September 21, 2024

ରାମନାଗୁଡା ଆର୍ଦଶ ବିଦ୍ୟାଳୟ ବାର୍ଷିକ ଉତ୍ସବ , ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଦର୍ଶକଙ୍କ ମନମୋହିଲା….

Share

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥାନୀୟ ଓଡ଼ିଶା ଆର୍ଦଶ ବିଦ୍ୟାଳୟ ଠାରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ପ୍ରଦ୍ୟୁମ୍ନ ମଣ୍ଡଳ, ସମ୍ମାନିତ ଅତିଥି ଭାବେ ରାମନାଗୁଡା ଷ୍ଟେଟ ବ୍ୟାଙ୍କ ଶାଖାପରିଚାଳକ ଅବିନାଶ ମହାପାତ୍ର ,ମୁଖ୍ୟବକ୍ତା ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୂଜନ ମଲ୍ଲିକ, ବିଦ୍ୟାଳୟ ଅଧ୍ୟକ୍ଷ ସୋଲଭେଷ୍ଟାର ସୋରେଙ୍ଗ ପ୍ରମୁଖ ଯୋଗଦାନ କରିଥିଲେ। ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିବା ସହ ବିଦ୍ୟାଳୟ ଅଧ୍ୟକ୍ଷ ସୋଲଭେଷ୍ଟାର ସୋରେଙ୍ଗ ସ୍ବାଗତ ଭାଷଣ ଦେଇଥିବା ବେଳେ ଅତିଥି ପରିଚୟ ପ୍ରଦାନ କରିଥିଲେ।ଏଥିରେ ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ର ଭାବେ ସମ୍ବିତ ପ୍ରାଣୀଗ୍ରାହୀ,ଶ୍ରେଷ୍ଠ ଦଳ ଭାବେ ବ୍ରାହ୍ମଣୀ ଦଳ ସହ କାର୍ଯ୍ୟକ୍ରମରେ ବିଭିନ୍ନ କାର୍ଯ୍ୟ ଉଲ୍ଲେଖନୀୟ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପରିଶେଷରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ତେଜରାଜ ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିବା ସହ ବିଦ୍ୟାଳୟ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ସହଯୋଗ କରିଥିଲେ।।

(ରିପୋର୍ଟ ସଞ୍ଜିବ କୁମାର ଦାଶ)