December 21, 2024

ସୁଶାସନ ସପ୍ତାହ-2024 ଜରିଆରେ ଲୋକଙ୍କ ନିକଟରେ ପହଁଚୁଛି ସ୍ଥାନୀୟ ପ୍ରଶାସନ.

Share

 

କାଶୀନଗର

ତାରିଖ 20/12/24

 

କାଶୀନଗର ବ୍ଲକ ରେ ରାଜ୍ୟ ସରକାରଙ୍କ ଏହି ମାସ ସୁଶାସନ ସପ୍ତାହ 2024 ଆନୁକୂଲ୍ୟରେ 19 ତାରିଖ ଠାରୁ 24 ତାରିଖ ପର୍ଯ୍ୟନ୍ତ ସୁଶାସନ ଅଭିମୁଖୀ ପଦକ୍ଷେପ,ସର୍ବିତ୍ତମ କାର୍ଯ୍ୟବିଧିର ଚି଼ହ୍ନଟ,ଗ୍ରାମଆଭିମୁଖୀ ପ୍ରଶାସନ ଅଭିଯାନ ରେ ନାଗରିକ ଅଭିଯୋଗର ସମାଧାନକୁ ଲୋକଙ୍କ ଦ୍ଵାର ଦେଶ ରେ ପହଞ୍ଚାଇ ତୃଣମୂଳ ସ୍ତରରେ ଶାସନ କୁ ସୁଦୃଢ କରିବା ଉଦେଶ୍ୟରେ ବ୍ଲକର ବିଭିନ୍ନ ଗ୍ରାମରେ ଜନ ଶୁଣାଣି ଶିବିର ଅନୁଷ୍ଠିତ କରିବା ପାଇଁ ଆଦେଶ ପତ୍ର ଆସିଥିବାରୁ ପ୍ରଥମେ ଏହି ବ୍ଲକ ଅନ୍ତର୍ଗତ ଖାଣ୍ଡବା ପଂଚାୟତର ଆଦର୍ଶ ନଗର ଗ୍ରାମ ଠାରେ ଥିବା କମ୍ୟୁନିଟି ହାଲ ସମ୍ମୁଖରେ ଏବଂ ପର୍ତ୍ତଡା ପଂଚାୟତ ରେ ମଧ୍ୟ ବ୍ଲକ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା. ସ୍ଥାନୀୟ ବି. ଡି.ଓ ଡ଼ମ୍ବୁରୁଧର ମଲ୍ଲିକ ଅଭିଯୋଗ ଶୁଣାଣି କରି ଥିଲେ.ଏହି ଦୁଇଟି ଶିବିର ରେ ମୋଟ ବ୍ୟକ୍ତିଗତ ଓ ସାମୁହିକ ଅଭିଯୋଗ ମିଶି 61 ଟି ଅଭିଯୋଗ ଦାଖଲ ହୋଇଥିବା ସୂଚନା ହସ୍ତଗତ ହୋଇଛି . ଉକ୍ତ କାର୍ଯ୍ୟକ୍ରମରେ ସହକାରୀ ଯନ୍ତ୍ରୀ ନାରାୟଣ ପାଢ଼ୀ, ସି ଡି ପି ଓ କନକଲତା ପୂଜାରୀ,ସରପଞ୍ଚ ଓ ନାୟବ ସରପଞ୍ଚ ରକମ ସତୀଶ ସ୍ଥାନୀୟ ପି ଇ ଓ ପ୍ରମୁଖ ଯୋଗ ଦେଇଥିଲେ.