October 5, 2024

ସକାଳର ଖବର, ୨୦-ନଭେମ୍ବର-୨୦୨୩, ସୋମବାର

Share

*╭─────────────────────╮*
*🌄ସକାଳର ଖବର, ୨୦-ନଭେମ୍ବର-୨୦୨୩, ସୋମବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-ଓଡ଼ିଶାକୁ ମିଳିଲା ଆଉ ଏକ ଅନ୍ତର୍ଜାତୀୟ ସ୍ୱୀକୃତି : ୨ ଜଳସେଚନ ପ୍ରକଳ୍ପକୁ ମିଳିଲା ବିଶ୍ୱ ଐତିହ୍ୟ ଜଳସେଚନ ପ୍ରକଳ୍ପ ସମ୍ମାନ l

➡️୨-ଆଜିଠାରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ l କରିବେ ମୟୂରଭଞ୍ଜ କୁଳିଅଣାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ଉଦଘାଟନ l

➡️୩-ଆଜି ଜାରି ହେବ ସର୍ବଭାରତୀୟ ଆଇନ ପ୍ରବେଶିକା ପରୀକ୍ଷା ଲାଗି ଆଡମିଟ୍ କାର୍ଡ l ଅଫିସିଆଲ ୱେବସାଇଟ୍ nationallawuniversitydelhi.in ରୁ ନିଜର କଲ୍ ଲେଟର ଡାଉନଲୋଡ୍ କରିପାରିବେ ।

➡️୪-ପଶ୍ଚିମ-ଝଡ ଏବଂ ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରବାହ ପ୍ରଭାବରେ ଆସନ୍ତା ୨ ଦିନ ଭିତରେ ପୁଣି ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା l

➡️୫-ନୂଆ ବର୍ଷରେ ରାଜ୍ୟକୁ ମିଳିବ ନୂଆ ପୁଲିସ ମହାନିର୍ଦ୍ଦେଶକ । ସୁନୀଲ ବଂଶଲଙ୍କୁ ଅବସର ନେବାକୁ ମିଳିଲା ଅନୁମତି l

➡️୬-ଆଜି ଉପବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ ।

➡️୭-ବିଶିଷ୍ଟ ହୃଦ୍ ରୋଗ ବିଶେଷଜ୍ଞ ଜେ.ପି. ଦାସଙ୍କ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ହେଲା ଦେହାନ୍ତ l ମୃତ୍ୟୁ ବେଳକୁ ତାଙ୍କୁ ୯୦ବର୍ଷ ହୋଇଥିଲା ।

➡️୮-ଆଗ୍ରା-ଲକ୍ଷ୍ନୌ ଇଣ୍ଟରସିଟି ଏକ୍ସପ୍ରେସରୁ ଧୂଆଁ, ଜୀବନ ବିକଳରେ ଦୌଡିଲେ ଯାତ୍ରୀ, ଭାଙ୍ଗିଲେ ଟ୍ରେନ୍‌ ଝରକା l

➡️୯-ଦୀର୍ଘ ୮ ବର୍ଷ ପରେ ପୁଣି ଏକାଠି ସ୍କ୍ରିନ୍‌ ସେୟାର କରିବେ କଙ୍ଗନା-ଆର ମାଧବନ୍‌ l ଫିଲ୍ମ ‘ଥଲାଇଭି’ର ନିର୍ଦ୍ଦେଶକ ଏ ଏଲ୍ ବିଜୟ ଏହାର ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିଛନ୍ତି ।

➡️୧୦-ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଗଡଭୀଙ୍କ 56 ବର୍ଷ ବୟସରେ ହେଲା ପରଲୋକ l ‘ଧୁମ୍’ ଏବଂ ‘ଧୁମ୍ ୨’ର ନିର୍ଦ୍ଦେଶନା ପାଇଁ ବେଶ୍ ଜଣାଶୁଣା ଥିଲେ ସଞ୍ଜୟ।

➡️୧୧-୨୦୨୩ ବ୍ରହ୍ମାଣ୍ଡ ସୁନ୍ଦରୀ ଭାବେ ଟାଇଟଲ ହାସଲ କଲେ ନିକାରାଗୁଆର ଶେନିସ l ବ୍ରହ୍ମାଣ୍ଡ ସୁନ୍ଦରୀ ଆଖ୍ୟା ଅର୍ଜନ କରିବାରେ ଶେନିସ ହେଲେ ପ୍ରଥମ ନିକାରାଗୁଆ ମହିଳା ।

➡️୧୨-ଓଟିଟିରେ ସବୁ ରେକର୍ଡ ଭାଙ୍ଗିଲା ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ l ମ୍ୟାଚ ଆରମ୍ଭ ହେବାର ମାତ୍ର ୧୫ ମିନିଟ ମଧ୍ୟରେ ୫.୩ କୋଟି ଦର୍ଶକ ଲାଇଭରେ ଯୋଗ ଦେଇଥିଲେ।

➡️୧୩-ପ୍ରଥମ ଥର ପାଇଁ ୪ ଟ୍ରିଲିୟନ୍ ଡଲାର ଅତିକ୍ରମ କଲା ଭାରତୀୟ ଅର୍ଥନୀତି, ଖୁବଶୀଘ୍ର ଜାପାନ ଏବଂ ଜର୍ମାନୀକୁ ପକାଇବ ପଛରେ l

➡️୧୪-ଉତ୍ତରକାଶୀରେ ଟନେଲ ଭିତରେ ଶ୍ରମିକ ଫସିବା ଘଟଣା, ପାହାଡ଼ ଉପରୁ ହେଲା ଡ୍ରିଲିଂ ଆରମ୍ଭ l ଶ୍ରମିକଙ୍କୁ ଉଦ୍ଧାର ଲାଗି ୪ଟି ସ୍ଥାନରେ ଖୋଳାଯିବ । ଉପର ପଟୁ ୧୨୦ ମିଟର ଉଚ୍ଚରୁ ଚାଲିଛି ରେସକ୍ୟୁ ଅପରେସନ ।

➡️୧୫-ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ମନ୍ତ୍ରୀସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଏହି ବୈଠକରେ ପ୍ରତିରକ୍ଷା ସହ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା ।

➡️୧୬-ଭାରତ ଆସୁଥିବା ମାଲବାହୀ ଜାହାଜକୁ ଲାଲ ସାଗରରେ ହେଲା ହାଇଜ୍ୟାକ, ୟେମେନର ଆତଙ୍କୀ ଘଟାଇଥିବା ହେଲା ଦାବି l

➡️୧୭-ଗାଜା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମାନବୀୟ ସହାୟତା ପଠାଇଲା ଭାରତ, ବିଦେଶ ମନ୍ତ୍ରୀ କହିଲେ-‘ଜାରି ରହିବ ସହାୟତା’ l

➡️୧୮-ଅଧୁରା ରହିଗଲା ଭାରତର ୩ୟ ଦିନିକିଆ ବିଶ୍ବକପ୍‌ ଜିତିବା ଆଶା । ୧୪୦ କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ବିଶ୍ୱକପ୍ ଜିତିଲା ଅଷ୍ଟ୍ରେଲିଆ, ରୋହିତ କହିଲେ- ବାହାନା କରିବୁନି, ଆମେ ଭଲ ଖେଳି ନାହୁଁ l ସେପଟେ ଷଷ୍ଠ ଥର ପାଇଁ ବିଶ୍ବ ଚାମ୍ପିୟନ୍‌ ହେଲା ଅଷ୍ଟ୍ରେଲିଆ ଟିମ୍ l

➡️୧୯-ବିଶ୍ଵକପ ୨୦୨୩ରେ ତୃତୀୟ ଥର ପାଇଁ ପ୍ଲେୟାର ଅଫ୍ ଦି ସିରିଜ ଭାବରେ ବିବେଚିତ ହେଲେ ବିରାଟ କୋହଲି l

➡️୨୦-ବିଶ୍ୱକପ ପରାଜୟ ପରେ କାନ୍ଦିଲେ ରୋହିତ: ଶେଷ ବିଶ୍ୱକପରୁ ଖାଲିହାତରେ ଫେରିଲେ ଅଧିନାୟକ l