July 6, 2024

ଉଃପାରଳାଖେମୁଣ୍ଡି ଠାରେ ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

Share

ଉଃପାରଳାଖେମୁଣ୍ଡି ଠାରେ ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

 

ପାରଳାଖେମୁଣ୍ଡି:୨୦ /୧୧/(ଗରୁଡ଼ ଧ୍ଵଜ ଚୌଧୁରୀ)ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ପୁର୍ଣ୍ଣଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନଗର ଭବନଠାରେ ଅନୁଷ୍ଠିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଉଦଘାଟକ ଭାବେ ଦେବୀ ମଠର ମହନ୍ତ ସନ୍ଥ ଶ୍ରୀ ରାମାନନ୍ଦ ଦାସଜୀ ଯୋଗ ଦେଇଥିଲେ I ବିଦ୍ୟାଳୟର ବାର୍ଷିକ ବିବରଣୀ ପରିଚାଳନା ସମ୍ପାଦିକା ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଉପସ୍ଥାପନ କରିଥିଲେ I ମୁଖ୍ୟ ଅତିଥି ରୂପେ ଶ୍ରୀମତୀ ନିର୍ମଳା ସେଠୀ, ପୌରାଧ୍ୟକ୍ଷ୍ୟା , ସମ୍ମାନିତ ଅତିଥି ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ ,ଜିଲ୍ଲା ସଂସ୍କୃତି ଅଧିକାରୀ , ଅନୁଷ୍ଠାନର ସଭାପତି ଶ୍ରୀ ବସନ୍ତ ଦାଶ, କାର୍ଯ୍ୟକାରୀ ସଭାପତି ଶ୍ରୀ ତୀର୍ଥବାସୀ ପଣ୍ଡା ,ଉପ ସଭାପତି ଶ୍ରୀ ପ୍ରଦୀପ ନାୟକ , ସଙ୍ଗୀତ ବିଦ୍ୟାଳୟର ଅଧ୍ୟକ୍ଷ ପଣ୍ଡିତ ରଘୁନାଥ ପାତ୍ର , ଅଧ୍ୟାପକ ଶ୍ରୀ ମାଧବ ପାତ୍ର ମଞ୍ଚାସୀନ ହୋଇଥିଲେ I ମହନ୍ତ ରାମାନନ୍ଦ ଦାସ ନିଜ ଆଶୀର୍ବାଦରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ନିରବଚ୍ଛିନ୍ନ ଓ ଆଗ୍ରହର ସହ ସଙ୍ଗୀତକୁ ଅଭ୍ୟାସ କରିବା ନିମନ୍ତେ ଉପଦେଶ ଦେବା ସହ ଅଭିଭାବକମାନେ ମଧ୍ୟ ଏଥିରେ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ I ଅତିଥି ମାନେ ନିଜ ନିଜ ବକ୍ତବ୍ୟରେ ଉପାନ୍ତ ଅଞ୍ଚଳରେ ଓଡିଶୀ ସଙ୍ଗୀତର ପ୍ରଚାର ଓ ପ୍ରସାର ଜାରି ରଖିଥିବାରୁ ସାଧୁବାଦ ଜଣାଇଥିଲେ I ଏହି ଅବସରରେ ଯୁବ ନାଟ୍ୟକାର ତଥା ସାମ୍ବାଦିକ ଶ୍ରୀ ଆଦର୍ଶ ଦାସ ଓ ପ୍ରଖ୍ୟାତ ମର୍ଦଳ ବାଦକ ଶ୍ରୀ ସୀତାକାନ୍ତ ଜେନା (ଭୂବନେଶ୍ୱର)ଙ୍କୁ ଅନୁଷ୍ଠାନ ପକ୍ଷରୁ ସେମାନଙ୍କର କୃତିତ୍ଵ ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା I ବିଦ୍ୟାଳୟର ଗୁରୁ ଶ୍ରୀ ରଘୁନାଥ ପାତ୍ର, ଏମ ମାଧବ ପାତ୍ର,ଆକାଂକ୍ଷା ପାଟ୍ଟୋଜୋଷୀ, ସ୍ପନ୍ଦନା ପଣ୍ଡା, ଅମୃତା ପୁରୋହିତ ଓ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀମାନେ ଓଡିଶୀ, ଛାନ୍ଦ,ଚମ୍ପୁଓ ଭଜନ ପରିବେଷଣ କରିଥିଲେ Iସମସ୍ତ କାର୍ଯ୍ୟକ୍ରମକୁ ସରୋଜ କୁମାର ପଣ୍ଡା , ଗିରୀଶ ଚନ୍ଦ୍ର ରଥ, ଗୋପାଳ କୃଷ୍ଣ ପଟ୍ଟନାୟକ, ବିଜୟ ପ୍ରଧାନ ଓ ସମସ୍ତ ଅଭିଭାବକମାନେ ପରିଚାଳନା କରିଥିଲେ I ଶେଷରେ ରାଜେନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେI

You may have missed