October 5, 2024

ରାୟଗଡ଼ ବ୍ଲକର ଓ.ଏଲ.ଏମ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ନେଇ ଓଡ଼ିଶା ଜୀବିକା ମିଶନ ଭୁବନେଶ୍ୱରରୁ ଚାରିଜଣିଆ ଟିମ୍ ଦୁଇଦିନିଆ ଗସ୍ତରେ ଆସି ତଦନ୍ତ କରି ଫେରିଛନ୍ତି।

Share

ରାୟଗଡ଼ ବ୍ଲକର ଓ.ଏଲ.ଏମ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ନେଇ ଓଡ଼ିଶା ଜୀବିକା ମିଶନ ଭୁବନେଶ୍ୱରରୁ ଚାରିଜଣିଆ ଟିମ୍ ଦୁଇଦିନିଆ ଗସ୍ତରେ ଆସି ତଦନ୍ତ କରି ଫେରିଛନ୍ତି।

 

ପାରଳାଖେମୁଣ୍ଡି:୨୦/୧୧(ଗରୁଡ଼ ଧ୍ଵଜ ଚୌଧୁରୀ)

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଓ.ଏଲ.ଏମ ବିଭାଗରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ପରେ ଓଡ଼ିଶା ଜୀବିକା ମିଶନ ଅଫିସ ଭୁବନେଶ୍ୱରରୁ ଚାରି ଜଣିଆ ଟିମ୍ ଦୁଇଦିନିଆ ରାୟଗଡ଼ ଗସ୍ତରେ ଆସି ତିନି ଗୋଟି ପଞ୍ଚାୟତ ଯଥା ଜିରାଙ୍ଗ, କରଡାସିଙ୍ଗି, କେରାଣ୍ଡି ପଞ୍ଚାୟତରେ ତଦନ୍ତ କରି ଫେରିଥିବା ଜଣାପଡ଼ିଛି ରାଜ୍ୟ ସରକାର ମହିଳା ମାନଙ୍କୁ ସ୍ୱାବଲମ୍ୱି କରିବା ପାଇଁ ଓଡ଼ିଶା ଜୀବିକା ମିଶନ ଜରିଆରେ ବିଭିନ୍ନ ଯୋଜନା ମାଧ୍ୟମରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଅନୁଦାନ ଦେଉଥିବା ବେଳେ ରାୟଗଡ଼ ବ୍ଲକରେ ଏହାର ସଠିକ୍ ରୂପେ କାର୍ଯ୍ୟକାରୀ ନ ହୋଇ ଏହାର ବ୍ୟତିକ୍ରମ ହୋଇ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇଥିଲା । ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲା ରାୟଗଡ଼ ବ୍ଳକରେ ଗ୍ରାମୀଣ ଆଦିବାସୀ ମହିଳା ମାନଙ୍କର ସରଳତାର ସୁଯୋଗ ନେଇ ବ୍ଳକର ଓ.ଏଲ.ଏମ୍ ବିଭାଗର ବ୍ଲକ୍ ପ୍ରୋଗ୍ରାମ ମ୍ୟାନେଜର ତଥା ବି.ପି.ଏମ ଲତିକା ଦେବୀ ସେମାନଙ୍କୁ ସରକାରୀ ଯୋଜନାର ସମସ୍ତ କାର୍ଯ୍ୟ ବୁଝାଇବା ପରିବର୍ତ୍ତେ ସରକାରି ଅର୍ଥ ଆତ୍ମସାତ୍ କରିଥିବା ଅଭିଯୋଗ ଓ ପଞ୍ଚାୟତ ମାନଙ୍କରେ ମହାସଂଘ ଗଠନ ହୋଈ ବର୍ଷବର୍ଷ ବିତିଯାଥିଲେ ମଧ୍ଯ ପରିଚାଳନାର ନିୟମ ସମ୍ପର୍କରେ ସଂଘର ସଭାପତି ,ସମ୍ପାଦକ ଓ ମାଁ ମାନଙ୍କୁ ନ ଜଣାଇବା ଓ ଲାଞ୍ଚ ନ ଦେଲେ ସି.ଆର୍.ପି ଚାକିରିରୁ ବାହାର କରି ଦେବା ଓ କିଛି ଏମ.ବି.କେ ମାନଙ୍କ ଦ୍ଵାରା ଡମ୍ୱାଳ , ଅମେଡା, କେରାଣ୍ଡି, ଆଦି ପଞ୍ଚାୟତର ମହାସଂଘ କୁ ଆସିଥିବା ଲକ୍ଷାଧିକ ଅର୍ଥକୁ କରଡାସିଂ ପଞ୍ଚାୟତର କୃଷୀମିତ୍ରଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଏବଂ ଏଙ୍ଗାରସିଂ, ଲୋବା ଓ ଗଙ୍ଗାବାଡ ପଞ୍ଚାୟତର ମହାସଂଘର ଜି.ପି.ଏଲ୍.ଏଫ୍ ଫଣ୍ଡରୁ ଜିରାଙ୍ଗ ଗ୍ରାମର ଛେଳି ବ୍ୟବସାୟ କରୁ ନ ଥିବା ବ୍ୟକ୍ତି ବା ଜଣେ ଲୁଗା ବ୍ୟବସାୟୀ ଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ପଠାଇ ଥିବା ଅଭିଯୋଗ ହୋଇଥିଲା । ଏହି ପ୍ରକାର ଅଭିଯୋଗ ପରେ ବିଭିନ୍ନ ସମ୍ବାଦପତ୍ରରେ ନିଉଜ୍ ପ୍ରକାଶ ପାଇଥିଲା। ଏହି ପ୍ରକାର ଅଭିଯୋଗ ପରେ ଏବେ ଓଡିଶା ଜୀବିକା ମିଶନ ବିଭାଗ ତରଫରୁ ଭୁବନେଶ୍ୱର ଠାରୁ ଚାରି ଜଣୀୟା ଟିମ୍ ଯଥା ଦେବୀ ପ୍ରସାଦ ନାୟକ, ବିଷ୍ଣୁ ମିଶ୍ର, ଭାନୁ ପ୍ରତାପ ଓ ସରୋଜିନୀ ବେହେରା ପ୍ରମୁଖ ଗଜପତି ଜିଲ୍ଲା ରାୟଗଡ଼ର ଜିରାଙ୍ଗ, କରଡାସିଙ୍ଗି, କେରାଣ୍ଡି ଆଦି ପଞ୍ଚାୟତକୁ ଯାଇ ସେଠାକାର ଜି.ପି.ଏଲ୍.ଏଫ୍ ମହାସଂଘ ର ସଭାପତି, ସଂପାଦକ ଓ ସି.ଆର.ପି, ଇ.ସି, ଓ ଗ୍ରୁପ ମାଁ ମାନଙ୍କୁ ସମସ୍ତ ଅଭିଯୋଗ ଉପରେ ବିଶୃତ ଆଲୋଚନା କରି ଫେରିଥିବା ଜଣାପଡ଼ିଛି। ବର୍ତମାନ ଦୁର୍ନୀତି ଅଭିଯୋଗ ଥିବା କର୍ମଚାରୀଙ୍କୁ କି ପଦକ୍ଷେପ ଗ୍ରହଣ କରାଯିବ ଓ ଅଭିଯୋଗ କରିଥିବା ମହିଳା ମାନଙ୍କୁ କେବେ ନ୍ୟାୟ ମେଳିବ ତାହା ଦେଖିବାକୁ ବାକି ରହିଲା।