March 8, 2026

ଉମରକୋଟ ଠାରେ ଲୌହ ପୁରୁଷ ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ ୧୫୦ତମ ଜୟନ୍ତୀ ପାଳିତ……..

IMG-20251120-WA0063
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଲୌହ ପୁରୁଷ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ ତମ ଜୟନ୍ତୀ ପାଳନ ଅବସରରେ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଳୟ, ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ସହଯୋଗ ରେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ଆନୁକୂଲ୍ୟ ରେ ଅ।ଜି ଉମରକୋଟ ଠାରେ ଏକତା ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଟି ଉମରକୋଟ ବ୍ଲକ ବଡ ଭରଣ୍ଡି ଠାରେ ଥିବା ଭାରତୀୟ ସ୍ଵାଧୀନତା ସଂଗ୍ରାମୀ ବଗା ପୂଜାରୀ ଶହୀଦ ସ୍ତମ୍ଭ ରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଉମରକୋଟ ପୈାର ପରିଷଦ ଡିଏନକେ ମିନି ଷ୍ଟାଡିୟମ ଠାରେ ପହଞ୍ଚିଥିଲା । ଏହି ଏକତା ପଦଯାତ୍ରାରେ ମୁଖ୍ୟ ଅତିଥୁ ରୂପେ ଝରିଗାଁ ବିଧାୟକ ନରସିଂହ ଭତରା ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ। ସର୍ଦାର ପଟେଲ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା। ପରେ ଅମର ଶହୀଦ ବଗା ପୂଜାରୀ ଙ୍କ ଶହିଦ ସ୍ତମ୍ବ ରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଏହି ପଦ ଯାତ୍ରା ରେ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଜନ ପ୍ରତିନିଧ୍ଵ, ବିଭିନ୍ନ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ର ଛାତ୍ରୀ, ଜନସାଧାରଣ ସାମିଲ ହୋଇଥିଲେ। ୨୦୦ମିଟର ର ଜାତୀୟ ପତାକା ଧରି ସମସ୍ତେ ପଦଯାତ୍ରା ରେ ସାମିଲ ହୋଇଥିଲେ।