July 1, 2024

ଦୁର୍ଗାକ୍ଲବ ର ୫୫ ତମ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

Share


୮ରାତି ଯାତ୍ରା କୁ ଦିନାନ୍ତଆସର ପ୍ୟାଲେସ ହେବ ମୁଖ୍ୟ ଆକର୍ଷଣ
ଅସ୍ତରଙ୍ଗ 20/10- ଅସ୍ତରଙ୍ଗ ବ୍ଲକ ର ଏକମାତ୍ର ପୁରାତନ ଦୁର୍ଗାକ୍ଲବ ର ୫୫ ତମ ଦୁର୍ଗାପୂଜା ପାଇଁ ଆଜି ଅପରାହ୍ନ ରେ ଅସ୍ତରଙ୍ଗ ଦୁର୍ଗା କ୍ଲବ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ଏହି ବୈଠକ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ତହସିଲଦାର ପ୍ରଭୁ ପ୍ରସାଦ ପଣ୍ଡା,ସମ୍ମାନିତ ଅତିଥି ଭାବେ ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିୟାରସିଂ ଉପସ୍ଥିତ ରହିଥିଲେ । ଦୁର୍ଗା କ୍ଲବ ର ସଭାପତି ଦିବ୍ୟଦର୍ଶୀ ବିଶ୍ୱାଳ ସ୍ୱାଗତ ଭାଷଣ ଦେଇଥିଲେ । ବହୁ ପୁରାତନ ଦୁର୍ଗା ପୂଜା ଯେଉଁଠି କି ପ୍ରତ୍ୟକ ଦିନ ପାଞ୍ଚହଜାର ରୁ ଉର୍ଦ୍ଧ ଲୋକ ସମାଗମ ହୁଅନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ସମସ୍ୟା ଉପରେ ଅତିରିକ୍ତ ତହସିଲଦାର, ଥାନା ଅଧିକାରୀ ବିସ୍ତୃତ ଭାବେ ଆଲୋଚନା କରି ଏ ବାବଦରେ କିପରି ଶୃଙ୍ଖଳା ସହିତ ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ସେ ପ୍ରତି ଯତ୍ନଶିଳ ହେବା ପାଇଁ ପ୍ରତିଶୃତି ଦେଇଥିଲେ । ପ୍ରାଥମିକ ଚିକିତ୍ସା ପ୍ରଦାନ ପାଇଁ ଅସ୍ତରଙ୍ଗ ମେଡିକାଲ ତରଫରୁ ଡ଼ଃ. ସୁବାସ ନାୟକ ଯୋଗ ଦେଇ ନିଜର ପ୍ରତିକ୍ରିୟା ରଖିଥିଲେ । ଚଳିତ ବର୍ଷ ଦିନାନ୍ତଆସର ପ୍ୟାଲେସ ଏହି ଅନୁଷ୍ଠାନ ର ମୁଖ୍ୟ ଆକର୍ଷଣ ହୋଇଛି ଓ ମିନା ବଜାର, ଯାତ୍ରା, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ବୈଠକ ରେ ମତ ପ୍ରକାଶ ପାଇଥିଲା । ଅନ୍ୟ ମାନଙ୍କ ଭିତରେ ଉପସଭାପତି ପ୍ରକାଶ ବେହେରା, ସମ୍ପାଦକ ରବୀନ୍ଦ୍ର ପରିଡା, ଉପଦେଷ୍ଟା ଯୁଗଳ ମହାନ୍ତି, ଜଳପରିମଳ ବିଭାଗ ଯନ୍ତ୍ରୀ ବିଭୁତି ଭୂଷଣ ଜେନା, ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ର ଉପଦେଷ୍ଟା ଦୁଃଶାସନ ନାୟକ,କାର୍ଯ୍ୟକାରୀ ସଭାପତି ଆର୍ଯ୍ୟ ବିଶ୍ୱାଳ, ସମ୍ପାଦକ ଲୋକନାଥ ସ୍ୱାଇଁ, କୋଷାଧକ୍ଷ ବୃନ୍ଦାବନ ବିଶ୍ୱାଳ, ଆର୍ତ୍ତତ୍ରାଣ ମହାନ୍ତି, ତା ସହିତ ସାମ୍ବାଦିକ ବିଜୟ ବେହେରା, ଟୁଲୁ ବେହେରା ଉପସ୍ଥିତ ରହିଥିଲେ । ଅସ୍ତରଙ୍ଗ ସାମ୍ବାଦିକ ସଙ୍ଘ ତରଫରୁ ଦୁର୍ଗା ପୂଜା ର ପ୍ରଚାର ପ୍ରସାର କିପରି ବିପୁଳ ଭାବେ ହେବ ତାହାକୁ ନେଇ ସଙ୍ଘ ତରଫରୁ ପ୍ରତିକ୍ରିୟା ରଖା ଯାଇଥିଲା । ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭାସାଙ୍ଗ କରାଗଲା l

ଦୁଃଶାସନ ନାୟକ,ଅସ୍ତରଙ୍ଗ