପ୍ରବେଶିକା ପରୀକ୍ଷା ଆରମ୍ଭ ।

ଯୁଦ୍ଧ ଭିତରେ ୟୁକ୍ରେନରେ ପହଁଚିଲେ ଆମେରିକା ରାଷ୍ଟ୍ରପତି: କିଭରେ ପହଁଚି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଲେ ବାଇଡେନ ।

ପୂର୍ବତନ ଆଇଏଏସ୍‌ ଅଧିକାରୀ ବିଭିଆର ସୁବ୍ରମଣ୍ୟମଙ୍କୁ ସୋମବାର ନୀତି ଆୟୋଗର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି। ସୁବ୍ରମଣ୍ୟମ ବର୍ତ୍ତମାନର ସିଇଓ ପରମେଶ୍ୱରନ ଆୟରଙ୍କ ସ୍ଥାନ ନେବେ।

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏବଂ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା। ରବିବାର ଦିନ ଅନନ୍ୟା ଦାସଙ୍କ ସମ୍ବଲପୁରସ୍ଥିତ ବାସଭବନରେ ନିର୍ବନ୍ଧ ଶେଷ ହୋଇଛି।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମଙ୍ଗୁ ମଠ ଭଙ୍ଗା ପ୍ରସଙ୍ଗ: ଅଦାଲତ ଅବମାନନା ମାମଲା ଖାରଜ କଲେ ସୁପ୍ରିମକୋର୍ଟ ।

ଜୟଶଙ୍କରଙ୍କ ‘ୟୁରୋପର ମାନସିକତା’ ମନ୍ତବ୍ୟକୁ ଦୋହରାଇଲେ ଜର୍ମାନ ଚାନସେଲର ।

ମାର୍ଚ୍ଚ ୩ ପର୍ଯ୍ୟନ୍ତ ଇମ୍ରାନଙ୍କୁ ଅନ୍ତରୀଣ ଜାମିନ ।

ରାଜ୍ୟ ପୋଲିସ ଡିଜିଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ସିଏମଏସ ଉଦଘାଟିତ; ଯୋଗ ଦେଲେ ସମସ୍ତ ଜିଲ୍ଲାର ଏସପି ।

୨୪ ପରେ ଟେଲିସ୍କୋପରେ ବି ଦେଖାଯିବନି କଂଗ୍ରେସ: ଅମିତ ଶାହ ।

UGCର ନୂଆ ଗାଇଡଲାଇନ୍ସ: ଏକସଙ୍ଗେ ଦୁଇଟି କୋର୍ସରେ ଆଡମିଶନ କରିପାରିବେ ଛାତ୍ରଛାତ୍ରୀ ।

ମହିଳା ଟି-୨୦ ବିଶ୍ୱକପ୍‌: ଡି/ଏଲ୍‌ରେ ହାରିଲା ଆୟର୍ଲାଣ୍ଡ୍‌; ସେମିରେ ଭାରତ, ଅଷ୍ଟ୍ରେଲିଆ ସହ ମୁକାବିଲା।

ସର୍ବଦଳୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି; ଗ୍ୟାଲେରୀକୁ ଆସିପାରିବେ ସାଧାରଣ ଦର୍ଶକ।

ସୁପ୍ରଭାତ ,ଶୁଭ ସକାଳ ।