July 6, 2024

ବାଲିପଦରରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ଦୁଇ ଦିନିଆ

Share

ବାଲିପଦରରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ଦୁଇ ଦିନିଆ ସାହିତ୍ୟିକ ସମାବେଶ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଉଦ୍ ଯାପିତ ବୁଗୁଡ଼ା ତା-୨୦-୧୧/ ରିଖ ଓଡ଼ିଶାର ଭାଷା ଓଡ଼ିଆ, ଭାଷା ଭିତ୍ତିକ ରାଜ୍ଯ ଓଡ଼ିଶା ଦିନେ ସାହିତ୍ୟ କ୍ଷେତ୍ରରେ
ବିଶ୍ବବିଦିତ ହୋଇଥିବା ବେଳେ ସଂପ୍ରତି ଅବକ୍ଷୟ ଆଡକୁ ଗତି କରିବାରେ ଲାଗିଛି। ଯୁବ ସାହିତ୍ୟିକ ମାନେ ଓଡ଼ିଆ ଭାଷା ସାହିତ୍ୟକୁ ସୁରକ୍ଷା ଦେବାର ଏବେ ବେଳ ଆସିଛି ବୋଲି ଆଜି ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ରେ ଯୋଗଦେଇ ଥିବା ଅତିଥି ମାନେ ମତବ୍ୟକ୍ତ କରିଛନ୍ତି। ପ୍ରଥମ ଦିନର ଏହି କାର୍ଯ୍ୟକ୍ରମକୁ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପୋଲସରା ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଉଦ୍ ଘାଟନ କରଥିବା ବେଳେ ବରେଣ୍ୟ ଅତିଥି ଭାବେ ପୁର୍ବତ୍ତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା, ସରପଞ୍ଚ ରାଜଲକ୍ଷ୍ମୀ ପ୍ରଧାନ, ପ୍ରଫେସର ପ୍ରଫୁଲ ଚନ୍ଦ୍ର ମହାନ୍ତି (ହରିତସ୍)ବାଲିପଦର କଲେଜ ଅଧ୍ଯକ୍ଷ ଡକ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର ସଭପତି ବିପ୍ଳବୀ କବି ପ୍ରଶାନ୍ତ ମିଶ୍ର, ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ମାହାସଚିବ ଦଣ୍ଡପାଣି ମହାପାତ୍ର ଯୋଗଦେଇ ଥେଲେ,୨୦ ତାରିଖ ଦ୍ବିତୀୟ ଦିବସର ସମାବେଶରେ ମୁଖ୍ଯ ଅତିଥି ଭାବେ ବିଶିଷ୍ଠ ଅର୍ଥନୀତିଜ୍ଞ ତଥା ପୁର୍ବତନ ଅର୍ଥ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗଦେଇ ବାଲିପଦର ଆଞ୍ଚଳର କୃଷ୍ଣସାର ମୂ୍ୁଗ ମାନଙ୍କ ଅବାଧ୍ଯ ବିଚରଣ କୁ ଅଞ୍ଚଳ ବାସି ଯେଭଳି ସୁରକ୍ଷା ଦେଇ ଆସିଛନ୍ତି ତାର ଭୁୟସି ପ୍ରସଂଶା କରିଥିଲେ। ଅନ୍ୟତମ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ଇଞ୍ଜିନିୟର ଲକ୍ଷ୍ମୀ ପ୍ରସାଦ ନାୟକ, ଗବେଷକ ଶ୍ରୀରଙ୍ଗ ନାୟକ, ପ୍ରଫେସର କୈଳାଶ ବାଣ୍ଠ, ନମିତା ମିଶ୍ର, ସମିର କୁମାର ବେହରା, ସୌଦାମିନୀ ମିଶ୍ର, କବି ପ୍ରମୋଦ କୁମାର ପଣ୍ଡା, ମୋତିଲାଲ ପତି, କବି ଅନନ୍ତକର ପ୍ରମୁଖ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟକୁ ଗଞ୍ଜାମର ଅବଦାନ ସମ୍ପର୍କରେ ବକ୍ତବ୍ଯ ରଖିଥିଲେ। କବି ଗୌରିପତି ଦାସ ଓ ଜୋତ୍ସ୍ନା ରାଣି ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ କବି ଗୌରୀ ଶଙ୍କର ମିଶ୍ର, ବୈଷ୍ଣବ ଚରଣ ଦାସ, ଡ. ବ୍ରଜ କିଶୋର ପାଢ଼ୀ, ପଞ୍ଚାନନ ନାହାକ, ନେତାଜୀ ବିଷୋୟୀ, ସୁରେଶ ଚନ୍ଦ୍ର ପାଢ଼ୀ, ରଘୁନାଥ ସାହୁ, ବିଶ୍ବନାଥ ରଣା, ଇଂ.ବିପ୍ର ଚରଣ ପାତ୍ର, ଶ୍ରୀନିବାସ ପଣ୍ଡା, ଲକ୍ଷ୍ମୀନାରାୟଣ ପଟ୍ଟନାୟକ,ଏ.ସର୍ଭିସ୍ ଆଚାରୀ,ଇ.ନୀଳାଞ୍ଚଳ ପାତ୍ର ପ୍ରମୁଖ ପଚା ସରୁ ଉର୍ଦ୍ଧ୍ବ କବି କବିତା ପାଠ କରିଥିଲେ।ଏହି ଅବସରରେ ବିଶିଷ୍ଠ ସମାଜ ସେବୀ ଡାକ୍ତର ଦୟାନିଧି ରାଉତ, ଡ. ବି.ପ୍ରକାଶ ଚନ୍ଦ୍ର ପାତ୍ର, ନମିତା ମିଶ୍ର, ଇଂ. ଲକ୍ଷ୍ମୀ ପ୍ରସାଦ ନାୟକ, ସମିର କୁମାର ବେହରା ଧରଣି ଧର ପଣ୍ଡା ହରପ୍ରିୟା ବିଷୋୟୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା। ବାଲିପଦର କଲେଜର ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଂଗୀତ ପରିବେଷଣ କରା ଯାଇ ଥିବାବେଳେ ଦଣ୍ଡ ପାଣି ମହାପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ।
—–*—–

You may have missed