July 1, 2024

ଗଜପତି:-ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଚମ୍ପିୟନଶିପ-୨୦୨୩-୨୪ ରେ ଗଜପତି ଖେଳାଳି ରନର୍ସ ଅପ

Share

ଗଜପତି:-ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଚମ୍ପିୟନଶିପ-୨୦୨୩-୨୪ ରେ ଗଜପତି ଖେଳାଳି ରନର୍ସ ଅପ
———————————————-
ଓଡିଶା ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କବାଡି ଚମ୍ପିୟନଶିପ-୨୦୨୩-୨୪ ପ୍ରତିଯୋଗିତା ରେ ଗଜପତି ଜିଲ୍ଲାର (୧୭ବର୍ଷରୁ କମ ବାଳକ) ସଫଳତା ହାସଲ କରି ଉପବିଜେତା (ରନର୍ସ-ଅପ) ହୋଇଛନ୍ତି।
ଏହି ରାଜ୍ୟସ୍ତରୀୟ କବାଡି ପ୍ରତିଯୋଗିତା ସରକାରୀ କୁଇନ ଓଫ ଉଚ୍ଚବିଦ୍ୟାଳୟ ବ୍ରହ୍ମପୁର ଠାରେ ତା ୧୬/୧୦/୨୦୨୩ ଠାରୁ ୧୮/୧୦/୨୦୨୩ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇ ଥିଲା । କବାଡି ପ୍ରତିଯୋଗିତା’ରେ ୧୭ ବର୍ଷ’ରୁ କମ ବୟସ ବର୍ଗ’ର ବାଳକ ଦଳ’କୁ ଉପବିଜେତା (ରନର୍ସ ଅପ) ଦଳ’କୁ ଟ୍ରଫି ସହ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।
ଗଜପତି ଜିଲ୍ଲା’ରୁ ଏହି ଦଳରେ ଯଥାକ୍ରମେ:- ଶ୍ରୀ ସୁଶାନ୍ତ ପ୍ରଧାନ-ଟୀମ ମ୍ଯାନେଜର ଭାବେ ଶ୍ରୀ ଅଜୟ ବିଶ୍ଵାଳ ଓ ରେଖାରାଣୀ ଦେଓ ଟୀମ କୋଚ ଭାବରେ ଅଂଶ ଗ୍ରହଣ କରିଥିଲେ ।
ସମସ୍ତ ଖେଳାଳି ମହାରାଜା’ଙ୍କ ବାଳକ ଉଚ୍ଚ ବିଦ୍ୟାଳୟ , ଶ୍ରୀ ଜଗନ୍ନାଥ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ କାଶିନଗର , ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ,ରାମଗିରି , ସରକାରୀ ଉଚ୍ଚବିଦ୍ୟାଳୟ ବୋମିକା , ସରକାରୀ ଉଚ୍ଚ ବିଦ୍ୟାଳୟ ଶରଧାପୁର , ସରକାରୀ ଉଚ୍ଚ ବିଦ୍ୟାଳୟ ଛେଳିଗଡ, ନୀଳମଣି ଉଚ୍ଚବିଦ୍ୟାଳୟ ନାରାୟଣପୁର , ଆର:ଏମ: ଉଚ୍ଚ ବିଦ୍ୟାଳୟ ଖରସନ୍ଧା ର ଖେଳାଳି ମାନେ ସାମିଲ ଥିଲେ ।
ସମସ୍ତ ଖେଳାଳି’ଙ୍କ ଏହି ସଫଳତା’କୁ ନେଇ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ ଏବଂ ଭାରପ୍ରାପ୍ତ କ୍ରିଡାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଶୁଭେଛ। ଜଣାଇଛନ୍ତି।
ଏହି ଟୀମ’ର ନେତୃତ୍ବ ନେଇଥିଲେ ସରକାରୀ ଉଚ୍ଚବିଦ୍ୟାଳୟ’ର କ୍ରିଡାଶିକ୍ଷକ ଶ୍ରୀ ସୁଶାନ୍ତ କୁମାର ପ୍ରଧାନ , ଅଜୟ ବିଶ୍ଵାଳ ଓ ରେଖାରାଣୀ ଦେଓ , ଦର୍ଶିତା ପଟନାୟକ , ଧିରେନ୍ଦ୍ର ସମାଲ , ଡିଲେଶ୍ଵର ତୃଣ , ଅମ୍ବିକା ପ୍ରସାଦ ସେଠୀ , ଲିଙ୍ଗରାଜ ସାହୁ , ପ୍ରତୀକ କୁମାର ପାହାଡସିଙ୍ଗ ଓ ରାମକୃଷ୍ଣ ପାଣିଗ୍ରାହୀ ପ୍ରଶିକ୍ଷକ ଥିଲେ । ସମସ୍ତ ଖେଳାଳି ମାନେ ଜିଲ୍ଲା’କୁ ଗୌରାବନିତ୍ଵ କରିଥିବାରୁ ସମସ୍ତ’ଙ୍କୁ ପାରଳାଖେମୁଣ୍ଡି ସ୍ଥିତ ରେଲୱେ ଷ୍ଟେସନ’ରୁ ସମସ୍ତ ଖେଳାଳିଙ୍କୁ ପୁଷ୍ପଗୁଛ ଓ ଗୋଲାପ ଫୁଲ ପ୍ରଦାନ କରିବା ସହ ମିଷ୍ଠାନ ବଣ୍ଟନ କରିଥିଲେ। ଏହି ଦଳକୁ ତାଲିମ ପ୍ରଦାନ କରିବା ପାଇଁ ସୁଯୋଗ ପ୍ରଦାନ କରିଥିବାରୁ ସରକାରୀ ଉଚ୍ଚବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ରାମଚନ୍ଦ୍ର ଦଳବେହେର।ଙ୍କୁ ଜିଲ୍ଲା କ୍ରିଡା ବିଭାଗ ତରଫରୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ସେମାନଙ୍କର ମାତା ଓ ପିତା ମାନଙ୍କୁ ଧନ୍ୟବାଦ ଜଣାଈବା ସହ ସମସ୍ତ କ୍ରିଡା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଭାରପ୍ରାପ୍ତ କ୍ରିଡାଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ଧନ୍ୟବାଦ ଜଣ।ଈବା ସହ ଏହି ପ୍ରୟାସ ଜାରି ରଖିବା ପାଇଁ ଜିଲ୍ଲାର ସମସ୍ତ କ୍ରିଡା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନିବେଦନ କରିଛନ୍ତି।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————–