October 5, 2024

ଗାଆଁ ଦାଣ୍ଡ ମଝିରେ ବିଦ୍ୟୁତ୍ ଟ୍ରାନ୍ସଫରମର୍ ; ମରୁଛନ୍ତି କାଉ,ମାଙ୍କଡ଼ ; ଗ୍ରାମବାସୀଙ୍କ ପାଇଁ ବିପଦ

Share

ଗାଆଁ ଦାଣ୍ଡ ମଝିରେ ବିଦ୍ୟୁତ୍ ଟ୍ରାନ୍ସଫରମର୍ ; ମରୁଛନ୍ତି କାଉ,ମାଙ୍କଡ଼ ; ଗ୍ରାମବାସୀଙ୍କ ପାଇଁ ବିପଦ

20/11, ଗାଆଁ ଦାଣ୍ଡ ମଝିରେ ରହିଛି ବିପଦଜ୍ଜନକ ବିଦ୍ୟୁତ୍ ଟ୍ରାନ୍ସଫରମର୍ I ଏହି ଟ୍ରାନ୍ସଫରମର୍ ଯୋଗୁଁ ବିଦ୍ୟୁତ୍ ଆଘାତର ଶିକାର ହୋଇ ଗାଆଁ ଦାଣ୍ଡରେ ଟଳି ପଡ଼ୁଛନ୍ତି କାଉ ଏବଂ ମାଙ୍କଡ଼ I ଏହା ସହିତ ଏହି ବିଦ୍ୟୁତ୍ ଟ୍ରାନ୍ସଫରମର୍ ଯୋଗୁଁ କେତେବେଳେ ଯେ କେଉଁ ପ୍ରକାର ଦୁର୍ଘଟଣା ଟାଣି ଆଣିବ କହି ହେବ ନାହିଁ I ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଆସିକା ବ୍ଳକ୍ ଅନ୍ତର୍ଗତ ମୁନିଗାଡ଼ି ପଂଚାୟତର ମାଳତୀ ଗ୍ରାମରେ I ଗ୍ରାମରେ ଶତାଧିକ ପରିବାର ବାସ କରୁଥିବା ଗ୍ରାମରେ ବିଦ୍ୟୁତ୍ ଯୋଗାଣ ପାଇଁ ଗାଆଁ ଦାଣ୍ଡ ମଝିରେ ଏକ ମଣ୍ଡପ ସମ୍ମୁଖରେ ରହିଛି ବିଦ୍ୟୁତ୍ ଟ୍ରାନ୍ସଫରମର୍ I ଏହି ଟ୍ରାନ୍ସଫରମର୍ ଟି ଗାଆଁ ଦାଣ୍ଡରେ ଯମ ଦୂତ ଭଳି ଛିଡ଼ା ହୋଇଛି I ବିଦ୍ୟୁତ୍ ଟ୍ରାନ୍ସଫରମର୍ ଯୋଗୁଁ ଗାଁ ଦାଣ୍ଡରେ ଛୋଟ ପିଲାମାନେ ଖେଳିବାକୁ ଭୟ କରୁଛନ୍ତି I ପ୍ରତିଦିନ କିଛି କାଉ ଏବଂ ମାଙ୍କଡ଼ ଏହି ବିଦ୍ୟୁତ୍ ଟ୍ରାନ୍ସଫରମର୍ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରୁ୍ଥିବା ବେଳେ ଏହି ଦୃଶ୍ୟ ଗ୍ରାମବାସୀଙ୍କ ମନରେ ଅଜଣା ଭୟ ସୃଷ୍ଟି କରୁଛି I ଗାଆଁ ମଣ୍ଡପ ନିକଟରେ ନାନା ପୂଜା, ପର୍ବ ପର୍ବାଣି,ସଭା ହେବା ସହିତ ଦାଣ୍ଡରେ ସବୁବେଳେ ଗ୍ରାମବାସୀଙ୍କ ଗହଳି ଲାଗିଥାଏ I ଛୋଟଛୋଟ ଛୁଆ ମାନେ ବିଦ୍ୟାଳୟରୁ ଫେରିଲେ ଏହି ମଣ୍ଡପ ନିକଟରେ ବିଭିନ୍ନ ଖେଳ ଜମାଇଥାନ୍ତି I କିନ୍ତୁ ଗାଆଁ ମଝିରେ ଥିବା ବିଦ୍ୟୁତ୍
ଟ୍ରାନ୍ସଫରମର୍ ଟି ଯଦି ଏଠାରୁ ନ ଉଠାଯାଏ ତେବେ ଏହା ନିଶ୍ଚୟ ଗ୍ରାମବାସୀଙ୍କ ଜୀବନ ପାଇଁ ଦିନେ ନା ଦିନେ ବିପଦର କାରଣ ସାଜିବ I ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଟାଟା ପାୱାର୍ ର କର୍ମଚାରୀ କେବଳ ଜୁଲମ୍ କରି ବିଦ୍ୟୁତ୍ ବିଲ୍ ଆଦାୟ କରିବାର ଜାଣିଛନ୍ତି, କିନ୍ତୁ ଲୋକଙ୍କ ସମସ୍ୟା ପ୍ରତି ଆଖି ବୁଜି ଦେଇଛନ୍ତି I ଟ୍ରାନ୍ସଫରମର୍ ସ୍ଥାପନ ପାଇଁ ଟାଟା ପାୱାର୍ ପକ୍ଷରୁ ସ୍ଥାୟୀ ଏବଂ ସୁରକ୍ଷିତ ପିଣ୍ଡି କରାଯାଉଥିବା ବେଳେ ମାଳତୀ ଗ୍ରାମ ପ୍ରତି କିନ୍ତୁ ବିଦ୍ୟୁତ୍ ବିଭାଗ ଆଖି ବୁଜି ଦେଇଛନ୍ତି I ଏନେଇ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ୍ ବିଭାଗୀୟ କାର୍ଯ୍ୟାଳୟକୁ ଦୌଡ଼ିବା ସହିତ ବିଭାଗୀୟ ଅଧିକାରୀଙ୍କୁ ଗୁହାରି କରି କରି ଥକ୍କି ଗଲେଣି , ତଥାପି ଫଳ ଶୂନ I ତେଣୁ ଖୁବ୍ ଶୀଘ୍ର ଯଦି ବିଭାଗ ପକ୍ଷରୁ ଗାଆଁ ମଝିରେ ଥିବା ଏହି ବିଦ୍ୟୁତ୍ ଟ୍ରାନ୍ସଫରମର୍ କୁ ସ୍ଥାନାନ୍ତର କରା ନଯାଏ ତେବେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଗ୍ରାମ୍ୟ କମିଟି ସଭାପତି ମୋଚୀରାମ ନାୟକ ଏବଂ ସମ୍ପାଦକ କାଳୁ ଚରଣ ନାୟକ ପ୍ରକାଶ କରିଛନ୍ତି I

ଫଟୋ.            ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ