October 5, 2024

ଗଜପତି:- ପୀଠ ପରିଷଦ ଆଦିତ୍ୟ ଓ ଆନନ୍ଦ ବାହିନୀ ପକ୍ଷ’ରୁ ଗୋଷ୍ଠାଷ୍ଟମୀ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ।

Share

ଗଜପତି:- ପୀଠ ପରିଷଦ ଆଦିତ୍ୟ ଓ ଆନନ୍ଦ ବାହିନୀ ପକ୍ଷ’ରୁ ଗୋଷ୍ଠାଷ୍ଟମୀ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ।
———————————————-
ପାରଳାଖେମୁଣ୍ଡି ସ୍ଥିତ ରାଜଗୁରୁ ସାହି ଛକ ନିକଟସ୍ଥ ଶ୍ରୀ ରଘୁନାଥ ମନ୍ଦିର ପରିସର’ରେ ଥିବା ଗଜପତି ଜିଲ୍ଲା ଶାଖା ପୀଠ ପରିଷଦ – “ଆଦିତ୍ୟ ଓ ଆନନ୍ଦ ବାହିନୀ” ପକ୍ଷ’ରୁ “ଗୋଷ୍ଠାଷ୍ଟମୀ ମହୋତ୍ସବ ପାଳିତ ହୋଇଯାଇଛି ।
ଆଜି କାର୍ତ୍ତିକ ଶୁକ୍ଳପକ୍ଷ ଅଷ୍ଟମ ତିଥି ଦିନରେ ଗୋଷ୍ଠାଷ୍ଟମୀ ମହୋତ୍ସବ ପାଳନ ଅବସର’ରେ ସକାଳ ୮ ଘଣ୍ଟା ସମୟ’ରେ ଗୋ-ପୂଜନ କାର୍ଯ୍ୟକ୍ରମ ପାରମ୍ପରିକ ରୀତି-ନୀତି ପ୍ରକାରେ ଅନୁଷ୍ଠିତ ହୋଇଥିଲା। । ଗୋ-ପୁଜନ’ର ସମସ୍ତ କାର୍ଯ୍ୟକ୍ରମ ଯଥା:- ଗୋ-ମାତା’ଙ୍କ ଗୋଡ଼-ଧୁଆ , ମଥାରେ ହଳଦୀ ଚନ୍ଦନ ସିନ୍ଦୂର ଲେପ , ଫୁଲମାଳ ଓ ଉପଢୌକନ ପିନ୍ଧା , ଖାଇବାକୁ କଦଳୀ ଓ ଘାସ ଦେବା ଏବଂ ଆଳତି ପ୍ରଭୃତି ସମସ୍ତ କାର୍ଯ୍ୟକ୍ରମ ପୀଠ ପରିଷଦ ପୁରୋହିତ ତଥା ପୂଜକ ଶ୍ରୀ ଜଗନ୍ନାଥ ରଥ’ଙ୍କ ଦ୍ଵାରା ସମ୍ପନ୍ନ ହୋଇଥିଲା। ।
ଏହି କାର୍ଯ୍ୟକ୍ରମ’ରେ ଇଂ ନୃସିଂହ ରଥ , ରମେଶ ପାଣିଗ୍ରାହୀ , ନୃସିଂହ ଚରଣ ମିଶ୍ର , କୈଳାଶ ପଟନାୟକ , ନୃସିଂହ ପଟନାୟକ ପ୍ରମୁଖ ଯୋଗ ଦେଇ ଗୋ-ମାତା ମାନବ ଜାତି ପାଇଁ ଭଗବାନ’ଙ୍କ ଅପୂର୍ବ ଦାନ । ଗୋ-ମାତା’ଙ୍କ ସେବା ଦ୍ଵାରା ବିଶ୍ଵ ବାସୀ’ଙ୍କ ମଙ୍ଗଳ ହେବା ସହ ମାନବର ବୌଦ୍ଧିକ ଚେତନା’ର ଉନ୍ନତି ସାଧନ ହୋଇଥାଏ । ଗୋ-ସୁରକ୍ଷା , ଗୋ-ସେବା , ଗୋ-ବଂଶ’ର ବିକାଶ ଏବଂ ସର୍ବୋପରି ଗୋ-ଭକ୍ତି’ର ମାହାତ୍ମ୍ୟ ପ୍ରଭୃତି ଏହି ମହୋତ୍ସବ’ର ପରମ ଆଭିମୁଖ୍ୟ ବୋଲି କୁହାଯାଇଛି ।
ଏହି ଅବସର’ରେ ଗୋ-ମାତା ଓ ଶ୍ରୀ ରାଧାକୃଷ୍ଣ’ଙ୍କ ନଗର ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ସହର’ର ବିଭିନ୍ନ ସାହିବସ୍ତି ପରିକ୍ରମା କରିଥିଲେ ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————-