April 20, 2025

ନିରାମୟ ରେ ନକଲି ଫାର୍ମାସିଷ୍ଟ, ମୁଖ୍ୟମନ୍ତ୍ରୀ ଙ୍କୁ ଅଭିଯୋଗ କଲେ ସମାଜସେବୀ 

Share

 

କାକଟପୁର୨୦/୧୨- ରୋଗୀ ସେବା ଭାରତୀୟ ସମ୍ବିଧାନ ରେ ଏକ ସ୍ୱତନ୍ତ୍ର ସେବା ର ଆଖ୍ୟା ପାଇଛି ଯାହାକୁ ନେଇ ସରକାର ଙ୍କର ବିଭିନ୍ନ ଚିକିତ୍ସାଳୟ ରେ ସରକାର ଙ୍କ ତରଫରୁ ସ୍ୱାସ୍ଥ୍ୟବିଭାଗ ରେ ଭିନ୍ନ ଭିନ୍ନ ବର୍ଗ ର ନିଯୁକ୍ତି ପ୍ରଦାନ କରାଯାଇଛି, ସେଥିମଧ୍ୟ ରୁ ରାଜ୍ୟ ସରକାର ଙ୍କ ନିୟମାବଳୀ ଅନୁସାରେ ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଖୋଲାଯାଇଛି ନିରାମୟ କେନ୍ଦ୍ର, ଯେଉଁଠି ଆସୁଥିବା ପ୍ରତ୍ୟେକ ରୋଗୀ ମାନଙ୍କ ପାଇଁ ସରକାର ଙ୍କ ତରଫରୁ ମାଗଣା ରେ ଔଷଧ ବିତରଣ କରାଯାଏ, ଆଉ ଏହି କେନ୍ଦ୍ର କୁ ପରିଚାଳନା କରିବା ପାଇଁ ସରକାର ଙ୍କ ତରଫରୁ ବେତନ ଭୋଗୀ ଫର୍ମାସିଷ୍ଟ ଙ୍କର ନିଯୁକ୍ତି ମଧ୍ୟ ହୋଇଛି, କିନ୍ତୁ କାକଟପୁର ମେଡିକାଲ ରେ ଦେଖିବାକୁ ମିଳିଥିଲା ସରକାରୀ ଫାର୍ମାସିଷ୍ଟ ଡାକ୍ତର ଙ୍କ ନିକଟରେ ରୋଗୀ ମାନଙ୍କ ରେଜିଷ୍ଟ୍ର ଲେଖୁଥିବା ବେଳେ ମେଡିକାଲ ର ନିରାମୟ କେନ୍ଦ୍ର ରେ ଜଣେ ଅଜଣା ଯୁବକ ବସି ରୋଗୀମାନଙ୍କୁ ପ୍ରେସକ୍ରିପସନ ମାଧ୍ୟମ ରେ ଔଷଧ ଦେଉଥିଲେ କେବଳ ସେତିକି ନୁହେଁ ଗୁରୁତ୍ୱପୂର୍ଣ୍ଣ ଇଞ୍ଜେକ୍ସନ ମଧ୍ୟ ରୋଗୀ ମାନଙ୍କୁ ଦେବାରେ ନଜିର ରହିଛି, ଏ ଘଟଣା କୁ କେନ୍ଦ୍ର କରି କାକଟପୁର ଅସ୍ତରଙ୍ଗ ର ଯୁବ ସମାଜସେବୀ ବିଶ୍ୱଜିତ ବିଶ୍ୱାଳ ଟ୍ୱିଟ ମାଧ୍ୟମ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ବିଭାଗ ଓ ପୁରୀ ଜିଲ୍ଲାପାଳ ନିକଟରେ ଅଭିଯୋଗ କରିଛନ୍ତି l ଏ ସଂକ୍ରାନ୍ତ ରେ ଆମେ କାକଟପୁରବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ଃ ଶାନ୍ତି ଭୂଷଣ ଜେନା ଙ୍କର ପ୍ରତିକ୍ରିୟା ଦୁରଭାଷ ମାଧ୍ୟମ ରେ ଆଣିଥିଲୁ, ସେ ତାଙ୍କ ପ୍ରତିକ୍ରିୟା ରେ କହିଛନ୍ତି ଯେ କାକଟପୁର ମେଡିକାଲ ର ଡାକ୍ତର ବେହେରା ଏବେ ଟିକେ ଫିଟ ନଥିବାରୁ ଉପସ୍ଥିତ ଫାର୍ମାସିଷ୍ଟ କିଛି ସମୟ ଡାକ୍ତର ଙ୍କ ନିକଟରେ ରୋଗୀ ପଞ୍ଜିକରଣ ରେଜିଷ୍ଟ୍ର ଲେଖିବା ରେ ସାହାଯ୍ୟ କରିଥିଲେ, ଆଉ ସେହି ସମୟ ରେ ସେ ତାର ଏକ ଜଣାଶୁଣା ପିଲା କୁ ଡାକି ନିରାମୟ ରେ ବସାଇଥିଲେ, ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ଯେ କାକଟପୁର ମେଡିକାଲ ରେ ଆବଶ୍ୟକ ମୁତାବକ ଡାକ୍ତର, ଫାର୍ମାସିଷ୍ଟ ନଥିବାରୁ କାମ ରେ ବାଧା ଉତ୍ପନ ହେଉଛି, କିନ୍ତୁ ସରକାରୀ ଫାର୍ମାସିଷ୍ଟ ବାହାର ପିଲା ଙ୍କୁ ଡାକି ସରକାର ଙ୍କ ନିରାମୟ ଦାୟିତ୍ୱ ଦେବା ସମ୍ପୂର୍ଣ୍ଣ ଭୁଲ, ଯଦି ଆମକୁ ଟ୍ୱିଟ ଅଭିଯୋଗ ଦ୍ୱାରା କିଛି କାରଣଦର୍ଶାଅ ଆସେ ତାହେଲେ ଆମେ ଏହି କାରଣ ଦର୍ଶାଇବୁ l ବିଶେଷ ସୂତ୍ର ରୁ ସୂଚନା ମୁତାବକ ଉକ୍ତ ସରକାରୀ ଫାର୍ମାସିଷ୍ଟ ଙ୍କ ନାମ ଅରବିନ୍ଦ କର ଯିଏ ଅସ୍ତରଙ୍ଗ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଖଣ୍ଡାସାହି ମେଡିକାଲ ରେ କାର୍ଯ୍ୟ କରୁଛନ୍ତି ଆଉ ଡେପୁଟେସନ ରେ କାକଟପୁର ମେଡିକାଲ ରେ ସୋମବାର ରୁ ଗୁରୁବାର ପୋଷ୍ଟିଙ୍ଗ ହୋଇଛନ୍ତି, କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ସରକାର ଙ୍କ ଲକ୍ଷାଧିକ ଟଙ୍କା ର ଔଷଧ ଯାହା ଜୀବନ ମରଣ ର ଦ୍ରବ୍ୟ, କିପରି ସରକାର ଙ୍କ କର୍ମଚାରୀ ତାହାକୁ ଜଣେ ବାହ୍ୟ ଯୁବକ ଙ୍କ ହାତରେ ନ୍ୟସ୍ତ କରିଦେଲେ, ଯଦି ସେହିସମୟ ରେ ଭୁଲ ଔଷଧ ପ୍ରଭାବ ରେ କୌଣସି ରୋଗୀ ର ଜୀବନ ବିପଦପୂର୍ଣ୍ଣ ହେଇଯିବ ତାହେଲେ ସେଥିପାଇଁ ଦାୟୀ କିଏ ହେବ, ଏ ବାବଦରେ ସମାଜସେବୀ ବିଶ୍ୱଜିତ ବିଶ୍ୱାଳ କହିଛନ୍ତି ଆଗାମୀ ଦିନ ରେ ଆମ ଅଭିଯୋଗ କୁ ଭିତ୍ତି କରି ଯଦି କାର୍ଯ୍ୟାନୁଷ୍ଠାନ ନିଆ ନଯିବ ତାହେଲେ ସମାଜସେବୀ ଙ୍କ ଦ୍ୱାରା ଉକ୍ତ କର୍ମଚାରୀ ଙ୍କ ନାମ ରେ ମକୋଦ୍ଧମା କରାଯିବ l

ଦୁଃଶାସନ ନାୟକ,ଅସ୍ତରଙ୍ଗ