March 12, 2026

ଆନନ୍ଦପୁର ବ୍ୟାରେଜ ରେ ଜିଲ୍ଲାପାଳ ଙ୍କ ସମୀକ୍ଷା

uiyiuy
Share

 

ଆନନ୍ଦପୁର  : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଜଳସମ୍ପଦ ବିଭାଗ ଅଧିନ ବ୍ୟାରେଜ ପ୍ରକଳ୍ପ ର ବୈତରଣୀ ବାମ ପାର୍ଶ୍ୱ କେନାଲ ର 28.5 କି. ମି ଲମ୍ଭ କୁ ଆସନ୍ତା 21 ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି. ତେଣୁ ବ୍ୟାରେଜ ର ଆନୁସଙ୍ଗିକ କାର୍ଯ୍ୟ ଗୁଡିକ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିତିରେ ସାରିବାକୁ ସିସି ଅବିନାଶ ରାଉଳ ନିର୍ଦେଶ ଦେଇଛନ୍ତି. ଆସନ୍ତା 21 ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ କୁ ଉଦ୍ଘାଟନ କରିବାକୁ ଥିବାରୁ ସୋମବାରଦିନ ଜିଲ୍ଲାପାଳ ଆଶିଷ କୁମାର ଠାକେର ବ୍ୟାରେଜ କୁ ଆସି କାମରେ ଅଗ୍ରଗତି କୁ ସମୀକ୍ଷା କରିଥିଲେ. ସେହିପରି ବାକି ରହିଥିବା କାର୍ଯ୍ୟ ଗୁଡିକ କିପରି 21 ତାରିଖ ସୁଦ୍ଧା ସରିବ ସେନେଇ ବ୍ୟାରେଜ ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ସ୍ନେହାଶିଷ ବେହେରା ଙ୍କ ସହିତ ଆଲୋଚନା କରିଥିଲେ. ଏହିସମୟରେ ପିଡି ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଆସିଷ୍ଟାଣ୍ଡ ଟୁ ସିସି କେ. ପ୍ରେମକୁମାର, ନିର୍ବାହୀ ଯନ୍ତ୍ରୀ ଅସିତ ମହାନ୍ତି, ସହକାରୀ ଯନ୍ତ୍ରୀ ତପନ କୁମାର ରାଉତ, ମଧୁସୂଦନ ଲୋହାର, ଘସିପୁରା ବ୍ଳକ ପ୍ରାକ୍ତନ ଅଧକ୍ଷ୍ୟ ଦେବାଶିଷ ପାତ୍ର, ଆନନ୍ଦପୁର ବ୍ଳକ ବିଡ଼ିଓ ଯୋଗରଞ୍ଜନ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।
(ସୋମେଶ ପରିଡ଼ା ଙ୍କ ରିପୋର୍ଟ ହାଟଡିହି ରୁ)