October 5, 2024

ଧୁମ୍ ଧାମରେ ମାଁ କାଳୀ ଙ୍କ ପୂଜା ଆଳ ରେ “ମଦ ଓ ଜୁଆର ମୁକ୍ତ ଆସର

Share

ଧୁମ୍ ଧାମରେ ମାଁ କାଳୀ ଙ୍କ ପୂଜା ଆଳ ରେ “ମଦ ଓ ଜୁଆର ମୁକ୍ତ ଆସର
(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ନବରଙ୍ଗପୁର ଜିଲ୍ଲା ଉମରକୋଟ ମୁନିସିପାଲଟି ଅନ୍ତର୍ଗତ ୱାର୍ଡ ନ°-୧୧ (ୟୁ.ଭି-୫୨)ର କାଳୀ ପୂଜା ଅବିଭକ୍ତ କୋରାପୁଟ ଜିଲ୍ଲାରେ ଚର୍ଚ୍ଚିତ l ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମହା ଆଡ଼ମ୍ବରରେ ଆଗେଇ ଚାଲିଛି ମାଁଙ୍କ ପୂଜା l ଏହି ଅବସରରେ କାଳୀପୂଜା ଦେଖିବା ପାଇଁ ରାଜନେତା ଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ସୁଅ ଛୁଟୁଥିବାର ନେତା ଓ ପ୍ରଶାସନିକ ଅଧିକାରୀଙ୍କ ସ୍ବାଗତ ପାଇଁ ପୂଜା କମିଟି ଜୋରସୋରରେ ଲାଗି ପଡ଼ିଥିବା ବେଳେ ସ୍ଥାନୀୟ ପ୍ରଶାସନ ବି ଲାଗିଯାଇଥିଲା ଟ୍ରାଫିକ ବ୍ୟବସ୍ଥା ନିୟନ୍ତ୍ରଣ କରିବାରେ l ପୂଜାମଣ୍ଡପ ର ଅତି ନିକଟରେ ହେଉଥିବା ଅନେକ ଅନୈତିକ କାର୍ଯ୍ୟକଳାପ ଯେମିତିକି ଖୁଡୁଖୁଡି (ଜୁଆ), ବେଆଇନ ମଦକାରବାର, ତାସ ଖେଳ ଭଳି ଅନେକ କିଛି ଚାଲିଛି l କିଛି ଲୋକ ନିଜ ନାମ ଗୋପନ ରଖି କହିଥିଲେ ଯେ ଏହି ଅନୈତିକ କାରବାର ଦ୍ୱାରା ପ୍ରାପ୍ତ ଅର୍ଥର ଭାଗିଦାରୀ ଅନେକ ଅଛନ୍ତି l ଜିଲ୍ଲାଟି ଚାଷ ବହୁଳ ହୋଇଥିବାବେଳେ ଏବେ ଚାଷୀ ନିଜର ଫସଲ ବିକି ଟଙ୍କା ଆଣି ମେଳା ବୁଲିବାକୁ ଆସି ଫସିଯାଉଛନ୍ତି ଏହି ଟଙ୍କା ଲୋଭି ରାକ୍ଷସ ମାନଙ୍କ କବଳରେ l ମୁଣ୍ଡଝାଳ ତୁଣ୍ଡରେ ମାରି ରେ ଆଣିଥିବା ସମସ୍ତ ଟଙ୍କା ଖୁଡୁଖୁଡ଼ି(ଜୁଆ)ଖେଳରେ ହାରିଯିବା ପରେ ପେଟେ ମଦ ପିଇ ଘରକୁ ଫେରି ପରିବାର ସହ ଝଗଡ଼ା କରିବା ସହ ହତ୍ୟା ବା ମାରପିଟ୍ ଭଳି ଘଟଣା ଏ ଅଞ୍ଚଳ ପାଇଁ କିଛି ନୂଆ କଥା ନୁହେଁ l ଏ ସବୁ ଅନୈତିକ କାର୍ଯ୍ୟକଳାପ ଗୁଡିକୁ ଦେଖିବାକୁ ପ୍ରଶାସନ ପାଖରେ ସମୟ ନାହିଁ ନା ଦେଖିକି ଅଣଦେଖା କରୁଛି ତାହା ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି l ନବରଙ୍ଗପୁରରେ ନୂତନ ଭାବେ ଯୋଗଦେଇଥିବା ଏସପି ରୋହିତ ବର୍ମା ଏ ବିଷୟକୁ ଗମ୍ଭୀରତାର ସହ ବିଚାର କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ଜୋର୍ ଧରିଛି l