July 1, 2024

ଗଜପତି:- ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି’ଙ୍କ ଦ୍ଵାରା ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ଠାରେ ହାଇକୋର୍ଟ-ଭରଚୁଆଲ କୋର୍ଟ ଭରଚୁଆଲ ମୋଡ’ରେ ଉଦଘାଟିତ ।

Share

ଗଜପତି:- ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି’ଙ୍କ ଦ୍ଵାରା ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ଠାରେ ହାଇକୋର୍ଟ-ଭରଚୁଆଲ କୋର୍ଟ ଭରଚୁଆଲ ମୋଡ’ରେ ଉଦଘାଟିତ ।
———————————————-
ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଦୌରlଜଜ କୋର୍ଟ କମ୍ପ୍ଲେକ୍ସ ଠାରେ ଆଜି ହାଇକୋର୍ଟ ଭରଚୁଆଲ କୋର୍ଟ ଜଜସିପ କାରକ ସ୍ଥିତ ହାଇକୋର୍ଟ’ର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଡଃ ଜଷ୍ଟିସ ବି ଆର: ଷଡ଼ଙ୍ଗୀ’ଙ୍କ ଦ୍ଵାରା ଭରଚୁଆଲ ମୋଡ’ରେ ଉଦଘାଟିତ ହୋଇଯାଇଛି ।
ଅନ୍ୟପକ୍ଷରେ ପାରଳାଖେମୁଣ୍ଡି ଜିଲ୍ଲା କୋର୍ଟ କମ୍ପ୍ଲେକ୍ସ ଠାରେ ଏହାକୁ ଗଜପତି ଜିଲ୍ଲା ଦୌରlଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟ ଏହାକୁ ଉଦଘାଟନ କରିଥିଲେ। । ଏହି ସମୟରେ ଜିଲ୍ଲା କୋର୍ଟ ରେଜିଷ୍ଟ୍ରାର ଶ୍ରୀ ସତ୍ୟବ୍ରତ ରଣା ଙ୍କ ସମେତ ବାର ସଂଘ ସଭାପତି , ସମ୍ପାଦକ , ଜୁଭେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟା ଓ ବହୁ ସଂଖ୍ୟାରେ ଓକିଲ ମାନେ ଉପସ୍ଥିତ ଥିଲେ ।
ଏହି ହାଇକୋର୍ଟ ଭରଚୁଆଲ କୋର୍ଟ ଏଠାରେ ଉଦଘାଟିତ ହେବା ପରେ ଗଜପତି ଜିଲ୍ଲାବାସୀ ଓ ଓକିଲ ମାନେ ବେଶ୍ ଉପକୃତ ହେବେ । ଏଣିକି ହାଇକୋର୍ଟ ସମ୍ବନ୍ଧୀୟ ଆଉ କୌଣସି କାର୍ଯ୍ୟ ପାଇଁ କଟକ ହାଇକୋର୍ଟ ଯିବା’କୁ ପଡିବ ନାହିଁ ।
ଜିଲ୍ଲା’ର ସବୁ ବର୍ଗ’ର ଗରିବ ନିରୀହ ଲୋକମାନଙ୍କ ସମେତ ଓକିଲ ମାନେ ଅଧିକ ଖର୍ଚ୍ଚାନ୍ତ ହୋଇ ହାଇକୋର୍ଟ କାମରେ କଟକ ଯିବାକୁ ପଡୁଥିଲା , ଏବେ ଆଉ ଯିବାର ଆବଶ୍ୟକତା ପଡ଼ିବ ନାହିଁ । କମ ଖର୍ଚ୍ଚ ଓ କମ ପଇସା’ରେ ସେମାନେ ନିଜର ବିଭିନ୍ନ ଆଇନ ଗତ ସାହାଯ୍ୟ ଓ ସହାୟତା ଏହି କୋର୍ଟ’ରେ ପାଇପାରିବେ ।
ଏହି ଭରଚୁଆଲ ହାଇକୋର୍ଟ ଉଦଘାଟନ ହେବା ପରେ ଏଣିକି ହାଇକୋର୍ଟ ନ୍ୟାୟ ଆପଣଙ୍କ ଦ୍ଵାର ମୁହଁରେ ଆସି ପହଞ୍ଚିବ।
ଲୋକ’ଙ୍କ ପ୍ରତ୍ୟେକ ଅପିଲ , ବେଲ ଦରଖାସ୍ତ , ଯେ କୌଣସି ରିଟ କି ଅପିଲ ଫାଇଲ କରିବା ପାଇଁ ପୂର୍ବରୁ ଯେଉଁ କଟକ ସ୍ଥିତ ହାଇକୋର୍ଟ ଯିବାକୁ ପଡୁଥିଲା , ବର୍ତ୍ତମାନ ଏଠାରେ ଭରଚୁଆଲ ହାଇକୋର୍ଟ ହେବା ଯୋଗୁଁ ଆଉ ସେଠାକୁ ଯିବା ପଡ଼ିବ ନାହିଁ । ଜିଲ୍ଲା କୋର୍ଟ ପ୍ରେମିସେସ’ରେ ରହି ହାଇକୋର୍ଟ ଉଦ୍ଦେଶ୍ୟରେ ଯେ କୌଣସି ଫାଇଲ ଏଠାରୁ ଫାଇଲ କରିହେବ ଏବଂ ଭରଚୁଆଲ ମୋଡରେ ହିଁ ତାର ଶୁଣାଣୀ ହେବ ଆଉ ଲୋକେ ଏ ଦିଗରେ ତ୍ୱରିତ ନ୍ୟାୟ ପାଇପାରିବେ ବୋଲି ପାରଳାଖେମୁଣ୍ଡି ବାର ସଂଘ ସଭାପତି ଶ୍ରୀ ସିଦ୍ଧେଶ୍ୱର ମିଶ୍ର ଏବଂ ସମ୍ପାଦକ ଶ୍ରୀ ଏମ: ପୃଥିବୀ ରାଜ ସୂଚନା ଦେଇ କହିଛନ୍ତି ।
———————————————-
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି (ଗଜପତି)
———————————————-